March 10, 2026

ସାନ ବ୍ରାହ୍ମଣ୍ଡି ଗ୍ରାମରେ ଆନନ୍ଦ ଉଲ୍ଲାସର କୁରାଳ ପଞ୍ଚମୀ ପାଳିତ

IMG-20251129-WA0031
Share

 

 

 

ଖୋର୍ଦ୍ଧା-( ପ୍ରିୟଙ୍କା ମହାପାତ୍ର)ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ସାନ ବ୍ରାହ୍ମଣ୍ଡି ଗ୍ରାମରେ ଆନନ୍ଦ ଉଲ୍ଲସର କୁରାଳ ପଞ୍ଚମୀ ଉତ୍ସବ ଅନୁଷ୍ଠିତ ହୋଇ ଯାଇଅଛି।ଏହି ଅବସରରେ ଓଡ଼ିଆଙ୍କର ଆରାଧ୍ୟ ଦେବତା ପ୍ରଭୂ ବଲଭଦ୍ର, ଶ୍ରୀ ଜଗନ୍ନାଥ ଓ ଭଉଣୀ ସୁଭଦ୍ରାଙ୍କର ମୃଣ୍ମୟ ମୂର୍ତ୍ତି ତିଆରି କରାଯାଇ ପୂଜାର୍ଚନା କରା ଯାଇଥିଲା। ଟାଙ୍ଗୀ ବ୍ଲକର ଏକମାତ୍ର କୁମ୍ଭାର ଗ୍ରାମ ଭାବେ ପରିଚିତ ବ୍ରାହ୍ମଣ୍ଡି ଗ୍ରାମ ରେ ମୋଟ ୬୫ କୁମ୍ଭକାର ପରିବାର ବସବାସ କରି ଆସୁଛନ୍ତି। ସମସ୍ତ ପରିବାର ଏହି କୁରାଳ ପଞ୍ଚମୀ ଉତ୍ସବ ରେ ଅତି ନିଷ୍ଠାର ସହ ସାମିଲ ହୋଇଥିଲେ। ଏଥିପାଇଁ କୁମ୍ଭକାର ମାନଙ୍କର ଚକ ପୂଜା କରାଯିବା ସହ କୁମ୍ଭାର ଶାଳ ବନ୍ଦ ରହିଥିଲା। ସମସ୍ତ ଗ୍ରାମବାସୀ ଏହି କାର୍ଯ୍ୟକ୍ରମ ରେ ଜଡିତ ରହିଥିଲେ। ୫ ଦିନ ବ୍ୟାପୀ ଚାଲିଥିବା କାର୍ଯ୍ୟକ୍ରମ ର ଗତ କାଲି ଥିଲା ଉଦଯାପିତ ଦିବସ। ଉଦଯାପନୀ ଦିବସରେ ଗାଁ ର କଳାକାର ମାନଙ୍କ ଦ୍ୱାରା ପରିବେଷିତ ହୋଇଥିଲା ସାମାଜିକ ନାଟକ। ଦର୍ଶକଙ୍କ ଗହଳ ଚହଳ ରେ ନାଟକ ବେଶ ଉଚକୋଟୀର ପରିବେଷିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ଅତିଥି ଭାବେ ସମାଜ ସେଵୀ ଡା ସଂଜୟ କୁମାର ପଟନାୟକ ଯୋଗ ଦେଇ ପ୍ରଭୂ ଆଶୀର୍ବାଦ ଲାଭ କରିଥିଲେଏହା ସହ କୁମ୍ଭକାର ମାନଙ୍କର ଉନ୍ନତି ପାଇଁ ଗ୍ରାମବାସୀ ଙ୍କ ସହ ଆଲୋଚନା କରିଥିଲେ।