August 31, 2026

ମଥାନୀ ପଞ୍ଚାୟତର ବଡଖୁଡ଼ୀରେ ନୂତନ ହନୁମାନ ମନ୍ଦିରର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ।।

IMG-20260829-WA0063
Share

 

 

ବସ୍ତା ( ଦେବାଶିଷ ଦାଶ )

 

ବସ୍ତା ବ୍ଲକ ଅନ୍ତର୍ଗତ ମଥାନୀ ପଞ୍ଚାୟତର ବଡଖୁଡ଼ୀ ଗ୍ରାମରେ ନୂତନ ହନୁମାନ ମନ୍ଦିର ନିର୍ମାଣ ପାଇଁ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।‌ଏହି ଅବସରରେ କଂଗ୍ରେସ ଜିଲ୍ଲା ଉପସଭାପତି ସୁଧାଂଶୁ ଶେଖର ଜେନା, ସମାଜସେବୀ ଦେବେନ୍ଦ୍ର ବେହେରା ଓ ବ୍ୟାଙ୍କ ଅଧିକାରୀ ଅଜୟ ମହାଳିକ ଯୋଗଦେଇ ମନ୍ଦିର ନିର୍ମାଣର ଶୁଭାରମ୍ଭ କରିଥିଲେ। ଧାର୍ମିକ ଉତ୍ସାହ ଓ ଶ୍ରଦ୍ଧାର ସହ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ନିତ୍ୟାନନ୍ଦ ଜେନା, ଶାନ୍ତନୁ ଜେନା, ବାବୁ ରାମ ଜେନା, କଟିବାବୁ ଜେନା, କୁନାଲ ରାଉଳ ଓ ଅମିତ କୁମାର ଦାସ ପ୍ରମୁଖ ପରିଚାଳନା କରିଥିଲେ।

ନୂତନ ହନୁମାନ ମନ୍ଦିର ନିର୍ମାଣକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭକ୍ତ ଓ ଗ୍ରାମବାସୀଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି।

You may have missed