ବିଭିନ୍ନ ମହାବିଦ୍ୟାଳୟରେ ଭୋଟର୍ ସଚେତନତା କାର୍ଯ୍ୟକ୍ରମ

WhatsApp Image 2023-11-29 at 16.16.58
Share

ବେଲଗୁଣ୍ଠା, 29/11,ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟରେ ଭୋଟର୍ ସଚେତନତା କାର୍ଯ୍ୟକ୍ରମ ମହାବିଦ୍ୟାଳୟ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ସାମଲ୍ ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି I ଭୋଟ୍ ଦାନ ପ୍ରତ୍ୟେକ ନାଗରିକର ମୌଳିକ ଅଧିକାର ହୋଇଥୀବା ବେଳେ ଗୋଟିଏ ଲୋକର ଗୋଟିଏ ଭୋଟ୍ ଦେଶ ଗଠନରେ ସାହାଯ୍ୟ କରିଥାଏ ବୋଲି ଉପସ୍ଥିତ ଅତିଥିମାନେ ପ୍ରକାଶ କରିଥିଲେ I ଅଧ୍ୟାପକ ଅମୂଲ୍ୟ କୁମାର ପଣ୍ଡା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ଶିକ୍ଷାର୍ଥୀ ମାନଙ୍କୁ ଅବଗତ କରାଇଥିବା ବେଳେ ଅଧ୍ୟାପକ ରାମଚନ୍ଦ୍ର ମହାନ୍ତି,ବିଦ୍ୟାଧର ସ୍ୱାଇଁ ଏବଂ ସୀମାଞ୍ଚଳ ମହାନ୍ତି ଯୁବ ଭୋଟର୍ ଙ୍କ ଦାୟିତ୍ୱ ସମ୍ପର୍କରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ I ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ,ଅଧ୍ୟାପିକା ଏବଂ କର୍ମଚାରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ I ଅଧ୍ୟାପକ ରାମଚନ୍ଦ୍ର ମହାନ୍ତି ଧନ୍ୟବାଦ ଜ୍ଞାପନ କରିଥିଲେ I ସେହିପରି ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଅଜିତ୍ କୁମାର ପଟ୍ଟନାୟକଙ୍କ ପୌରୋହିତ୍ୟରେ ଭୋଟର୍ ସଚେତନତା ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମରେ ଅତିଥି ଭାବେ ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ରକେଶ କୁମାର ପାତ୍ରଙ୍କ ସହିତ ସମସ୍ତ କାଉନସିଲ ଏବଂ ଅନୁଷ୍ଠାନ ଅଧ୍ୟାପକ ଡ଼ଃ ଗୁରୁମୂର୍ତ୍ତି ନାୟକ,ଅଶୋକ କୁମାର ସ୍ୱାଇଁ,ସନ୍ତୋଷ କୁମାର ପାଣିଗ୍ରାହୀ, ଅଶୋକ କୁମାର ପ୍ରଧାନ,ଅଜୟ କୁମାର ବିଶ୍ୱାଳ,ସପନ କୁମାର ପ୍ରଧାନ ଏବଂ ଯୁବ ସାମ୍ବାଦିକ ଶିବରାମ ଚୌଧୁରୀ ଓ ପୋଲିସ ବନ୍ଧୁମାନେ ଉପସ୍ଥିତ ଥିଲେ I ମହାବିଦ୍ୟାଳୟ ଛାତ୍ରଛାତ୍ରୀମାନେ ଏକ ଶୋଭାଯାତ୍ରା କରିବା ସହ କୋଳିସାହି,ହାଟପଦା, ଲେକଚର କଲୋନୀ, ଜଗନ୍ନାଥପ୍ରସାଦ ରୋଡ ଓ ବସଷ୍ଟାଣ୍ଡରେ ସଫେଇ କାର୍ଯ୍ୟକ୍ରମ କରିଥଲେ। ଅଧ୍ୟାପକ ଡ଼ଃ ପ୍ରଫୁଲ କୁମାର ଜେନାଙ୍କ ପରିଚାଳନାରେ ବିଜ୍ଞାପିତ ଅଞ୍ଚଳ ପରିଷଦ ସାମ୍ନାରେ ଛାତ୍ରୀମାନଙ୍କ ଦ୍ୱାରା ଏକ ପଥପ୍ରାନ୍ତ ନାଟକ ପରିବେଷିତ ହୋଇଥିଲା ।

ଫଟୋ                    ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ, ସାହୁ

You may have missed