March 11, 2026
IMG-20250829-WA0001
Share

 

ଗଞ୍ଜାମ=ପ୍ରଦୀପ କୁମାର ପଣ୍ଡା

 

ଗଞ୍ଜାମ ଋଷିକୂଲ୍ୟା ମୁହାଣ ରୁ ସମୁଦ୍ରକୁ ମାଛ ଧରିବାକୁ ଯାଇ ଜଣେ ବ୍ୟକ୍ତି ନିଖୋଜ ଥିବା ଜଣାପଡ଼ିଛି। ନିଖୋଜ ବ୍ୟକ୍ତି ହେଲେ ଛତ୍ରପୁର ବ୍ଲକ ଅନ୍ତର୍ଗତ ନୋଳିଆ ନୂଆ ଗାଁର ମତ୍ସ୍ୟଜୀବୀ ଏ. କାଳିଆ। ରାତିରେ ମାଛ ଧରିବାକୁ ସମୁଦ୍ର କୁ ଡଙ୍ଗାରେ ସେହି ଗ୍ରାମର ପ୍ରାୟ ୭ ଜଣ ଭିତରକୁ ଯାଇଥିଲେ। ଉଚ୍ଚ ଲହଡ଼ିରେ ଡଙ୍ଗା ଓଲଟି ପଡ଼ିବାରୁ ସମସ୍ତେ ଖସି ପଡ଼ିଥିଲେ। ପି. ଏଲେୟା, ଏମ. ବାବାଜୀ, ପି. କାଲେୟା, ପି. ରଘୁନାଥ, ଏମ. ମୋହନ ଓ ପି. ରାମେୟା ଏହି ୬ ଜଣ ପହଁରି କୂଳକୁ ଆସିଥିଲେ ମଧ୍ୟ କାଳିଆଙ୍କ ପତ୍ତା ମିଳି ନ ଥିଲା। ଖବର ପାଇ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ର ଓ ଗଞ୍ଜାମ ଥାନା ଆଇଆଇସି ସୁମିତ୍ରା ପାତ୍ର ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବିଭାଗକୁ ଅବଗତ କରିଥିଲେ। ଅଗ୍ନିଶମ ବିଭାଗ କର୍ମଚାରୀମାନେ ସମୁଦ୍ରରେ ଖୋଜାଖୋଜି ଆରମ୍ଭ କରିଛନ୍ତି।