ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନ 

IMG-20251129-WA0033
Share

 

ଅନୁଗୋଳ,୨୯|୧୧: ବିଶ୍ୱ ଯୁବ କେନ୍ଦ୍ର ଦ୍ୱାରା ବାଲ୍ୟ ବିବାହ ନିରୋଧ ଦିବସ ଅନୁଗୁଳ ଜିଲ୍ଲା ର ୬୨ ଟି ଗ୍ରାମ ଓ ୧୪ ଟି ସ୍କୁଲ ରେ ସଚେତନତା ରାଲି ଓ କ୍ଯାଣ୍ଡେଲ୍ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା । ଏଥି ମଧ୍ୟରୁ , ବନରପାଳ ବ୍ଲକର , ବ୍ଲକର ୧୬ ଟି ଗ୍ରାମରେ ଏହି କ୍ଯାଣ୍ଡେଲ୍ ଶୋଭାଯାତ୍ରାରେ ସ୍କୁଲ ଛାତ୍ର ଛାତ୍ରୀ , ଗ୍ରାମବାସୀ, ଅଙ୍ଗନୱାଡ଼ି କର୍ମୀ, ଆଶା କର୍ମୀ, CRP, ମହିଳା ନେତ୍ରୀ, ୱାର୍ଡ ମେମ୍ବର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମ ଦ୍ଵାରା ଗ୍ରାମ ଗୁଡିକରେ ବାଲ୍ୟ ବିବାହ ବିରୁଦ୍ଧ ରେ ସଚେତନତା ସୃଷ୍ଟି କରିବା ମୂଳ ଲକ୍ଷ୍ୟ ଥିଲା । ବିଭିନ୍ନ ସ୍କୁଲ ମାନଙ୍କରେ ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରାଇବା ସହ ଶପଥ ପାଠ ମଧ୍ୟ କରାଯାଇଥିଲା। ବିଶ୍ଵ ଯୁବ କେନ୍ଦ୍ର ତରଫରୁ ୩୭୭୮ ଜଣଙ୍କର ଶପଥ ପାଠ ଗ୍ରହଣ କରାଯାଇଅଛି। ଏହି କାର୍ଯ୍ୟକ୍ରମଟି ନିର୍ଦେଶକ, ବିଶ୍ଵ ଯୁବ କେନ୍ଦ୍ର ମନୋଜ କୁମାର ମହାପାତ୍ର ଙ୍କ ତତ୍ବାବଧାନରେ ପରିଚାଳିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମ କୁ ଲକ୍ଷ୍ମୀ ବେହେରା,ସହଯୋଗ କରିଥିଲେ।