ହାଇଟେକ ହସ୍ପିଟାଲ ଭୁଲ ଚିକିତ୍ସାରେ ଜଣେ ହୋମଗାର୍ଡଙ୍କ ମୃତ୍ୟୁ: ଥାନା ରେ ଅଭିଯୋଗ କଲେ ଝିଅ
ଗଞ୍ଜାମ =ପ୍ରଦୀପ କୁମାର ପଣ୍ଡା
ଭୁବନେଶ୍ୱର ହାଇଟେକ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଗଞ୍ଜାମ ଥାନାରେ କାର୍ଯ୍ୟରତ ହୋମଗାର୍ଡ ଆର. ଧନୁରେଡ୍ଡୀଙ୍କ ଚିକିତ୍ସାରେ ଅବହେଳା ଓ ଭୁଲ ଇଞ୍ଜେକ୍ସନ ଯୋଗଁ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି l
ଏପରିକି ଏନେଇ ମଞ୍ଚେଶ୍ୱର ଥାନାରେ ହାଇଟେକ କର୍ତ୍ତୃପକ୍ଷଙ୍କ ବିରୋଧରେ ଏତଲା ଦେବାକୁ ଯାଇଥିଲେ ମଧ୍ୟ ଏତଲା ରଖିନଥିଲେ ଲ ବାରମ୍ବାର ହସ୍ପିଟାଲ ଥାନା କୁ ଦୌଡେଇ ଲୁଚକାଳି ଖେଳ ପରେ ବହୁ ବିଳମ୍ବରେ ଏତଲା ରଖିଥିବା ଜଣାପଡିଛି l
କାର୍ଯ୍ୟରତ ହୋମଗାର୍ଡ ଧନୁଙ୍କ ଝିଅ ଆର. ମିନା ରେଡ୍ଡୀ ଥାନାରେ ଲିଖିତ ଅଭିଯୋଗ ଅନୁସାରେ, ତାଙ୍କ ବାପାଙ୍କ ଆଣ୍ଠୁ ଅପରେସନ ପାଇଁ ଗତ 18.10.24 ରଖିରେ ଭୁବନେଶ୍ୱର ହାଇଟେକ ହସ୍ପିଟାଲରେ ଭର୍ତି କରିଥିଲେ l ପରେ 24.10.24ତାରିଖରେ ଅପରେସନ କରାଯଇଥିଲା l ଅପରେସନ ପରେ ସେ ସୁସ୍ଥ ଥିବା ସହ କଥାବାର୍ତା ଭଲ ଭାବେ କରୁଥିଲେ l
ଗତକାଲି ରାତି ପ୍ରାୟ ଦଶଘଣ୍ଟିକା ସମୟରର ଏକ୍ସରେ ବାହାର କରାଯିବା ସହ ନିଦ ମେଡ଼ିସିନ ଖାଇବାକୁ ଦିଆଯାଇଥିଲା l ପରେ ରାତି ପ୍ରାୟ ଏଗାର ଘଟିକା ସମୟରେ ବାପାଙ୍କୁ ଇଞ୍ଜେକ୍ସନ ଦିଆଯାଇଥିଲେ ମଧ୍ୟ ଆମକୁ ଜଣାଇନଥିଲେ l ରାତି ତିନିଘଣ୍ଟ ସମୟରେ ବାପାଙ୍କୁ ଦେଖିବାକୁ ଗଲାବେଳକୁ ବାପା ନିସ୍ତେଜ ହୋଇ ସୋଇଛନ୍ତି l ଏନେଇ ଡାକ୍ତରଙ୍କୁ ଜଣାଇବାରୁ ମୋତେ ନକହି ବାପାଙ୍କୁ ଆଇୟୁଷୁ ରେ ଭର୍ତିକରାଦେଇଥିଲେ l ଆଇୟୁଷୁରେ ଭର୍ତି କରିବାର ଦୁଇଘଣ୍ଟା ପରେ ଆସି କହିଲେ ବାପା ମରିଯାଇଛନ୍ତି l ଯାହାକୁ ନେଇ ଆମେ ଆଶ୍ଚର୍ଯ୍ୟ ହୋଇଯାଇଥିଲୁ l ଏହାର ପ୍ରତିବାଦ କରିବାରୁ ଆମକୁ ନାଲି ଆଖି ଦେଖିଥିଲେ ଚିକିତ୍ସା କରୁଥିବା ଡାକ୍ତର ମାନେ l ଏନେଇ ବାପାଙ୍କ ଚିକିତ୍ସାରେ ଅବହେଳା, ନିଦ ବଟିକା ଦେବା ପରେ ଭୁଲ ଇଞ୍ଜେକ୍ସନ ଦେବା ଯୋଗୁଁ ବାପଙ୍କ ମୃତ୍ୟୁ ଘଟିଥିବା, କାରଣ ବାପାଙ୍କର ଆଣ୍ଠୁ ଅପେରସନ ହୋଇଥିଲା ମାରିବାର କାରଣ କଣ ମୁଁ ବୁଝିପାରୁନାହିଁ l ବାପାଙ୍କ ଶରୀରକୁ ପୋଷ୍ଟ ମଟମ ସହ ନ୍ୟାୟ ପାଇଁ ନିକଟସ୍ଥ ମଞ୍ଚେଶ୍ୱର ଥାନାରେ ଏତଲା ଦେଇଥିଲେ ମଧ୍ୟ ରଖିନଥିଲେ l ପରେ ଗଞ୍ଜାମ ଆଇଆଇସି ସୁମିତ୍ରା ପାତ୍ର ଗଞ୍ଜାମ ଏସପିଙ୍କ ଦୃଷ୍ଟିଆକର୍ଷଣ କରିବାରୁ, ଏସ.ପି ହସ୍ତକ୍ଷେପ କରିଥିଲେ l ଗଞ୍ଜାମ ଥାନାରୁ ଏସଆଇଙ୍କ ସହ ଏକ ପ୍ରତିନିଧି ଦଳ ଭୁବନେଶ୍ୱର ହସ୍ପିଟାଲ ଓ ମଞ୍ଚେଶ୍ୱର ଥାନାକୁ ଯିବା ପରେ ବହୁଲୁଚକାଳୀ ଅନ୍ତ ପରେ ବିଳମ୍ବରେ ସନ୍ଧ୍ୟା 05.30ମିନିଟରେ ଏତଲା ରଖିଥିଲେ ମଞ୍ଚେଶ୍ୱର ଥାନା କର୍ତ୍ତୃପକ୍ଷ l
ପରେ କେଶ ନମ୍ବର 594/24ଏକ ମକଦ୍ଦମା ରୁଜୁ କରି ତଦନ୍ତ କରୁଥିବା ଜଣାପଡିଛି l
ଅନ୍ୟପଟେ ସନ୍ଧ୍ୟା ସୁଦ୍ଧା ହାଇଟେକ ହସ୍ପିଟାଲ କର୍ତ୍ତୃପକ୍ଷ MCL ଦେବାକୁ ରାଜିହୋଇନଥିବା ଜଣାପଡିଛି l କଣପାଇଁ ମେଡିକାଲ କର୍ତ୍ତୃପକ୍ଷ ପୋଷ୍ଟମାଟମ ପାଇଁ ରାଜିନହେବା, ପୋଲିସ ଏତଲା ରଖିବାକୁ ରୋକଠୋକ ମନାକରିବା ପରେ ବହୁ ବିଳମ୍ବରେ ଏତଲା ରଖିବା, ନେଇ ପରିବାର ଅଭିଯୋଗ ବହୁ ପ୍ରଶ୍ନବାଚି ସୃଷ୍ଟି କରିଛି l ଜଣେ କାର୍ଯ୍ୟରତ ପୋଲିସ କ୍ଷେତ୍ରରେ ଯଦି ଏପରି ଘଟିପାରୁଛି, ସାଧାରଣ ଲୋକଙ୍କ କ୍ଷେତ୍ରରେ କଣ ନଘଟୁଥିବା ତାହା ଅନୁମାନ ସାପେକ୍ଷ l ଖବର ଲେଖାହେଲାବେଳକୁ ଉତେଜନା ଲାଗିରହିଥିବା ଜଣା.ପଡିଛି l