March 12, 2026
ajiro khabar
Share

ଆଜିଠୁ କମିବ ଶୀତ। କାଲି ତାପମାତ୍ରା ଥିଲା ଝାରସୁଗୁଡ଼ା ୯.୨, ଅନୁଗୁଳ ୯.୬, ଭବାନୀପାଟଣା ୯.୮, କୋରାପୁଟ ୧୦, ରାଉରକେଲା ୧୦.୧, ସୁନ୍ଦରଗଡ଼ ଓ ବଲାଙ୍ଗୀର ୧୧.୨, କେନ୍ଦୁଝର ୧୧.୮, ଢେଙ୍କାନାଳ ୧୨ ଡିଗ୍ରି

 

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ଼ “ଡିଟୱାହ” ଆସନ୍ତା ୩୦ ତାରିଖରେ ସ୍ଥଳଭାଗ ଛୁଇଁବ। ଓଡିଶା ନିରାପଦ।

 

ବିଧାନସଭାରେ ୧୭ ହଜାର ୪୪୦ କୋଟି ଟଙ୍କାରର ଅତିରିକ୍ତ ବଜେଟ୍‌ ଆଗତ କଲେ ମୁଖ୍ୟମନ୍ତ୍ରୀ ମାଝୀ

 

ରାଜ୍ୟରେ ଭତ୍ତା ଅପେକ୍ଷାରେ ୭ ଲକ୍ଷ। ଅଯୋଗ୍ୟଙ୍କୁ କାଟିବା ସହଜ ହେଉନି, ହତାଶ ହେଉଛନ୍ତି ଯୋଗ୍ୟ ଆବେଦନକାରୀ

 

ପାଠ ଛାଡିଛନ୍ତି ୧,୮୩,୨୧୬ ଜଣ ଛାତ୍ରଛାତ୍ରୀ, ସେଥିରୁ ଫେରିଛନ୍ତି ୬୦,୭୨୯। ସ୍କୁଲରେ ୨୦ରୁ କମ୍ ପିଲା ଥିଲେ ବି ଚାଲିବ ସରକାରୀ ସ୍କୁଲ।

 

ରାଜ୍ୟରେ ୩୧୫ଟି ଆଦର୍ଶ ବିଦ୍ୟାଳୟରେ ଖାଲି ପଡ଼ିଛି ୨୪୬୭ଟି ଶିକ୍ଷକ ପଦବୀ। ପୂରଣ ପାଇଁ ଗତବର୍ଷ ପ୍ରତିଶ୍ରୁତି ଦେଇଥିଲେ ସରକାର।

 

ରାଜ୍ୟର ୧୫୮୯ଟି ବିଦ୍ୟାଳୟରେ ବିଦ୍ୟୁତ୍ ନାହିଁ, ୧୧୪ଟିରେ ଶୌଚାଳୟ ନାହିଁ।

 

ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିର ସର୍ବସାଧାରଣଙ୍କ ପାଇଁ ଖୋଲାଯିବା ନିଷ୍ପତ୍ତି ନେଲାପରେ ପୁଣି ସ୍ଥଗିତ କଲେ ସରକାର

 

ଉଚ୍ଚଶିକ୍ଷା ମନ୍ତ୍ରୀ ସୂଚନା ଦେଲେ, ରାଜ୍ୟର ୮କଲେଜରୁ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ ଆସିଛି

 

ରାଜ୍ୟରେ ଏବେ ଏଏସଓ ଚାକିରି ନାମରେ ଠକେଇ, ପୋଲିସ ଅନୁସନ୍ଧାନ ଚାଲିଛି। ଏଥର ବି ଟାର୍ଗେଟ ବ୍ରହ୍ମପୁର।

 

ବିଧାନସଭାରେ ବିଜେଡି କହିଲା, ଠିକ ସମୟରେ ମଣ୍ଡିରୁ ଧାନ ନଉଠାଇଲେ ସ୍ଥିତି ଭୟଙ୍କର ହେବ।

 

ରାଜ୍ୟରେ ଜେଲ ଅବ୍ୟବସ୍ଥା। ଗତ ୩ ମାସରେ ୫ କଏଦୀ ଆତ୍ମହତ୍ୟା, ୪ ଜଣ ଫେରାର, ୨ ଥର ଗୋଷ୍ଠୀ ସଂଘର୍ଷ। ଅନେକ କ୍ୟାମେରା ଅଚଳ।

