April 30, 2026

ଗଜପତି ଆରକେଏସଏସ ସ୍ଵେଛାସେବୀ ଅନୁଷ୍ଟାନ ଜରିଆରେ ସ୍ଵୟଂ ସହାୟକ ଗୋଷ୍ଠୀ ନେତ୍ରୀ ମାନଙ୍କୁ ଏକ ଦିବସୀୟ ତାଲିମ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ

IMG-20230929-WA0048
Share

ଗଜପତି ଆରକେଏସଏସ ସ୍ଵେଛାସେବୀ ଅନୁଷ୍ଟାନ ଜରିଆରେ ସ୍ଵୟଂ ସହାୟକ ଗୋଷ୍ଠୀ ନେତ୍ରୀ ମାନଙ୍କୁ ଏକ ଦିବସୀୟ ତାଲିମ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ
———————————————-
ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଏସ.ମୁନିସିଙ୍ଗ ଗ୍ରାମ କୋଠଗୃହ ଠାରେ ଆଜି ୨୯ ତାରିଖରେ ଆରକେଏସଏସ ସ୍ଵେଛାସେବୀ ଅନୁଷ୍ଠାନ ପକ୍ଷରୁ ଜିଲ୍ଲା ନାବାର୍ଡ ସଂସ୍ଥା ଗଜପତି ସହାୟତାରେ ୯ ଟି ସ୍ଵୟଂ ସହାୟକ ଗୋଷ୍ଠୀର ୫୦ ରୁ ଉର୍ଦ୍ଧ୍ବ ଦଳର ନେତ୍ରୀ ମାନଙ୍କୁ ସେମାନଙ୍କ ନେତୃତ୍ୱର ଦକ୍ଷତାକୁ ସୁଦୃଢ କରିବା ପାଇଁ ଏକ ତାଲିମ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଉକ୍ତ ଶିବିରରେ ମୁଖ୍ୟତଃ ମହିଳା ସଶକ୍ତିକରଣ ଦଳ ପରିଚାଳନା ଦଳର ଦଶାସୃତି କାର୍ଯ୍ୟକ୍ରମ ଖାତାପତ୍ର ଲେଖିବା ଋଣ ଆଦାନ ପ୍ରଦାନ ସୁଧର ହିସାବ ଓ ସରକାରଙ୍କ ବିଭିନ୍ନ ବିଭାଗ ସହ ସମନ୍ଵୟ ରକ୍ଷା କରି ଦଳ ଦ୍ଵାରା ରୋଜଗାର ଭିତ୍ତିକ କାର୍ଯ୍ୟକ୍ରମ କୃଷିଭିତ୍ତିକ , ଉଦ୍ୟାନଭିତ୍ତିକ ଓ ନାବାର୍ଡ ଏବଂ ୟୁନିଅନ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ଗଜପତି (ଆରସେଟି) ଠାରେ ବିଭିନ୍ନ ପ୍ରକାର ମହିଳା ମାନଙ୍କୁ ଛତୁଚାଷ , କୁକୁଡା ପାଳନ , ମହମବତୀ ତିଆରି , ଧୂପକାଠି ତିଆରି , ଫିନାଇଲ ତିଆରି ଓ ସିଲାଇ ପ୍ରଭୃତି ତାଲିମ ନେଇ ନିଜେ କିପରି ରୋଜଗାର କରି ପାରିବେ , ଆର୍ଥିକ ସାକ୍ଷରତା ସହ ବିଭିନ୍ନ ପ୍ରକାରର ବୀମା ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା , ପ୍ରଧାନମନ୍ତ୍ରୀ ଜୀବନଜ୍ୟାତି ବୀମା , ଅଟଳ ପେନସନ , ଫସଲ ବୀମା , ନିର୍ମାଣ ଶ୍ରମିକ ପଞ୍ଜୀକରଣ , ଫ୍ରଡ ମୋବାଇଲକୁ ଫୋନ କରି ଟଙ୍କା ପଇସା ବ୍ୟାଙ୍କ ଖାତା ମାଧ୍ୟମରେ ଟଙ୍କାକୁ ଉଠାଇଦେବା , ଏଟିଏମ କାର୍ଡ ବ୍ୟବହାର ଓ ବ୍ୟାଙ୍କ ତରଫ’ରୁ ଦଳ’କୁ ଆର୍ଥିକ ସହାୟତା ସଂପର୍କରେ ବୁଝାଇ ସଚେତନ କରା ଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରତୀକ ପଣ୍ଡା ଡିଡିଏମ ନାବାର୍ଡ , ଶ୍ରୀ ମହେଶ୍ଵର ମଣ୍ଡଳ ଏଲଡିଏମ, ଶ୍ରୀମତୀ ଦଲିଲା ରଇତ , ଏମବିକେ ,ଓଏଲମ , ଶ୍ରୀ ଜନାତ ଗମାଙ୍ଗ ବିଏସଏ, ଶ୍ରୀ ଜିମସୋନ ଶବର , ସିଏଫଏଲ ଗୁମ୍ମା , ତାଲିମ ଦାତା ଶ୍ରୀ ନରେଶ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।
ଆରକେଏସଏସ ଅନୁଷ୍ଠାନର ମୁଖ୍ୟ ତଥା ସଂପାଦକ ଶ୍ରୀ ଲକ୍ଷ୍ମୀକାନ୍ତ ପଣ୍ଡା କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହ ଅନୁଷ୍ଠିତ ତାଲିମ ଶିବିର କାର୍ଯ୍ୟକ୍ରମର ଲକ୍ଷ ଓ ଉଦ୍ଦେଶ୍ୟ ସମ୍ପର୍କରେ ବୁଝାଇ ସ୍ଵାଗତ ଭାଷଣ ଦେଇଥିବା ବେଳେ ଶ୍ରୀ ଜନାତ ଗମାଙ୍ଗ ଉପସ୍ଥିତ ସମସ୍ତ’ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ଉକ୍ତ କାର୍ଯ୍ୟକ୍ରମରେ ଓଡିଶା ଜୀବିକା ମିଶନର ସିଆରପି ମାନେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ଏହି ଅବସରରେ କାର୍ଯ୍ୟକ୍ରମ ଶେଷରେ ତଥା ଅପରାହ୍ନ ୪ ଘଣ୍ଟା ସମୟରେ ଯୋଗ ଦେଇଥିବା ସମସ୍ତ’ଙ୍କୁ ଗ୍ରାମର ଟିସୁ କଦଳୀ ଚାଷ କ୍ଷେତ୍ର ପରିଦର୍ଶନ କରିଥିଲେ ।
———————————————-
ଗଣେଶ କୁମାର ରାଜୁ
ପାରଳାଖେମୁଣ୍ଡି(ଗଜପତି)
———————————————-