March 8, 2026

ଉନ୍ନତ କିସମର ପନିପରିବା ବିହନ ବଣ୍ଟନ କାର୍ଯ୍ୟକ୍ରମ…

yufuy
Share

 

ନବରଙ୍ଗପୁର ଜିଲ୍ଲାର ଉମରକୋଟ ବ୍ଲକ୍ ଅଫିସ୍ ମିଶାନ ଶକ୍ତି ସଭାଗୃହରେ ଜୀବ ବିଜ୍ଞାନ ସଂସ୍ଥାନ ଭୁବନେଶ୍ୱର ପକ୍ଷରୁ ଡି ବି ଟି କିଶାନ କାର୍ଯ୍ୟକ୍ରମ ଜରିଆରେ ଉନ୍ନତ କିସମର ପନିପରିବା ବିହନ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।
ଏହି କାର୍ଯ୍ୟକ୍ରମ ରେ ବ୍ଲକ୍ ଉନ୍ନୟନ ଅଧିକାରୀ ପ୍ରିତିରଞ୍ଜନ ରଥ ଯୋଗ ଦେଇ ବୈଜ୍ଞାନିକ ପଦ୍ଧତିରେ ଚାଷ ଉପରେ ଗୁରୁତ୍ଵକୁ ପରାମର୍ଶ ଦେଇଥିଲେ l ମାଟି,ପାଣି ,ଖାଦ୍ୟସାର ସାଙ୍ଗକୁ ଉନ୍ନତ କିସମର ବିହନ ଚାଷୀ ମାନଙ୍କୁ ଅଧିକ ଲାଭ ଦେଇପାରିବ ବୋଲି ପ୍ରକାଶ କରିଥିଲେ l
ଓରମାସ୍ ର ଉପ କାର୍ଯୟନିର୍ବାହୀ ଏ ଉମା ମହେଶ ଯୋଗ ଦେଇ ଉନ୍ନତ ଜ୍ଞାନ କୌଶଳ ବ୍ୟବହାର ଦିଗରେ ପରାମର୍ଶ ଦେଇଥିଲେ।
ଉମରକୋଟ ବ୍ଲକ୍ ପ୍ରୋଜେକ୍ଟ ମ୍ୟାନେଜର ସରୋଜ କୁମାର କୁମାର ଧାରୁଆଙ୍କ
ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ବିଜ୍ଞାନ ସଂଚାରକ ବିଜ୍ଞାନ ସଂଚlରକ ଲକ୍ଷ୍ମୀ ନାରାୟଣ ବକ୍ସି ଭାରତୀୟ ଉଦ୍ୟାନ କୃଷି ଗବେଷଣା ସଂସ୍ଥାନ, ବେଙ୍ଗାଳୁରୁ ର ବିହନ ରୋଗ ଓ ପୋକ ଆକ୍ରମଣ ସହନ ଶକ୍ତି ଅଧିକ ରହିଥିବା ବେଳେ ଉତ୍ପାଦନ ମଧ୍ୟ ଅଧିକ ହୋଇଥାଏ ବୋଲି ପ୍ରକାଶ କରିଥିଲେ। ଭୁବନେଶ୍ୱର ସ୍ଥିତ ଉଦ୍ୟାନ କୃଷି ପରୀକ୍ଷଣ କେନ୍ଦ୍ରର ସହଯୋଗ ରେ ଲଙ୍କା ମରିଚ 45 ଏକର , ଭେଣ୍ଡି 15 ଏକର, ବିନିସ 30ଏକର ଝୁଡଙ୍ଗ 10 ଏକର ଓ ଅଧିକ ଅମଳକ୍ଷମ ଟମାଟୋ 5 ଏକ ର ମଞ୍ଜି ବଣ୍ଟନ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ବ୍ଲକ୍ ପ୍ରୋଜେକ୍ଟ ସଂଯୋଜକଜୟନ୍ତ ପ୍ରାସାଦ ରଥି ଓ ବି ଏଲ୍ ଏଫ ର ସଭାପତି ରୁକ୍ମିଣୀ ହରିଜନ ସହ ବିଭିନ୍ନ ପଞ୍ଚାୟତର କୃଷୀମିତ୍ର ଉପସ୍ଥିତ ଥିଲେ।(ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)