ଓକିଲଙ୍କୁ ଅପହରଣ ଧମକ, ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ
ବାଲେଶ୍ବର ( ଦେବାଶିଷ ଦାଶ )
ବାଲେଶ୍ୱର ଜିଲ୍ଲାର କାର୍ଯ୍ୟରତ ଆଇନଜୀବୀ ସୁଷମା ନାୟକଙ୍କୁ ଅପହରଣ ଧମକ ଦିଆଯାଇଥିବା ଅଭିଯୋଗ। ଏହି ଘଟଣାକୁ ନେଇ ସାମ୍ବାଦିକ ସମ୍ମିଳନୀ କରି ନିଜ ଆଶଙ୍କା ଓ ଅଭିଯୋଗ ସମ୍ପର୍କରେ ଜଣାଇଛନ୍ତି ଆଇନଜୀବୀ ସୁଷମା ନାୟକ।
ସେ କହିଛନ୍ତି, ତାଙ୍କୁ ଅପହରଣ କରିବା ସହ ଧମକ ଦିଆଯାଉଥିବାରୁ ସେ ନିଜ ଓ ପରିବାରର ସୁରକ୍ଷାକୁ ନେଇ ଚିନ୍ତିତ। ଘଟଣାର ନିରପେକ୍ଷ ତଦନ୍ତ କରି ଧମକ ଦେଇଥିବା ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ସହ ତାଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ସେ ଦାବି କରିଛନ୍ତି। ଏହି ଅଭିଯୋଗକୁ ନେଇ ପୋଲିସ ପକ୍ଷରୁ କି ପଦକ୍ଷେପ ନିଆଯାଉଛି, ତାହା ଉପରେ ଏବେ ନଜର।
