April 27, 2026

ଟଳିଲା ବାତ୍ୟା ମୋନ୍ଥା ବିପଦ, ବର୍ଷା ଯୋଗୁ ଚିନ୍ତାରେ ଚାଷୀ, ପରିବା ଚାଷ ସମେତ କଞ୍ଚା ଲଙ୍କା ଅଧିକ କ୍ଷୟକ୍ଷତି

IMG-20251029-WA0051
Share

 

ଛତ୍ରପୁର ତା ୨୯/୧୦/୨୫(ଅରୁଣ କୁମାର ପଣ୍ଡା) ବାତ୍ୟା ମୋନ୍ଥା ଟଳିଯାଇଥିବା ବେଳେ ଲଗାତାର ବର୍ଷା ଆଣିଛି ଚାଷୀର ଦୁଃଖ। ତେବେ ତିନି ଦିନ ହେଲା ଲଗାଣ ବର୍ଷା ଲାଗିରହିଥିବାରୁ ଏହା ଚାଷୀଙ୍କ ଚିନ୍ତାର କାରଣ ହୋଇପଡିଛି । ବର୍ଷା ଛାଡିବା ପରେ ଧାନ ଫସଲ ସମେତ କଞ୍ଚା ଲଙ୍କା ଓ ପରିବା ଚାଷ ଅନ୍ୟାନ୍ୟ ଫସଲ ବହୁ ପରିମାଣରେ କ୍ଷତି ହୋଇଛି।ଛତ୍ରପୁର ବ୍ଲକ ଅନ୍ତର୍ଗତ ବଡ଼ ମାଧପୁର, ବିପୁଲିଙ୍ଗି, ଭିକାରୀ ପଲି, ପୋଟଳମପୁର, ବଉଳଗାଁ,ପଞ୍ଚାୟତ କୁ ଯାଇ ବାତ୍ୟା ମୋନ୍ଥା ର ପ୍ରଭାବ ରେ ହୋଇଥିବା କ୍ଷୟ କ୍ଷତି କୁ ଗଞ୍ଜାମ ଜିଲ୍ଲାପାଳ ଙ୍କ ନିର୍ଦେଶ ରେ ଗୋଷ୍ଠୀ କୃଷି ଅଧିକାରୀ ଚୌଧୁରୀ ସନମାର୍ଗ କର, ସହକାରୀ ଉଦ୍ୟାନ କୃଷି ଅଧିକାରୀ ସନ୍ଦୀପ କୁମାର ବଢ଼େଇ, କୃଷି ଅଧିଦର୍ଶକ ଦୁର୍ଗା ପ୍ରସାଦ ପ୍ରଧାନ ଓ ଗ୍ରାମ କୃଷି କର୍ମ ଚାରି ଡି ରବୀନ୍ଦ୍ର କୁମାର ପ୍ରମୁଖ ବୁଲି ଦେଖିଥିଲେ।