April 30, 2026

ଗଜପତିରେ ବିଶ୍ବ ପର୍ଯ୍ୟଟନ ଦିବସ ପାଳିତ ପାରଳାଖେମୁଣ୍ଡି, ତା. 27-09-2023

IMG-20230929-WA0020
Share

ଗଜପତିରେ ବିଶ୍ବ ପର୍ଯ୍ୟଟନ ଦିବସ ପାଳିତ
ପାରଳାଖେମୁଣ୍ଡି, ତା. 27-09-2023

ଆଜି ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପଞ୍ଚାୟତ ସମ୍ବଳ କେନ୍ଦ୍ର ସମ୍ମେଳନ କକ୍ଷରେ ବିଶ୍ବ ପର୍ଯ୍ୟଟନ ଦିବସ-2023 ପାଳିତ ହୋଇଯାଇଛି। ପ୍ରଥମେ ଜିଲ୍ଲାପାଳ ଏବଂ ଉପସ୍ଥିତ ଅତିଥିମାନେ ପ୍ରଦୀପ ପ୍ରଜ୍ଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।
ଏହାପରେ ଜିଲ୍ଲା ସଂସ୍କୃତି ଅଧିକାରୀଣି ସୁଶ୍ରୀ ଅର୍ଚ୍ଚନା ମଙ୍ଗରାଜ ସମସ୍ତଙ୍କୁ ସ୍ବାଗତ କରିଥିଲେ ଏବଂ ବିଶ୍ବ ପର୍ଯ୍ୟଟନ ଦିବସ ପାଳନର ଉଦ୍ଧେଶ୍ୟ ବିଷୟରେ ସମ୍ୟକ ସୂଚନା ଦେଇଥିଲେ।
ଏହାପରେ ଜିଲ୍ଲାପାଳ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ବିଭିନ୍ନ ବିଦ୍ୟାଳୟର ଛାତ୍ର ଓ ଛାତ୍ରୀ ମାନଙ୍କୁ ଧନ୍ୟବାଦ ଦେବା ସହ ପିଲାମାନଙ୍କୁ ଗଜପତିରେ ଥିବା ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ବିଷୟରେ ପଚାରି ବୁଝିଥିଲେ। ପ୍ରତି ପର୍ଯ୍ୟଟନ ସ୍ଥଳିରେ କିପରି ସ୍ବଚ୍ଛତା ବଜାୟ ରହିବା ସହ ପ୍ଲାଷ୍ଟିକ୍ ଓ ପଲିଥିନ୍ ବ୍ୟବହାର ହେବ ନାହିଁ ସେଥିପ୍ରତି ସଜାଗ ରହିବା ଲାଗି ପରାମର୍ଶ ଦେବା ସହ ତାହାର କୁ ପରିଣତି ଉପରେ ଛାତ୍ରଛାତ୍ରୀଙ୍କୁ ସଚେତନ କରିଥିଲେ।
ଏହି ଅବସରରେ ପାରଳାଖେମୁଣ୍ଡିରେ ଥିବା ବିଭିନ୍ନ ବିଦ୍ୟାଳୟର 9ମ ଏବଂ 10ମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ କୁଇଜ୍ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା ଯେଉଁଥିରେ 70 ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଭାଗ ନେଇଥିଲେ।
ଏହି କାର୍ଯ୍ୟକ୍ରମରେ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ, ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟ, ମହେନ୍ଦ୍ରଗିରି ଉଚ୍ଚ ବିଦ୍ୟାଳୟ, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର, ଗୀତାଞ୍ଜଳି ପବ୍ଲିକ୍ ସ୍କୁଲ, ଶ୍ରୀ ସତ୍ୟ ସାଇ ବିଦ୍ୟା ବିହାର, ସେଞ୍ଚୁରିଅନ୍ ପବ୍ଲିକ୍ ସ୍କୁଲ, ବିକାଶ ବିଦ୍ୟା ନିକେତନ ବିଦ୍ୟାଳୟ, ଶ୍ରୀ ଜଗନ୍ନାଥ ନିକେତନ ଶିଶୁ ଯତ୍ନ ଅନୁଷ୍ଠାନ, ପ୍ରାଉଡ଼ ଶିଶୁ ଯତ୍ନ ଅନୁଷ୍ଠାନ, ଉତ୍କଳ ବାଳାଶ୍ରମ, ଗଜପତି ଶାଖା ର ଛାତ୍ରଛାତ୍ରୀ ତଥା ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ରହିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ୍ ଶ୍ରୀ ବିଚିତ୍ରାନନ୍ଦ ବେବର୍ତା, ଶ୍ରୀଯୁକ୍ତ ବିନୋଦ ଚନ୍ଦ୍ର ଜେନା, ଶ୍ରୀ ଶୁଭ୍ରାଂଶୁ ଶେଖର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ। ଏହାକୁ ଜିଲ୍ଲା ସଂସ୍କୃତି ଅଧିକାରିଣୀ ସୁଶ୍ରୀ ଅର୍ଚ୍ଚନା ମଙ୍ଗରାଜ ଓ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟର ସମସ୍ତ କର୍ମକର୍ତ୍ତା ପରିଚାଳନା କରିଥିଲେ।