March 12, 2026

ଓକିଲଙ୍କୁ ଆକ୍ରମଣ ଘଟଣା, ୭ ଦିନ ଭିତରେ ଅଭିଯୁକ୍ତଙ୍କୁ ଗିରଫ କରା ନଗଲେ ଆନ୍ଦୋଳନ ଚେତାବନୀ 

IMG-20240929-WA0022
Share

 

ବୁଗୁଡ଼ା : ତା ୨୯/୦୯/୨୪ : ଓକିଲ ଆଶିଷ ରାଉତଙ୍କୁ ଅଜଣା ଦୁର୍ବୁତ୍ତଙ୍କ ଆକ୍ରମଣ ଘଟଣାକୁ ବୁଗୁଡ଼ା ଓକିଲ ସଙ୍ଘ ପକ୍ଷରୁ ତୀବ୍ର ନିନ୍ଦା କରାଯିବା ସହ ୭ ଦିନ ଭିତରେ ଅଭିଯୁକ୍ତଙ୍କୁ ଗିରଫ କରା ନଗଲେ ଆନ୍ଦୋଳନ ଚେତାବନୀ ଦେଇଛି ଓକିଲ ସଙ୍ଘ l ଆଜି ସଙ୍ଘ ପକ୍ଷରୁ ସ୍ଥାନୀୟ ସାମ୍ବାଦିକ ଭବନ ପରିସରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସଙ୍ଘ କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି l ଓକିଲ ସଙ୍ଘ ସଭାପତି ବନବାସୀ ମହାରଣା,ସମ୍ପାଦକ ଦୁର୍ଗା ମାଧବ ପଣ୍ଡା, ସହ ସମ୍ପାଦକ ସିମାଞ୍ଚଳ ନନ୍ଦ, କୋଷାଧକ୍ଷ କାହ୍ନୁ ଚରଣ ସାହୁ, ପ୍ରାକ୍ତନ ସଭାପତି ହର ପ୍ରସାଦ ଦାଶଙ୍କ ସମେତ ଅନ୍ୟାନ୍ୟ ସଦସ୍ୟଗଣ ଉପସ୍ଥିତ ରହି ଘଟଣାର ତୀବ୍ର ନିନ୍ଦା କରିବା ସହ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ସ୍ଥାନୀୟ ଥାନା ଅଧିକାରୀ ପ୍ରଭାତ ରଞ୍ଜନ ମହାନ୍ତିଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲେ ହେଁ ଆଜି ପର୍ଯ୍ୟନ୍ତ ଅଭିଯୁକ୍ତମାନେ ଧରା ପଡି ନଥିବାରୁ ସଙ୍ଘ ପକ୍ଷରୁ କ୍ଷୋଭ ପ୍ରକାଶ କରାଯାଇଥିଲା l ପ୍ରକାଶ ଥାଉ କି, ଗତ ୨୪ ତାରିଖ ସକାଳ ସାଢେ ଦଶଟା ସମୟରେ ଆଶିଷ ତାଙ୍କ ସ୍ତ୍ରୀଙ୍କୁ ନାଗିରି ଅଙ୍ଗନଓ୍ବାଡି କେନ୍ଦ୍ରରେ ଛାଡି ମୋଟାବାଡିକୁ ଫେରୁଥିବା ବେଳେ ପୂର୍ବରୁ ଏକ ବାଇକରେ ଆସି ବାଟରେ ଛକିଥିବା ତିନି ଜଣ ଦୁର୍ବୃତ୍ତ ତାଙ୍କୁ ଅତର୍କିତ ଭାବେ ଲୁହା ରଡରେ ଆକ୍ରମଣ କରିବା ସହ ମୋବାଇଲ୍, ପର୍ସ ଓ ବାଇକ୍ ଡିକିରେ ଥିବା ଦରକାରୀ କାଗଜପତ୍ର ଲୁଟି ନେଇଥିଲେ । ଆକ୍ରମଣରେ ତାଙ୍କର ବାମ ହାତ ଭାଙ୍ଗିଥିବା ସହ ଅଣ୍ଟାରେ ପ୍ରବଣ ଗଭୀର ଆଘାତ ଲାଗିଥିଲା । ଏ ନେଇ ଓକିଲ ସଙ୍ଘ ପକ୍ଷରୁ ଲିଖିତ ଅଭିଯୋଗ ପରେ ପୋଲିସ କେସ ନଂ ୪୪୬ /୨୪ ଦଫା ୩୦୯ (୨)ରେ ଏକ ମାମଲା ରୁଜୁ କରିଥିବା ଜଣାପଡିଛି l