April 26, 2026

ଏନ୍ଏସି ପକ୍ଷରୁ ସଫାଇ ମିତ୍ର ସୁରକ୍ଷା ଶିବିର ଅନୁଷ୍ଠିତ 

IMG-20250929-WA0029
Share

ବୁଗୁଡା : ତା ୨୯/୦୯/୨୫ : ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନଠାରୁ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ପାଳିତ ହେଉଥିବା ସେବା ପକ୍ଷ ଅବସରରେ ସ୍ଥାନୀୟ ଏନ୍ଏସି ପକ୍ଷରୁ ସଫାଇ ମିତ୍ର ସୁରକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିର ଅବସରରେ ଏନ୍ଏସିରେ କାର୍ଯ୍ଯରତ ସମସ୍ତ ସଫାଇ ମିତ୍ରଙ୍କ ନାମ ପଞ୍ଜିକରଣ ସହ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ଆବଶ୍ୟକ ସ୍ଥଳେ ଔଷଧ ପ୍ରଦାନ କରାଯାଇଥିଲା। ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ବିଭୁତି ଭୂଷଣ ବେହେରାଙ୍କ ତତ୍ତ୍ବାବଧାନରେ ଆୟୋଜିତ ଏହି ଶିବିରରେ ଡାକ୍ତର ହିମାଂଶୁ ଶେଖର ପଣ୍ଡାଙ୍କ ନେତୃତ୍ଵରେ ଏକ ସ୍ବାସ୍ଥ୍ୟକର୍ମୀ ଦଳ ସଫାଇ ମିତ୍ରଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲା ବେଳେ ଅଧ୍ଯକ୍ଷ ଚିତ୍ରସେନ ପ୍ରଧାନ ଓ ଉପାଧ୍ୟକ୍ଷା ଗିତାଞ୍ଜଳୀ ପାଢୀଙ୍କ ସମେତ କେତେକ କାଉନସିଲର ଉପସ୍ଥିତ ରହି ସ୍ବଚ୍ଛତା ସେବା ଯୋଗାଇ ଦେଉଥିବା ସଫାଇ ମିତ୍ରଙ୍କୁ ମାର୍ଗ ଦର୍ଶନ କରିବା ସହ ସେମାନଙ୍କୁ ଉତ୍ସାହିତ କରିଥିଲେ।