April 26, 2026

ଅତାବିରା ଆନନ୍ଦ କଲ୍ୟାଣ ମଣ୍ଡପ ସମ୍ମୁଖରେ ରକ୍ତଦାନ ଶିବିର,ଯୋଗଦେଲେ ସାଂସଦ,ବିଧାୟକ 

IMG-20250929-WA0038
Share

 

ରକ୍ତ ଦାନ ମହତ ଦାନ ଏହି ଉକ୍ତିଟିକୁ ଆଖିଁ ଆଗରେ ରଖି ଆଜି ସୋମବାର ପୂର୍ବାହ୍ନ ୧୦ଟା ସମୟରେ ଭାରତର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ୭୫ତମ ଜନ୍ମ ଦିନ ଅବସରରେ ଅତାବିରା ଆନନ୍ଦ କଲ୍ୟାଣ ମଣ୍ଡପ ସମ୍ମୁଖରେ ସେବା ପକ୍ଷ ୨୦୨୫ ଉପଲକ୍ଷେ ଏକ ରକ୍ତଦାନ ଶିବିର ଅତାବିରା ନଗର ମଣ୍ଡଳ ତରଫରୁ ଆୟୋଜନ କରାଯାଇଛି | ଅତାବିରା ମଣ୍ଡଲ ସଭାପତି ସତୀଶ ଚୌଧୁରୀଙ୍କ ନେତୃତ୍ବରେ |ଏଥିରେ ମୁଖ୍ୟ ଅତିଥି ଭାବେ ବରଗଡ ସାଂସଦ ପ୍ରଦୀପ ପୁରୋହିତ ,ସମ୍ମାନୀତ ଅତିଥି ଭାବେ ଅତାବିରା ଲୋକପ୍ରିୟ ବିଧାୟକ ନିହାରରଂଜନ ମହାନନ୍ଦ ଯୋଗଦେଇ ଫିତାକାଟି ଶିବିରଟିକୁ ଉଦଘାଟନ କରିଥିଲେ |ଏହି କାର୍ଯ୍ୟକ୍ରମରେ ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟ ମିଳନ ସେଟ,କାଠଡେରା ମଣ୍ଡଲ ସଭାପତି ପୁଷ୍ଫକ ଗାଇଗରିଆ,ଅର୍ଚ୍ଚନା ବାଗ,ଶ୍ରବଣ କୁମାର ପରିଛା,ଖିରେଶ୍ବରୀ ସ୍ବାଇଁ ପ୍ରମୁଖ ଯୋଗଦେଇଥିଲେ |ସର୍ବ ମୋଟ ୨୬ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା | ବୁର୍ଲା ରକ୍ତ ସଂଗ୍ରହକାରୀ ଦଳ ଆସି ରକ୍ତ ସଂଗ୍ରହ କରିଥିଲେ |