April 26, 2026

ଉମରକୋଟ ଠାରେ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ବ୍ଲକ ସ୍ତରୀୟ  ବିଶ୍ବ ଜଳାନ୍ତକ ଦିବସ ପାଳିତ…….

IMG-20250929-WA0018
Share

 

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ଜଳାତଙ୍କ ଉଭୟ ପ୍ରାଣୀ ଓ ମନୁଷ୍ୟଙ୍କୁ ଆକ୍ରାନ୍ତ କରୁଥିବା ଏକ ମାରାତ୍ମକ ଭୂତାଣୁଜନିତ ସଂକ୍ରାମକ ରୋଗ। ପଶୁମାନଙ୍କ ଠାରୁ ମନୁଷ୍ୟକୁ ସଂକ୍ରମିତ ହେଉଥିବା ଏହା ଏକ ଜୁନୋଟିକ୍‌ ରୋଗ, ଯେଉଁଥିରେ ପ୍ରତିବର୍ଷ ଆମ‌ ଦେଶରେ ପ୍ରାୟ କୋଡ଼ିଏ ହଜାର ଲୋକ ମୃତ୍ୟୁବରଣ କରିଥାନ୍ତି । ରୋଗାକ୍ରାନ୍ତ ପ୍ରାଣୀ ସୁସ୍ଥ ପ୍ରାଣୀ ବ୍ୟକ୍ତିକୁ କାମୁଡ଼ିବା ବା ରାମ୍ପୁଡ଼ିବା ଦ୍ବାରା ସଂକ୍ରମିତ ଲାଳ ସଂସ୍ପର୍ଶରେ ଆସି ଜଳାନ୍ତକ ଭୂତାଣୁ ସୁସ୍ଥ ପ୍ରାଣୀର ଶରୀରରେ ପ୍ରବେଶ କରେ ଏବଂ ତା’ଠାରେ ରୋଗର ଲକ୍ଷଣ ପ୍ରକାଶ ପାଇଥାଏ । ଆମ ଦେଶରେ ଜଳାନ୍ତକ ରୋଗର ୯୫ ପ୍ରତିଶତ କୁକୁର କାମୁଡ଼ିବା ଦ୍ବାରା ହୋଇଥାଏ । ଏହି ମହାମାରି ଜଳାନ୍ତକ ରୋଗର ସଚେତନତା କାର୍ଯ୍ୟକ୍ରମ ପ୍ରତ୍ୟକ ବର୍ଷ ସେପ୍ଟେମ୍ବର ୨୮ ତାରିଖରେ ଅନୁଷ୍ଠିତ ହୋଇଥାଏ ଯାହାକୁ ବିଶ୍ବ ଜଳାନ୍ତକ ଦିବସ ରୁପେ ପାଳନ କରାଯାଏ। ଏହି ଅବସରରେ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ବ୍ଲକ ସ୍ତରୀୟ ବିଶ୍ବ ଜଳାନ୍ତକ ଦିବସ ଉମରକୋଟ ବ୍ଳକ ଅନ୍ତର୍ଗତ ସୁନାବେଡା ପଞ୍ଚାୟତର ଦୁର୍ଗମ ଅଞ୍ଚଳ ଲକଟିପଖନା ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ପ୍ରାଣୀ ଚିକିତ୍ସକ ଡାକ୍ତର ଅଭିଷେକ ହୋତା ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ଯକ୍ରମରେ ମୁଖ୍ୟ ଅତିଥି ଭାବେ ସୁନାବେଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଶୁଭମ୍ ସମିନ ନାୟକ ଯୋଗଦେଇ ଏହି ଶିବିରକୁ ଉଦଘାଟନ କରିବା ସହ ଜଳାନ୍ତକ ରୋଗର କାରଣ ଓ ନିରାକରଣ ସମ୍ପର୍କ ରେ ସୂଚନା ପ୍ରଦାନ କରିଥିଲେ। ଏଥିରେ ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦେବେନ୍ଦ୍ର ବାଘ, ପ୍ରଧାନ ଶିକ୍ଷୟିତ୍ରୀ ବବି ମହାଜନ ,ସି ଆର ସି ସି ସମୀର କୁମାର ଗନ୍ତାୟତ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଦାନୂ ଖିଲ ,ଅଙ୍ଗନବାଡି କର୍ମୀ ଇଲା ରାଣୀ ରାୟ

ପ୍ରମୂଖ ଯୋଗ ଦେଇ ଏହି ରୋଗର ସଚେତନତା ଓ ଭୟାବହତା ଉପରେ ଅବଗତି କରାଇଥିଲେ ।

ଏହି କାର୍ଯ୍ୟକ୍ରମରେ ପ୍ରାଣୀ ସମ୍ପଦ ବିକାଶ ବିଭାଗର ମୈତ୍ରୀ ସମୀର ସରକାର ,ଦେବାନନ୍ଦ ଅଧିକାରୀ

ପ୍ରାଣୀ ମିତ୍ର ବସନ୍ତି ବୈରାଗୀ, ନୀଳିମା ସରକାର, ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ସେବା ଆଟେଣ୍ଡାଣ୍ଟ ଭଗବାନ, ଫୁଲସିଂ ଗଣ୍ଡ, ଉରିଆଲ ଭତ୍ରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।