ଖୁବ୍ ଶୀଘ୍ର କଲେଜ ଛକ ଓ ଡିଆରଡିଏ ଛକ ଅଣ୍ଡରପାସ୍ କାର୍ଯ୍ୟ ଆରମ୍ଭ
ଛତ୍ରପୁର ତା୨୯/୧୦/୨୫(ଅରୁଣ କୁମାର ପଣ୍ଡା) ଗଞ୍ଜାମ ଜିଲ୍ଲାର ମୁଖ୍ୟାଳୟ ଛତ୍ରପୁରର ଜାତୀୟ ରାଜପଥ ଉପରେ ଯାଇଥିବା କଲେଜ ଛକ ଓ DRDA ଛକ ଦୁଇଟି ବିପଦପୂର୍ଣ୍ଣ ସ୍ଥାନ ରହୁଛି l ଏଠାରେ ଅନେକ ଦୁର୍ଘଟଣାରେ ଅନେକ ଲୋକଙ୍କ ଜୀବନହାନି ହୋଇଛି l ତେଣୁ ବହୁବର୍ଷ ଧରି ଛତ୍ରପୁରବାସୀ ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସରକାରଙ୍କ ନିକଟରେ ଛତ୍ରପୁର ବିଧାୟକ ଓ ବ୍ରହ୍ମପୁର ସାଂସଦ ଙ୍କ ନଜର କୁ ଅଣା ଯାଇଛି ବିଧାୟକ ମଧ୍ୟ NHAI କର୍ତ୍ତୃପକ୍ଷ ଙ୍କ ସହ ଆଲୋଚନା କରିଥିଲେ କିନ୍ତୁ ଦାବି ହୋଇ ଆସୁଥିବା ସେହି ସପ୍ନ ଏବେ ଛତ୍ରପୁରବାସୀଙ୍କ ପୂରଣ ହେବାକୁ ଯାଉଛି l ଏ ଦୁଇଟି ପ୍ରକଳ୍ପ ଅନୁମୋଦନ ହୋଇସାରିଛି , ଇଷ୍ଟିମେଣ୍ଟ ସରିଛି ଯଥାଶୀଘ୍ର ଟେଣ୍ଡର ପ୍ରକ୍ରିୟା ସରି କାର୍ଯ୍ୟ ଆରମ୍ଭ ହେବ l ଜାତୀୟ ରାଜପଥ ପ୍ରାଧିକରଣ ଦ୍ୱାରା ଗଞ୍ଜାମ ଜିଲ୍ଲାରେ ପାଖାପାଖି ୧୩ ଟି ଅଣ୍ଡରପାସ୍ ଓ ଫ୍ଲାଏ ଓଭର ବ୍ରିଜ୍ ପ୍ରକଳ୍ପ ଅନୁମୋଦନ ହୋଇଛି, ବର୍ତ୍ତମାନ ୧୦ କୋଟି ଟଙ୍କାର ପ୍ରକଲ୍ପ ଟେଣ୍ଡର ସରି ପ୍ରକଲ୍ପ କାର୍ଯ୍ୟ ଯଥା ଶୀଘ୍ର ଆରମ୍ଭ ହେବ ବୋଲି ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତିଭାସନ୍ କହିଛନ୍ତି