 

ବଲାଙ୍ଗୀର ହରିଶଙ୍କରରେ ବେଆଇନ ଜବରଦଖଲ, ଦୋକାନ ଘର ଉଚ୍ଛେଦ କଲା ପ୍ରଶାସନ

 

ଅଶାନ୍ତ ଭୁବନେଶ୍ବରର ରାଜରାସ୍ତାରେ କେନ୍ଦ୍ରୀୟ ବିଦ୍ୟାଳୟ-୩ ପରିସର ନିକଟରେ ବିସ୍ଫୋରଣ। କାରଣ ଖୋଜୁଛି ପୁଲିସ

 

ବାଲେଶ୍ୱର ବସ୍ତାରେ ବେଆଇନ ବାଲି ଉଠାଣକୁ ନେଇ ବିବାଦ, ସୁବର୍ଣ୍ଣରେଖା ନଦୀ ପଠାର ବାଲି ପାଇଁ ବସ୍ତାରେ ଖଣ୍ଡ ଯୁଦ୍ଧ ହେଲା

 

ବିଜେଡି ନେତା ମନ୍ମଥ ରାଉତରାୟଙ୍କ ନାଁରେ ଥାନାରେ ମାମଲା ଦାଖଲ କଲା ବିଜେପି ସାଇବର ସେଲ

 

ଭୁବନେଶ୍ୱରରେ ଆଦର୍ଶ ଚିଟଫଣ୍ଡ ଠକେଇ ଘଟଣାରେ ନିକୁଞ୍ଜ ସାମନ୍ତରାୟଙ୍କ ନୟାପଲ୍ଲୀ ସ୍ଥିତ ଘରେ ଚଢ଼ାଉ କରିଛି ଇଡି ।

 

କନ୍ଧମାଳ ଜିଲ୍ଲା କୋଏରମାଣ୍ଡୁ ରେ ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ପଞ୍ଚାୟତ କାର୍ଯ୍ଯ ନିର୍ବାହୀ ଅଧିକାରୀ ଗିରଫ।

 

ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଅଞ୍ଚଳରେ ପିତା ମାତା ଅଲଗା ଜାତିରେ ବିବାହ କରିଥିବାରୁ ପୁଅର ମୃତ୍ୟୁ ପରେ ଚାରି କାନ୍ଧ ପାଇଁ ଲୋକ ମିଳିଲେ ନାହିଁ।

 

କେନ୍ଦ୍ରାପଡ଼ାରେ ବସ୍‌ରେ ଘରକୁ ଫେରୁଥିଲେ ସ୍ବାମୀ-ସ୍ତ୍ରୀ, ଅଧା ରାସ୍ତାରେ ଚାଲିଗଲା ସ୍ବାମୀଙ୍କ ଜୀବନ, ମୃତଦେହକୁ ରାସ୍ତାକଡ଼ରେ ଛାଡ଼ି ବସ୍‌ ଚାଲିଗଲା

 

କେନ୍ଦ୍ରାପଡା ରାଜକନିକାରେ ୮୦ ଲକ୍ଷ ଟଙ୍କା ଖର୍ଚ୍ଚରେ ଆଲୋକୀକରଣ ବ୍ୟବସ୍ଥା ହେଲା। କିନ୍ତୁ ଲୋକେ ଅନ୍ଧାରରେ ହିଁ ବଞ୍ଚିଛନ୍ତି

 

ସମ୍ବଲପୁରରେ ମଣ୍ଡି ଖୋଲିଲା, କିନ୍ତୁ ଆସିଲେ ନାହିଁ ମିଲର। ଧାନ ସଂଗ୍ରହ ହୋଇପାରୁନି।

 

ମୟୁରଭଞ୍ଜ ରାଇରଙ୍ଗପୁରରେ ଶୂନ ମୃତାହତ ପକ୍ଷ ପାଳନ ସମୟରେ ୧୩ ଦିନରେ ୧୦ ମୃତ, ୩୦ରୁ ଊର୍ଦ୍ଧ୍ବ ଆହତ

 

ରାଉରକେଲା ଏନଆଇଟି ଲାଇଫ ସାଇନ୍ସ ବିଭାଗର ନୂଆ ଉଦ୍ଭାବନ, ପିପ୍ପଳିରୁ ମିଳିଲା ଆଣ୍ଟି କ୍ୟାନ୍ସର ଚିକିତ୍ସାର ସମାଧାନ

