November 25, 2024

ଗଜପତି:- ପାରଳାଖେମୁଣ୍ଡି ପ୍ରଧାନ ଡାକ-ଘର କାର୍ଯ୍ୟାଳୟ ପକ୍ଷ’ରୁ “ମୋ ମାଟି ମୋ ଦେଶ” ଅଭିଯାନ ଅନ୍ତର୍ଗତ “ଅମୃତ କଳସ ଯାତ୍ରା ଓ ମାଟି ସଂଗ୍ରହ କାର୍ଯ୍ୟକ୍ରମ

Share

ଗଜପତି:- ପାରଳାଖେମୁଣ୍ଡି ପ୍ରଧାନ ଡାକ-ଘର କାର୍ଯ୍ୟାଳୟ ପକ୍ଷ’ରୁ “ମୋ ମାଟି ମୋ ଦେଶ” ଅଭିଯାନ ଅନ୍ତର୍ଗତ “ଅମୃତ କଳସ ଯାତ୍ରା ଓ ମାଟି ସଂଗ୍ରହ କାର୍ଯ୍ୟକ୍ରମ
———————————————-
ଆଜାଦିକା ଅମୃତ ମହୋତ୍ସବ ଅବସର’ରେ ଦେଶ’ର ଯସଶ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ’ଙ୍କ ଆହ୍ବାନ କ୍ରମେ ଭାରତ ସରକାର’ଙ୍କ ଭାରତୀୟ ଡାକ ବିଭାଗ ଅନ୍ତର୍ଗତ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ପ୍ରଧାନ ଡାକ-ଘର ଓ ପଶ୍ଚିମ ଉପ-ମଣ୍ଡଳ ଡାକ ନିରୀକ୍ଷକ’ଙ୍କ କାର୍ଯ୍ୟାଳୟ ପକ୍ଷ’ରୁ ଆଜି “ମୋ ମାଟି – ମୋ ଦେଶ” ଅନ୍ତର୍ଗତ ଦେଶର ବୀର- ଵୀରଙ୍ଗନା ମାନଙ୍କୁ ପ୍ରଣାମ ଜଣାଇ “ଅମୃତ କଳସ ଯାତ୍ରା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଡାକ ନିରୀକ୍ଷକ ଶ୍ରୀ ରଘୁନାଥ ନାୟକ’ଙ୍କ ନେତୃତ୍ୱ’ରେ ପ୍ରଧାନ ଡାକ ଘର କାର୍ଯ୍ୟାଳୟ ପରିସର’ରୁ ବାହାରି ଅମୃତ କଳସ ଯାତ୍ରା ମାଧ୍ୟମ’ରେ ପାରଳାଖେମୁଣ୍ଡି ପ୍ରଧାନ ଡାକ-ଘର ଓ ଡାକ ନିରୀକ୍ଷକ’ଙ୍କ କାର୍ଯ୍ୟାଳୟ’ର ଅଧିକାରୀ ଓ କର୍ମଚାରୀ ମାନେ ୧୦ ଟି ଅମୃତ କଳସ ଧରି , ସହର ପରିକ୍ରମା କରି ବିଭିନ୍ନ ସ୍ଥାନ’ରୁ କଳସ ଯୋଗେ ମାଟି ସଂଗ୍ରହ କରିଥିଲେ ।
ଏହି ଅମୃତ କଳସ ଯାତ୍ରା ଅଭିଯାନ ବେଳେ ବିଭିନ୍ନ ସ୍ଥାନରେ ବିଭିନ୍ନ ବର୍ଗ’ର ଲୋକେ ଭାବ ବିହ୍ବଳ ହୋଇ ଅମୃତ କଳସ’ରେ ମାଟି ଢ଼ାଳି ଥିଲେ ।
ମୁଖ୍ୟତଃ ଦେଶ ପାଇଁ ଯେଉଁ ବୀର-ବିରଙ୍ଗନା ମାନେ ତାଙ୍କର ଜୀବନ’କୁ ଉତ୍ସର୍ଗ କରି ଶହୀଦ ହୋଇ ଯାଇଛନ୍ତି , ସେମାନଙ୍କ ସ୍ମୃତି ଉଦ୍ଦେଶ୍ୟ’ରେ ନୂଆଦିଲ୍ଲୀ ଠାରେ ଭାରତ ସରକାର’ଙ୍କ ଉଦ୍ୟମ’ରେ ଯେଉଁ ଅମୃତ ବାଟିକା ବଗିଚା ନିର୍ମାଣ ହେବାକୁ ଯାଉଛି , ସେଥିପାଇଁ ସମସ୍ତ ଜାଗା’ରୁ ଅମୃତ କଳସ ଯୋଗେ ମାଟି ସଂଗ୍ରହ କରା ଯାଉଛି । ବୀର ଶହୀଦ ମାନଙ୍କ ଉଦ୍ଦେଶ୍ୟ’ରେ ଅମୃତ କଳସ ଯୋଗେ ସଂଗ୍ରହ କରା ଯାଇଥିବା ଏହି ମାଟି’କୁ ନୂଆଦିଲ୍ଲୀ ଠାରେ ନିର୍ମାଣ ହେଉଥିବା ଅମୃତ ବାଟିକା’ରେ ସମର୍ପଣ କରାଯିବ ବୋଲି ପଶ୍ଚିମ ଉପ-ମଣ୍ଡଳ ଡାକ ନିରୀକ୍ଷକ ଶ୍ରୀ ରଘୁନାଥ ନାୟକ ଏବଂ ଗ୍ରାମୀଣ ଡାକ ସେବକ ବ୍ରାଞ୍ଚ ପୋଷ୍ଟ-ମାଷ୍ଟର ସୁଶ୍ରୀ ତନୁପମା ବୀର କହିଛନ୍ତି ।
———————————————-
ଗଣେଶ କୁମାର ରାଜୁ
ପାରଳାଖେମୁଣ୍ଡି(ଗଜପତି)
———————————————-