March 11, 2026

ସାପ୍ତାହିକ ଜନମିତ୍ରର ୨୦ତମ ପ୍ରତିଷ୍ଠା ଦିବସ  

IMG-20240929-WA0040
Share

ସମ୍ବଲପୁର:ସମ୍ବଲପୁରରୁ ପ୍ରକାଶ ପାଉଥିବା ଜନମିତ୍ର ସପ୍ତାହିକ ପତ୍ରିକାର ୨୦ତମ ପ୍ରତିଷ୍ଠା ଦିବସ ଆଜି ପାଳିତ ହୋଇ ଯାଇଛି।କ୍ଷେତରାଜପୁର ସ୍ଥିତ ନାରାୟଣୀ ସତସଙ୍ଘ ଭବନ ଠାରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଳା ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ପ୍ରଶାନ୍ତ ପାଢ଼ୀ ଯୋଗଦେଇ ବାଲ୍ୟ ବିବାହ ଓ ଶିଶୁ ନିର୍ଯାତନା ରୋକିବା ଦିଗରେ ଗୁରୁତ୍ୱ ଦେଇଥିଲେ।ସମ୍ମାନିତ ଅତିଥି ବରିଷ୍ଠ ଓକିଲ ଜୟକୃଷ୍ଣ ବେହେରା ଓ ସମାଜସେବୀ ଡା.ରାଜାରାମ ଷଡ଼ଙ୍ଗୀ ଯୋଗଦେଇ ମହିଳା ବିକାଶରେ ପରିବାର ଓ ସମାଜ ମଙ୍ଗଳର ବିଭିନ୍ନ ଦିଗ ଉପରେ କହିଥିଲେ। ପତ୍ରିକା ସମ୍ପାଦକ ରାଧେଶ୍ୟାମ ପଣ୍ଡା ପ୍ରାରମ୍ଭିକ ସୂଚନା ଦେଇ କ୍ଷୁଦ୍ର ପତ୍ରିକା ପରିଚାଳନା କରିବା କଷ୍ଟ ହେଉଥିଲେ ମଧ୍ୟ୍ୟ ଏଭଳି ପତ୍ରିକା ପ୍ରତିଭାଧାରିଙ୍କୁ ଆଗକୁ ବଢ଼ାଇବାର ସୁଯୋଗ ଦେବା ସହ ସାମାଜିକ ଦାୟିତ୍ୱକୁ ସମ୍ପାଦନ କରିବାରେ ବଡ଼ ଭୂମିକା ନେଇଥାଏ ବୋଲି କହିଥିଲେ। ବରିଷ୍ଠ ଓକିଲ ଅରବିନ୍ଦ ନାୟକ ସଭାକୁ ସଂଚାଳନ କରିଥିଲେ l ଜନମିତ୍ର ଦ୍ୱାରା ଆୟୋଜିତ ପରିବେଶ ସୁରକ୍ଷା ସହିତ ବିଭିନ୍ନ ସାମାଜିକ ଦାୟିତ୍ୱ କୁ ନେଇ ବକ୍ତା ମାନେ ଏଭଳି କାର୍ଯ୍ୟକ୍ରମ ର ପ୍ରଂଶସା କରିଥିଲେ। ସଭାପରେ କବି ଅରବିନ୍ଦ ନାୟକଙ୍କ ସଂଯୋଜନାରେ ଏକ ମନୋଜ୍ଞ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ବରଗଡର ଜଣାଶୁଣା ବରିଷ୍ଟ ସାମ୍ବାଦିକ ଆଶୁତୋଷ ରଥ ଙ୍କୁ ଚଳିତ ବର୍ଷର ଜନମିତ୍ର ସମ୍ମାନ ୨୦୨୪ ପ୍ରଦାନ କରାଯାଇଥିଲା l ଏହି କାର୍ଯ୍ୟକ୍ରମକୁ ଟିକେଶ୍ୱର ପ୍ରଧାନ, ସୁନିତା ହରିପାଳ, ସତମାନ ବାଗ, ସୁଧୀର ମିଶ୍ର, ବସନ୍ତ ସ୍ୱାଇଁ, ହରିଶଙ୍କର ମିଶ୍ର, ସବିତା ମିଶ୍ର, ସାଧବ ପ୍ରଧାନ ପ୍ରମୁଖ ଯୋଗଦାନ କରି ଏହାକୁ ସଂଚାଳନ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରଥିଲେ