ବୋଲଗଡ଼ ଅଞ୍ଚଳରେ ମୋ ମାଟି,ମୋ ଦେଶ କାର୍ଯକ୍ରମ ଅନୁଷ୍ଠିତ।

f1795a44-9079-43e5-8783-28062b0b5e97
Share

ବୋଲଗଡ଼,୨୯/୦୯(ଉପାନ୍ତ ଓଡିଶା):କେନ୍ଦ୍ର ସରକାରଙ୍କ ମୋ ମାଟି ମୋ ଦେଶ କାର୍ଯକ୍ରମ ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ଅଞ୍ଚଳର ବିଭିନ୍ନ ଗାଁ, ସ୍କୁଲ, କଲେଜ, କ୍ଳବ, ବିଭିନ୍ନ ଅନୁଷ୍ଠାନ ଗୁଡିକରେ ଖୋର୍ଦ୍ଧାସ୍ଥିତ ଇଣ୍ଡୋ ତିବ୍ବତୀୟାନ ବଡ଼ର ପୋଲିସ ଫୋର୍ସ( I T B P )ଙ୍କ ତରଫରୁ ଶନିବାର ଦିନ “ମୋ ମାଟି,ମୋ ଦେଶ ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି ! ଏହି କାର୍ଯ୍ୟକ୍ରମରେ( I T B P ) ପୋଲିସ ବାହିନୀର କମାଣ୍ଡର ନରେନ୍ଦ୍ର ସିଂହ ନେତୃତ୍ୱରେ ପ୍ରଥମେ ପରମା ନନ୍ଦ ମହାବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀମାଙ୍କୁ ନେଇ ଭାରତ ଦେଶ ଉଦେଶ୍ୟରେ ଦେଶର ସମୃଦ୍ଧି, ସୁରକ୍ଷା, ଓ଼ ସଂମ୍ମାନ ରକ୍ଷା କରିବା ପାଇଁ ଶପଥ ଗ୍ରହଣ ସହିତ ଜାତୀୟତାବାଦ ସୃଷ୍ଟି ପାଇଁ ସଂକଳ୍ପ କରାଇଥିଲେ। ଦିଲ୍ଲୀସ୍ଥିତ ଶହୀଦ ଯବାନଙ୍କ ଅମର ସୃତି ଉଦେଶ୍ୟରେ ଅଗଷ୍ଟ ୧୨ତାରିଖରୁ ଆରମ୍ଭ ହୋଇଥିବା ମୋ ମାଟି ମୋ ଦେଶ ପବିତ୍ର ମାଟି ସଂଗ୍ରହ କାର୍ଯ୍ୟକ୍ରମ ବୀର ପବିତ୍ରମାଟି ମହାବିଦ୍ୟାଳୟର ସମସ୍ତ ଅଧ୍ୟlପକ / ଅଧ୍ୟାପିକା ଓ଼ ଛାତ୍ର /ଛାତ୍ରୀମାନଙ୍କଠାରୁ ସଂଗ୍ରହ କରାଯାଇଥିଲା। ସେହିପରି ଗୋପବନ୍ଧୁ ଛକରୁ ବୋଲଗଡ଼ ବଣିକ ମହାସଂଘ ପକ୍ଷରୁ ମାଟି ସଂଗ୍ରହ କରି ଶୋଭାଯାତ୍ରାରେ ବଜାର ପରିକ୍ରମା କରି ବହୁ ପୁରାତ୍ତନ ଖଦି କେନ୍ଦ୍ର ପରିସରେଥିବା ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତି୍ମୃତି ନିକଟରୁ ବରିଷ୍ଠ ନାଗରିକ ସଙ୍ଘମାନଙ୍କରୁ ମାଟି ସଂଗ୍ରହ କରି ବୋଲଗଡ଼ ବାମନ ଉଚ୍ଚ ବିଦ୍ୟlଳୟ ପରିସରରୁ ପବିତ୍ର ମାଟି ଛାତ୍ର/ଛାତ୍ରୀ, ଶିକ୍ଷକ /ଶିକ୍ଷୟିତ୍ରୀ ଓ଼ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ମାନଙ୍କଠାରୁ ପବିତ୍ର ମାଟି ସଂଗ୍ରହ କରାଯାଇଥିଲା। ଏହାପରେ ଫସିଓଦା, କଳାଙ୍ଗଓ଼ ଦଳେଇ ସାହିଗ୍ରାମଗୁଡିକୁ ଯାଇ ସହିଦ ବୀର ମାଟିରୁ ପବିତ୍ର ମାଟି ସଂଗ୍ରହ କରାଯାଇଥିଲା ।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

You may have missed