 

ମଶା ନିବାରକ ଡିଟରଜେଣ୍ଟ ବିକାଶ କଲା ଆଇଆଇଟି ଦିଲ୍ଲୀ

 

ଛତିଶଗଡ଼ରେ ପୁଣି ୧୦ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ, ୬୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା।

 

ବିହାର ନିର୍ବାଚନ ବିଜୟ ପରେ ନୀତୀଶ କୁମାର ୧୦ ଲକ୍ଷ ମହିଳାଙ୍କୁ ଦେଇଦେଲେ ୧୦୦୦ କୋଟି ଟଙ୍କା

 

ତାମିଲନାଡୁରେ କନିଷ୍ଠ ପୁରୁଷ ହକି ବିଶ୍ବକପରେ ଭାରତୀୟ ଦଳରେ ୩ ଓଡ଼ିଆ ଖେଳାଳୀ

 

ଶେୟାର ମାର୍କେଟରେ ୧୧୧ ପଏଣ୍ଟ ବଢିଲା ସେନସେକ୍ସ, ୨୧୫୯ଟି କମ୍ପାନୀର ସେୟାର ହ୍ରାସ

 

ଆସନ୍ତା ଡିସେମ୍ବର ୪ ରେ ଋଷ ରାଷ୍ଟ୍ରପତି ପୁଟିନ ଭାରତ ଆସିବେ।

 

ଆମେରିକାର ଆଲାସ୍କାରେ ଭୟଙ୍କର ଭୂକମ୍ପ ଅନୁଭୂତ, ଯାହାର ତୀବ୍ରତା ୬.୦ ବୋଲି ସୂଚନା।

 

*ଗତବର୍ଷ ଏଇ ସମୟରେ*

ବୁର୍ଲା ଭୀମସାରରୁ ଶିଶୁଚୋରି ଘଟଣାର ଦୁଇଦିନ ପରେ ଶିଶୁ ଉଦ୍ଧାର

 

ରାଜ୍ୟର ପ୍ରତି ଜିଲ୍ଲାରେ ମୁକ୍ତାକାଶ ଜେଲ କରିବା ପାଇଁ ସରକାରଙ୍କୁ କହିଲେ ହାଇକୋର୍ଟ

 

ଡେଣ୍ଟାଲ ସର୍ଜନ ନିଯୁକ୍ତିରେ ଜାଲିଆତି, କମ ମାର୍କ ରଖି ୧୧ ଜଣ ଚାକିରୀ ପାଇଲେ

 

ରାଜ୍ୟରେ ହେଲା ଆଳୁ ସଙ୍କଟ

 

ମାଗଣାରେ ଟିଭି ଦେଖନ୍ତୁ। ପ୍ଲେ ଷ୍ଟୋରରୁ “mera channel” ଡାଉନଲୋଡ଼ କରନ୍ତୁ

=====================

ଆଜି ଜନ୍ମଦିନ: ଠକ୍କର ବାପା, ଲଳିତ ମୋଦୀ

 

ଆଜି ତିରୋଧାନ: ଜାହାଙ୍ଗିର ରତନଜୀ ଟାଟା

 

ଇତିହାସରେ ଆଜି: (୧୭୫୯) ମୋଗଲ ସମ୍ରାଟ ଆଲମଗିର-୨ ଙ୍କ ହତ୍ୟା/ (୧୮୮୯) ବାଙ୍ଗାଲୋରରେ ଗ୍ଲାସ ହାଉସର ମୂଳଦୁଆ ସ୍ଥାପନ/ (୧୯୪୯) ପୂର୍ବ ଜର୍ମାନୀର ୟୁରାନିଅମ ଖଣିରେ ବିସ୍ଫୋରଣ, ୩୭୦୦ ମୃତ/ (୧୯୬୧) ୟୁରି ଗାଗାରିନ ଭାରତ ଗସ୍ତରେ ଆସିଲେ/ (୧୯୮୯) ପ୍ରଧାନମନ୍ତ୍ରୀ ପଦରୁ ରାଜୀବ ଗାନ୍ଧୀଙ୍କ ଇସ୍ତଫା

=======================

*ବନ୍ଦେ ଉତ୍କଳ ଜନନୀ* 🪻🌻🪻