September 29, 2024

ଜାତୀୟ ଓ ଆନ୍ତର୍ଜାତିକ ସ୍ତରର ଭଲିବଲ ଖେଳାଳୀ ସୃଷ୍ଟି ପାଇଁ ପ୍ରୟାଶ କରାଯିବ….

Share

      ଓଡିଶାର ଉପାନ୍ତ ଠାରୁ ଆରମ୍ଭ କରି ଉପକୂଳ ବିଶେଷକରି ଗ୍ରାମାଞ୍ଚଳରେ ଭଲିଢଲ ଖେଳ ବେଶ ଆଦୃତ ହୋଇଥାଏ। ଓଡିଶାରେ ଯଦି ଭଲିବଲ ପ୍ରତି ଅଧିକ ଧ୍ୟାନ ରାଜ୍ୟ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ତରଫରୁ ନିଆଯିବ ତାହା ହେଲେ ଓଡିଶାର ଖେଳାଳୀ ଜାତୀୟ ଓ ଆନ୍ତର୍ଜାତିୟ ସ୍ତରର ସୁନାମ ଅର୍ଜନ କରିବେ ଏବଂ ଅଧିକ ଭଲିବଲ ଖେଳାଳୀ ସୃଷ୍ଟି ପାଇଁ ପ୍ରୟାଶ କରାଯିବର ଆବଶ୍ୟକତା ରହିଛି ବୋଲି ଓଡିଶା ଭଲିବଲ ରେଫରି ଆସୋସିଏସନର ଦୁଇଦିନିଆ କର୍ମଶାଳାରେ ନିର୍ଯ୍ୟାସ।ଆସିଛି। ଆଜି ଅନ୍ତିମ ଚରଣରେ ଜାତୀୟ ଆନ୍ତର୍ଜାତୀୟ ଓ ଖେଲୋ ଇଣ୍ଡିଆରେ ରେଫରି ଭାବରେ ନିଜ ନିଜର ଦାୟିତ୍ୱ ନିର୍ବାହ କରିଥିବା ଅନେକ ଖୃଳାଳୀଙ୍କୁ ସମ୍ମାନିତ କରାଯାଇଥିଲା। ଭଲିବଲ ଖେଳରେ ଜାତୀୟ ସ୍ତରରେ ଖେଳ ପ୍ରଦର୍ଶନ କରିବା ପରେ କିଭଳି ଭଲିବଲ ଖେଳ ରାଜ୍ୟରେ ବିକାଶ ଘଟିବ ଯାହାକୁ ନେଇ ରେଫରି ମାନେ ଚିନ୍ତା ବ୍ୟକ୍ତ କରିଥିଲେ। ଦୁଇଦିନିଆ କର୍ମଶାଳର ଅନ୍ତିମ ଚରଣରେ ଶ୍ରୀମନ୍ଦିରର ଡେପୁଟି କମାଣ୍ଡାଣ୍ଟ ତଥା ଭଲିବଲ ଖେଳାଲୀ କୌସିକ ନାୟକ, ଓଡିଶା ଭଲିବଲ ରେଫରି ଆସୋସିଏସନର ସଭାପତି ଜୟ ପ୍ରକାଶ ମହାନ୍ତି, ସମ୍ପାଦକ କଳାକାର ସାମଲ, ଭାରତୀୟ କ୍ରୀଡା ପ୍ରାଧୀକରଣର ପୂବର୍ତନ କୋଚ ଅଜୟ କୁମାର ତ୍ରିପାଠୀ , ଓଡିଶା ଅଲମ୍ପିକ ଆସୋସିଏସନ ର ସଦସ୍ୟ ଅଦୀପ୍ ଦାସ, ଜାତୀୟ ରେଫରି ନିରଞ୍ଜନ ନାୟକ, ବାଲେଶ୍ଵର ଜିଲ୍ଲା ଭଲିବଲ ଆସୋସିଏସନ ର ସମ୍ପାଦକ ଜଗଦୀଶ ବେହେରା ପ୍ରମୁଖ ଉପସ୍ଥିତ ରହି ଖେଲୋ ଇଣ୍ଡିଆ ତଥା ଜାତୀୟ ସ୍ତରର ରେଫରୀଙ୍କୁ ସମ୍ମନୀତ କରାଯାଇଥିବା ବେଳେ ଜିଲ୍ଲ ସୁଇମିଂ ଆସୋସିଏସନର ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ମଧୁସୂଦନ ମିଶ୍ର ଙ୍କୁ ସମ୍ମନୀତ କରାଯାଇଥିଲା