April 29, 2026

ଆଇନ ଶୃଙ୍ଖଳା ପରିସ୍ଥିତି ଏକ ଆହ୍ୱାନ, ବିକଶିତ ଭାରତ ପାଇଁ ପରାମର୍ଶ 

IMG-20240929-WA0003
Share

 

ଭୁବନେଶ୍ୱର,(ରାଜାରାମ ଷଡ଼ଙ୍ଗୀ):ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ସମ୍ମିଳନୀକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରିବା ପରେ ଆଜିର ପ୍ରଥମ ଅଧିବେଶନରେ ରାଜ୍ୟର ଆଇନ୍ ଶୃଙ୍ଖଳା ପରିସ୍ଥିତି ଏବଂ ଆଗାମୀ ଦିନର ଆହ୍ୱାନକୁ ମୁକାବିଲା କରିବା ସହିତ ୨୦୪୭ ମସିହା ସୁଦ୍ଧା ବିକଶିତ ଭାରତର ଲକ୍ଷ୍ୟ ସାଧନ ସଙ୍ଗେ ସଙ୍ଗେ ପୁଲିସ୍ ବ୍ୟବସ୍ଥାର ଆଧୁନିକୀକରଣ ଓ ସୁଦୃଢୀକରଣ ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା ।

ଏଥିରେ ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୂର ଖୁରାନିଆ, ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ ଯୋଗଦେଇ ଜିଲ୍ଲାପ୍ରଶାସନ ଓ ପୋଲିସ୍ ପ୍ରଶାସନ ମଧ୍ୟରେ ସୁସମନ୍ୱୟ ରକ୍ଷା କରି ଗୁରୁତ୍ୱପୂର୍ଣ୍ଣ ଆଇନ୍ ଶୃଙ୍ଖଳା ରକ୍ଷା ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ପୂର୍ବକ ପରାମର୍ଶ ଦେଇଥିଲେ ।

ଆଲୋଚନା ପ୍ରସଙ୍ଗରେ ଅନୁଗୋଳ ଜିଲ୍ଲାପାଳ ଏମ୍. ଅକତାର ଏବଂ ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଜଗମୋହନ ମୀନା ଯୋଗଦେଇ ଏ କ୍ଷେତ୍ରରେ ନିଜ ନିଜର ଅଭିଜ୍ଞତା ଉପସ୍ଥାପନ କରିଥିଲେ।