ବିଧାୟକ ଅମରେନ୍ଦ୍ର ଦାସ ଙ୍କ ଅଚାନକ ଗସ୍ତ ପରେ ଆକ୍ସନମୁଡ ରେ ଜଗତସିଂହପୁର ପୋଲିସ
ଜଗତସିଂହପୁର ଥାନା ଆଳିପିଙ୍ଗଳ ଦେବୀ ନଦୀ ରୁ ବାଲି ଚୋରି ନେଇ ବିଧାୟକ ଅମରେନ୍ଦ୍ର ଦାସଙ୍କ ଗର୍ଜନ ପରେ ଥାନା ପୋଲିସ ବାବୁ ମାନଙ୍କ ଦିର୍ଘଦିନ ପରେ କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗିଛି ଜାହାଏବେ ବାଲି ମାଫିଆ ମାନଙ୍କ ନିଦ ହଜାଇଛି।।। ଆଳିପିଙ୍ଗଳ ଦେବୀ ନଦୀ ରୁ ବାଲି ମାଫିଆ ମାନେ ନିସାଚର ରାତିରେ ବାଲି ଚୋରି କରୁଥିବା ନେଇ ଆଳିପିଙ୍ଗଳ ବାସି ପ୍ରାସାସନିକ ଅଧିକାରୀ ମାନଙ୍କ ଠାରୁ ଆରମ୍ୱ କରି ମାଇନ୍ସ ଅଧିକାରୀ ଙ୍କ ପର୍ଯ୍ୟନ୍ତ ଅଭିଯୋଗ କରି ବିଫଳ ହେବା ପରେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ ଙ୍କ ନିକଟରେ ଅଭିଯୋଗ କରିଥିଲେ।ଜାହାକୁ ନେଇ ଜଗତସିଂହପୁର ବିଧାୟକ ଅଚାନକ ଭାବେ ଆଳିପିଙ୍ଗଳ ଦେବୀ ନଦୀ ଉପରେ ଥିବା ପୋଲ ପରଖିବା ସହିତ ବାଲି ମାଫିଆ ମାନଙ୍କ ଦ୍ବାରା ଦେବୀ ନଦୀ ରୁ ପ୍ରତିଦିନ ଶହଶହଟ୍ରିପ ବାଲି ଚୋରି ହେଉଥିବା ନେଇ ଜାଣିବାକୁ ପାଇଥିଲେ । ଏହି ଘଟଣାକୁ ନେଇ ବିଧାୟକ ଅମରେନ୍ଦ୍ର ଦାସ ବିଭାଗୀୟ ଅଧିକାରୀ ମାନଙ୍କ ଉପରେ ଗର୍ଜୀଥିଲେ ।।।ଜାହାକୁ ନେଇ ଜଗତସିଂହପୁର ପୋଲିସ ବର୍ତମାନ ଆକ୍ସନମୁଡ ରେ ଦେଖିବାକୁ ମିଳିଥିଲା ବେଳେ ବିଳମ୍ବିତ ରାତ୍ରୀରେ ଅଚାନକ ଚଢ଼ାଉ କରି ଆଳିପିଙ୍ଗଳ ପୋଲ ନିକଟରୁ 4 ଟି ବାଲି ବୋଝେଇ ହାଇଵ୍ଵା କୁ ଜବତ କରିବା ରେ ସଫଳ ହୋଇଥିଲା।। ହେଲେ ଆଉ କିଛି ହାଇୱା ଗାଡ଼ି ଜିଲ୍ଲା ବାହାରକୁ ଚାଲିଯିବାରେ ସଫଳ ହୋଇଥିଲେ।।। ତେବେ ଏଠି ପ୍ରଶ୍ନ ଉଠେ ଆଗରୁ ଏତେ ଅଭିଯୋଗ ହେଉଥିବା ବେଳେ ପୋଲିସ ଓ ମାଇନ୍ସ ଅଧିକାରୀ କଣ କରୁଥିଲେ।??ନା ସେମାନଙ୍କ ଭିତରେ କିଛି ଭିତିରି ମଧୁଚନ୍ଦ୍ରୀକା ରହୁଥିଲା ଯାହା ପାଇଁ ଲଖ୍ୟାଧିକ ଟଙ୍କା ର ରାଜସ୍ବ ହରାଇବାକୁ ପଡୁଥିଲା ସରକାରଙ୍କୁ।। ଏହା ଏବେ ସାଧାରଣ ରେ ଏକ ବିରାଟ ପ୍ରଶ୍ନବାଚୀ ଛିଡ଼ା କରିଛି। ତେବେ ଦେଖିବାର ବାକି ଅଛି ଜଗତସିଂହପୁର ପୋଲିସ ଓ ମାଇନ୍ସ ଅଧିକାରୀ ଚୋରା ବାଲି ଚାଲାଣ କୁ ନେଇ କଣ ପଦକ୍ଷେପ ନେଉଛନ୍ତି।।
ଜଗତସିଂହପୁର ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର