April 30, 2026

ଉମରକୋଟ ଅବକାରୀ ବିଭାଗ ଓ ପୋଲିସ ର ବଡ଼ ସଫଳତା……

IMG-20241029-WA0003
Share

 

 

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରତାପ ଦାସଙ୍କ ନିର୍ଦ୍ଦେଶକ୍ରମେ ଉମରକୋଟ ଅବକାରୀ ବିଭାଗ ଓ ଉମରକୋଟ ପୋଲିସ ର ମିଳିତ ଚଢ଼ାଉ ରେ ଜଣେ ବ୍ୟକ୍ତି ଙ୍କୁ ଗିରଫ କରିବା ସହ ୬୫୦ ଲିଟର ହାତ ରନ୍ଧା ମଦ ଜବତ କରିବାରେ ସଫଳ ହୋଇଛି । ଗିରଫ ବ୍ୟକ୍ତି ଜଣକ ହେଲେ ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ଅନ୍ତର୍ଗତ ରତାଖଣ୍ଡି ଗୁଡା ପଂଚାୟତ ଅଧୀନରେ ଥିବା ଗାଈଧଡି ଗ୍ରାମର ମୁକୁନ୍ଦ ବିଶୋଇ(୪୨)। ମିଳିଥିବା ସୂଚନା ଅନୁସାରେ ବିଶେଷ ସୂତ୍ରରୁ ଖବର ପାଇ ଉମରକୋଟ ଅବକାରୀ ବିଭାଗ ଅଧିକାରୀ ରଞ୍ଜୁଲତା ବାରିକ ମୁକୁନ୍ଦ ଙ୍କ ଘରେ ଚଢ଼ାଉ କରିଥିଲେ। ଏହି ସମୟରେ ମୁକୁନ୍ଦ ଙ୍କ ଘରୁ ୬୫୦ଲିଟର ରନ୍ଧା ମଦ ଜବତ କରାଯାଇଥିଲା । ଆଜି ମୁକୁନ୍ଦ କୁ କୋର୍ଟ ଚାଲାଣ କରାଯାଇଥିଲା।ଜାମିନ ନାମଂଜୁର ହେବାରୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ଏହି ଚଢାଉ ସମୟରେ ଉମରକୋଟ ଅବକାରୀ ବିଭାଗ ଅଧିକାରୀ ରଞ୍ଜୁଲତା ବାରିକ, ଜ୍ୟୋସ୍ନା ହରିଜନ, ଗତୁଲ ନାୟକ, ଓ ଉମରକୋଟ ପୋଲିସ ଏ ଏସ ଆଇ ରାମାନନ୍ଦ ପ୍ରଧାନ ଓ ପୋଲିସ ଫୋର୍ସ ସାମିଲ ଥିଲେ।