August 30, 2026

ଯାଜପୁର ଜିଲ୍ଲାର ବଣ୍ଟାଯାଉଥିବା ରିଲିଫ ଫଣ୍ଡ, ମୁଖ୍ଯମନ୍ତ୍ରୀ ରିଲିଫ ଫଣ୍ଡ ନାଁ ବିଜେପି ରିଲିଫ ଫଣ୍ଡ?

IMG-20260829-WA0066
Share

 

*କଣ କ୍ଷୟକ୍ଷତି ଆକଳନ କରି ମୁଖ୍ୟମନ୍ତ୍ରୀ 1000 କୋଟି ସହାୟତା ଘୋଷଣା କରିଛନ୍ତି : ଅଶୋକ ଦାସ*

 

ଭୁବନେଶ୍ୱର ( ଦେବାଶିଷ ଦାଶ )

 

ଚଳିତ ମୌସୁମୀ ଋତୁରେ ପ୍ରବଳ ବନ୍ୟା ବିତ୍ପାତ ଘଟି ବିଶେଷତଃ ଯାଜପୁର ଜିଲ୍ଲାରେ ନାହିଁ ନଥିବା ଦୁର୍ଦଶା ଦେଖାଯାଇଛି l ଏବଂ ସରକାରଙ୍କ ଏପରିଣାମଦର୍ଶି ବନ୍ୟା ପରିଚାଳନା ଲୋକମାନଙ୍କ ଉପରେ ଅଧିକ ଦୁଃଖ ଲଦି ଦେଉଛି l ଏହି ବନ୍ୟା ବିଷୟକୁ ନେଇ ଭଦ୍ରକ ବାସୁଦେବପୁର ବିଧାୟକ ଅଶୋକ ଦାସ ଓ କଂଗ୍ରେସ ନେତା ପରିବେଶବିତ ସୁଧାଂଶୁ ଦେଓ କଂଗ୍ରେସ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କ କାର୍ଯ୍ୟକଳାପକୁ ଘୋର ସମାଲୋଚନା କରିଥିଲେ l

ବିଧାୟକ ଶ୍ରୀ ଦାସ କହିଥିଲେ ଯେ, ଯାଜପୁର ଜିଲ୍ଲାରେ ବିଗତ ୨ମାସ ହେଲା ଜନସାଧାରଣ ବନ୍ଯା ସହ ଲଢେଇ କରୁଛନ୍ତି ପ୍ରଥମ ପର୍ଯ୍ୟାୟରେ ସରକାର ୨୫୦ ଗ୍ରାମ ଚୁଡାରେ ଖସିଯିବାକୁ ଚେଷ୍ଟା କରୁଥିଲେ। ଓଡିଶା ପ୍ରଦେଶ କଂଗ୍ରେସର ସଭାପତି ଶ୍ରୀ ଭକ୍ତ ଚରଣ ଦାସ ବନ୍ଯାବିପନ୍ନଙ୍କ ଅସୁବିଧାକୁ ଉପଲବ୍ଧି କରି କଂଗ୍ରେସ ଦଳ ତରଫରୁ ରିଲିଫ ଓ ପାଲ ପ୍ରଦାନ କରିଥିଲେ। ପିସିସି ସଭାପତି ନିଜେ କଂଗ୍ରେସ ବିଧାୟକ ଦଳର ନେତା ବନ୍ୟାଞ୍ଚଳ ବୁଲି ଲୋକଙ୍କ ଦୁଃଖ ଦୁର୍ଦ୍ଦଶା ଦେଖିଥିଲେ ଏହା ବ୍ଯତୀତ ଭଦ୍ରକ, ବାଲେଶ୍ୱର ଓ କେନ୍ଦ୍ରାପଡ଼ା ରେ ଦଳ ତରଫରୁ ରିଲିଫ୍ ପ୍ରଦାନ କରାଯାଇଥିଲା। ପିସିସି ସଭାପତିଙ୍କ ଗସ୍ତପରେ ମୁଖ୍ଯମନ୍ତ୍ରୀ ବାଧ୍ଯ ହୋଇ ବନ୍ୟାଞ୍ଚଳ ଗସ୍ତ କରିଥିଲେ ଓ 1000 କୋଟି ଟଙ୍କାର ବନ୍ଯା ସହାୟତା ଘୋଷଣା କରିଥିଲେ। ତେବେ କ୍ଷୟକ୍ଷତିର କିଛି ହିସାବ ନକରି କିପରି ମୁଖ୍ୟମନ୍ତ୍ରୀ ଘୋଷଣା କଲେ ଆଶ୍ଚର୍ଯ୍ୟର ବିଷୟ l କିଛି ଦିନ ପରେ ଯାଜପୁର ଜିଲ୍ଲାରେ ଗୁଡିଏ ରିଲିଫ୍ ଟ୍ରକ ଧର୍ମଶାଳା ରେ ଦେଖିବାକୁ ମିଳିଥିଲା ପରେ ପରେ ବଡଚଣା କୁ ଛାଡି ଅନ୍ଯ ସମସ୍ତ ବନ୍ୟାଞ୍ଚଳ ରେ ବିଜେପି ନେତାମାନେ ରିଲିଫ୍ ବାଣ୍ଟିବାର ଦେଖାଗଲା। ତାଙ୍କର ମୁଖପାତ୍ର ବରି ଅଞ୍ଚଳରେ ରିଲିଫ ବଣ୍ଟନ ବେଳେ ପ୍ରକାଶ କଲେ ଯେ ଏହା ମୁଖ୍ଯମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ଆସିଛି ସେ ପର୍ଯ୍ୟନ୍ତ ଯାଜପୁର ଜନସାଧାରଣଙ୍କ ଏହାକୁ ବିଜେପି ଦଳର ରିଲିଫ୍ ବୋଲି ଭାବୁଥିଲେ। ଯଦି ଏହା ମୁଖ୍ଯମନ୍ତ୍ରୀ ରିଲିଫ ପାଣ୍ଠିରୁ ଯାଇଛି ଏହାର ବାଣ୍ଚିବାର ଦାୟିତ୍ବ କିଏ ନେଇଛି ? କେତେ ପରିମାଣର ରିଲିଫ୍ ବଣ୍ଟନ ହେଇଛି? ତାହା ସରକାର ସ୍ପଷ୍ଟ କରନ୍ତୁ। ରିଲିଫ ଓ ପାଲ ବଣ୍ଚାରେ ଯାହା ଅନୀୟମିୟତା ହେଉଛି ତାହା ତଦନ୍ତ ସାପେକ୍ଷ। ରିଲିଫ୍ ହଡପ୍ ର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ହଡପ କରିଥିବା ଓ ଅନୀୟମିୟତା କରିଥିବା ବିଜେପି ନେତାମାନଙ୍କୁ ଦଣ୍ଡ ପ୍ରଦାନ କରାଯାଉ। କଂଗ୍ରେସ ଦଳ ବନ୍ଯା ପ୍ଲାବିତ ଲୋକଙ୍କୁ ନ୍ଯାୟ ମିଳିବା ପର୍ଯ୍ୟନ୍ତ ଲଢେଇ ଜାରି ରଖିବ । ସାରା ରାଜ୍ୟରେ ବନ୍ୟା ଯୋଗୁଁ 242 ଗୋଟି ସାପ କାମୁଡା ଘଟଣା ଘଟିଛି ଏବଂ ଏଥିମଧ୍ୟରୁ 10 ଜଣଙ୍କ ମୃତ୍ୟୁ ଘଟିଛି l ବନ୍ୟା ପ୍ଲାବିତ ଅଞ୍ଚଳରୁ ଜଳସ୍ତର ନକମିବା ଯୋଗୁଁ ଲୋକେ ଗାଁ ମାନଙ୍କୁ ଭେଳା ଯୋଗେ ବିପଦଜନକ ଯାତାୟାତ କରିବାକୁ ବାଧ୍ୟ ହେଉଛନ୍ତି l ବୋଲି କହିବା ସହ ଏହି ଦୁଃସମୟରେ ସରକାର ଲୋକଙ୍କ ସହ ଅମଣିଷ ବ୍ୟବହାର କରୁଛି ବୋଲି କହିଛନ୍ତି l

କଂଗ୍ରେସ ନେତା ଶ୍ରୀ ଦେଓ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ,

ଦଶରଥପୁର ଓ ବଡଚଣା ଅଞ୍ଚଳରେ ରିଲିଫ ହଡପ ହେଉଥିବା ଜାଣି ଜଣେ ସାମ୍ବାଦିକ ଖବର ସଂଗ୍ରହ ପାଇଁ ଯାଇଥିବା ବେଳେ ତାଙ୍କୁ ମଧ୍ୟ ବିଜେପି କାର୍ଯ୍ୟକର୍ତ୍ତାମାନେ ମରଣାନ୍ତକ ଆକ୍ରମଣ କରିଥିଲେ ଏତେବେଳ ପର୍ଯ୍ୟନ୍ତ ସେହି ଆକ୍ରମଣକାରୀ ବିଜେପି କର୍ମୀମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ।

କଂଗ୍ରେସ ଦାବୀ କରୁଛି ଯେ, ବନ୍ୟାର ପ୍ରକୃତ ଆକଳନ କରାଯାଇ ବନ୍ୟାରାଶିର ଘୋଷଣା କରାଯାଇ ଲୋକଙ୍କ ପାଖରେ ସମସ୍ତ ସୁବିଧା ପହଞ୍ଚୁ l