April 29, 2026

ବୁଗୁଡ଼ା ବ୍ଲକରେ ଆଳୁ ବିହନ ବଣ୍ଟନର ଶୁଭାରମ୍ଭ 

IMG-20251129-WA0027
Share

ବୁଗୁଡ଼ା :ତା ୨୯/୧୧/୨୫:ବୁଗୁଡ଼ା ଉଦ୍ଯାନ କୃଷି ବିଭାଗ ତରଫରୂ ଆଳୁ ଚାଷ ନିମନ୍ତେ ଆଳୂ ବିହନ ବଣ୍ଟନ ଆରମ୍ଭ ହୋଇଛି। ।ବୁଗୁଡ଼ା ଅଞ୍ଚଳରେ ମୋଟ ୪୧ ହେକ୍ଟର ଜମିରେ ଆଳୁ ଚାଷ ନିମନ୍ତେ ୬୧୫ କ୍ବିଣ୍ଟାଲ ଆଳୁ ବିହନ ଆବଶ୍ୟକ ଥିବା ବେଳେ ବର୍ତ୍ତମାନ ୩୫୦ କ୍ବିଣ୍ଟାଲ ଆଳୁ ବିହନ ସରକାରଙ୍କ ତରଫରୁ ଯୋଗାଇ ଦିଆଯାଇଛି। ଏହି ଉନ୍ନତମାନର କୁଫ୍ରି ପୋଖରାଜ ଆଳୁ ବିହନକୁ ଚାଷୀମାନଙ୍କ ମଧ୍ୟ ରେ ବଣ୍ଟନର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଆଳୁକୁ ସବସିଡି ମାଧ୍ୟମରେ ବଣ୍ଟନ ହେଉଥିବା ଯୋଗୁଁ ଚାଷୀମାନଙ୍କ ମଧ୍ଯରେ ଉତ୍ସାହ ପରିଲକ୍ଷିତ ହୋଇଛି । ଉକ୍ତ ବଣ୍ଟନ କାର୍ଯ୍ୟକ୍ରମରେ ବୁଗୁଡ଼ା ଉଦ୍ଯାନ କୃଷି କାର୍ଯ୍ୟାଳୟର ସହକାରୀ ଉଦ୍ଯାନ କୃଷି ବିଭାଗ ଅଧିକାରୀ ଏମ୍.ଦେବାଶିଷ ଦୋରା,ସହକାରୀ କୃଷି ଅଧିକାରୀ ହରପ୍ରିୟା ବେହେରା, ଉଦ୍ଯାନ କୃଷି ସଂପ୍ରସାରଣ କର୍ମୀ ରାଜେଶ ସେନାପତି ପ୍ରମୁଖ ଉପସ୍ଥିତ ରହିଥିଲେ।

You may have missed