November 25, 2024

ରାୟଗଡ ମୁଖ୍ୟ ଡାକ୍ତରଖାନାରେ ସିଟି ସ୍କାନ ବ୍ୟବସ୍ଥାକୁ ଉଦଘାଟନ କଲେ ଜିଲ୍ଲାପାଳ 

Share

ରାୟଗଡ: ରାୟଗଡ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଠାରେ ଜିଲ୍ଲାପାଳ ରାୟଗଡ ଶ୍ରୀ ମନୋଜ ସତ୍ୟବାନ ମହାଜନ ସିଟି ସ୍କାନ ବ୍ୟବସ୍ଥାକୁ ଉଦଘାଟନ କରିଛନ୍ତି l ଓଡିଶା ସରକାର ଓ ସ୍ପନ୍ଦନ ଡ଼ାଇଗ୍ନସ୍ଟିକ ପ୍ରାଇଭେଟ ସଂସ୍ଥା ପିପିପି ମାଧ୍ୟମରେ ଏହା କାର୍ଯ୍ୟକାରୀ ହେବ l ରୋଗୀ ମାନଙ୍କ ନିମନ୍ତେ ଏହି ସ୍ବାସ୍ଥ୍ୟ ସେବା ବିନା ଶୁଳ୍କ ତଥା ୨୪ ଘଣ୍ଟିଆ ଅନବରତ ସ୍ୱାସ୍ଥ୍ୟ ପରୀକ୍ଷା କରି ସ୍ଵାସ୍ଥ୍ୟସେବା ଉପଲବ୍ଧ ହେବ l ଜିଲ୍ଲା ରେ ଏହି ସ୍ବାସ୍ଥ୍ୟ ସୁବିଧା ନଥିବାରୁ, ରୋଗୀ ମାନେ ବାହାରକୁ ଯାଇ ଖର୍ଚ୍ଚାନ୍ତ ହେଉଥିଲେ, ବର୍ତ୍ତମାନ ଆମ ଜିଲ୍ଲା ରେ ଏହି ସେବା ଉପଲବ୍ଧ ହେଉଥିବାରୁ ଜିଲ୍ଲାବାସୀ ବହୁ ପରିମାଣ ରେ ଉପକୃତ ହେବେ l ସମସ୍ତ ମସ୍ତିଷ୍କ ଆଘାତ ଓ ଟ୍ରମା କେଶ ଭଳି ଜରୁରୀ ସ୍ବାସ୍ଥ୍ୟାବସ୍ଥା ଗୁଡିକ ପରୀକ୍ଷା କରାଯାଇ ଦୁଇ ଘଂଟାରେ ମଧ୍ୟରେ ତାହାର ରିପର୍ଟ ପ୍ରଦାନ କରାଯିବ l ବାକି ଅନ୍ୟ ନିୟମିତ ପରୀକ୍ଷା ଗୁଡିକ ଯାହାକି ସକାଳ ୮ଘଂଟାରୁ ସନ୍ଧ୍ୟା ୬ଘଣ୍ଟା ମଧ୍ୟରେ ପରୀକ୍ଷା କରାଯାଇଛି ତାହାର ରିପର୍ଟ ୬ଘଣ୍ଟା ମଧ୍ୟରେ ପ୍ରଦାନ କରାଯିବ ଏବଂ ସନ୍ଧ୍ୟା ୬ଘଟିକାରୁ ସକାଳ ୮ଘଟିକା ମଧ୍ୟରେ ଯେଉଁ କେଶ ପରୀକ୍ଷା କରାଯିବ ତାହା ୧୨ଘଣ୍ଟା ମଧ୍ୟରେ ପ୍ରଦାନ କରାଯିବ l ପରୀକ୍ଷା ରିପୋର୍ଟ ହାର୍ଡ କପି ଦିଆଯିବ l ଏହି ଉଦଘାଟନ କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଲାଳମାହନ ରାଉତରାୟ, ଜିଲ୍ଲା ସ୍ବାସ୍ଥ୍ୟ ମିଶନ ର ଡିପିଏମ ରାଜେଶ୍ୱର ରାୟ ପଟ୍ଟନାୟକ, ସିଟିସ୍କlନ ପରିଚାଳନା ପାଇଁ ନିୟୋଜିତ ବୈଷୟକ ଟିମ, ସ୍ପନ୍ଦନ ଡ଼ାଇଗ୍ନଷ୍ଟିକ୍ସ ସଂସ୍ଥାର କର୍ମକର୍ତ୍ତା ଆଦି ଉପସ୍ଥିତ ଥିଲେ l

ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.

You may have missed