July 1, 2026

ଶ୍ରୀଲୋକନାଥଙ୍କ ନିକଟକୁ ପାଣିଭାର ଧରି ଆସିଥିବା କାଉଡିଆଙ୍କୁ ମିଳିଲା ପୁଣ୍ୟ କର୍ମ। ମହାପ୍ରଭୁ ନିଜ କାଉଡିଆ ଭକ୍ତଙ୍କ ଜରୀଆରେ କଲେ ପୁଣ୍ୟ କର୍ମ। ରେଳଫାଟକ ନିକଟରୁ କାଉଡିଆ ଉଦ୍ଧାର କଲେ ଗୋଟିଏ ନବଜାତ ଶିଶୁପୁତ୍ର। ,,,

Share

ପୁରୀ ସିଦ୍ଧମହାବୀର ରେଳଫାଟକ ନିକଟ ରୁ ଏକ ପରିତ୍ୟକ୍ତ ସ୍ଥାନରୁ ଉଦ୍ଧାର ହୋଇଛି ଜଣେ ନବଜାତ ଶିଶୁପୁତ୍ର। କାଉଡିଆ ମାନେ ଶିଶୁପୁତ୍ରକୁ ଉଦ୍ଧାର କରି ପ୍ରଥମେ ପୁଲିସ ସହାୟତାରେ ପୁରୀ ସଦର ହସପିଟାଲର ଏମସିଏଚ ବ୍ଯୁଲଡିଂର ଏସଏନସିୟୁରେ ଭର୍ତ୍ତି କରିଛନ୍ତି। ତେବେ ଶିଶୁବିଭାଗ ଡାକ୍ତର ଙ୍କ କହିବା ଅନୁସାରେ ଶିଶୁପୁତ୍ରର ଅବସ୍ଥା ସ୍ଥିର ରହିଛି। ପ୍ରାୟତଃ ଭଲ ଅଛି। କାନ୍ଦୁନାହିଁ। ତେବେ ତାଙ୍କର ଏକ୍ସରେ କରାଯିବା ପରେ ଜଣାପଡିବ ଇଣ୍ଟରନାଲ ଇନ୍ଜୁରି ରହିଛି କି ନାହିଁ। ଜିଲ୍ଲା ଶିଶୁମଙ୍ଗଳ ଅଧିକାରୀ ଘଟଣାସ୍ଥଳ ପରିଦର୍ଶନ କରିବା ସହ ଶିଶୁକୁ ଭେଟି ଡାକ୍ତରଙ୍କ ପରାମର୍ଶ ନେଇଛନ୍ତି।

ତେବେ ଆଜି ଥିଲା ଶ୍ରାବଣ ମାସର ଦ୍ୱିତୀୟ ସୋମବାର। କାକଟପୁର ଅଞ୍ଚଳର କିଛି କାଉଡିଆ ପାଣିଭାର ଧରି ଶ୍ରୀଲୋକନାଥଙ୍କ ନିକଟକୁ ଆସୁଥିଲେ। ଆଜି ଭୋର ସମୟରେ ସିଦ୍ଧମହାବୀର ରେଳଫାଟକ ଅତିକ୍ରମ କରୁଥିବା ସମୟରେ ରେଳଲାଇନ୍ କଡରେ ଏକ ପରିତ୍ୟକ୍ତ ସ୍ଥାନରେ ପ୍ରାୟ ଗୋଟିଏ ଦିନର ନବଜାତ ଶିଶୁପୁତ୍ର ପଡିଥିବା ଦେଖିଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ଶିଶୁପୁତ୍ରକୁ ଉଦ୍ଧାର କରି ସ୍ଥାନୀୟ ପୁଲସକୁ ଖବର ଦେଇଥିଲେ। ଶିଶୁପୁତ୍ରକୁ ପୁରୀ ସଦର ହସପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିବା ସହ ଜିଲ୍ଲା ଶିଶୁମଙ୍ଗଳ ଅଧିକାରୀ ମନୋଜ ତ୍ରୀପାଠୀଙ୍କୁ ହସ୍ତାନ୍ତରିତ କରିଛନ୍ତି। ତେବେ ପ୍ରଶାସନ ପକ୍ଷରୁ ଶିଶୁର ଚିକିତ୍ସା ଉପରେ କଡା ନଜର ରଖାଯାଇଥିବା ଜଣାପଡିଛି। ତେବେ ଏହି ଘଟଣାର ଖୋଳତାଡ ଆରମ୍ଭ ହୋଇଛି। କିଏ ଓ କାହିଁକି ଏଭଳି ପରିତ୍ୟକ୍ତ ଅବସ୍ଥାରେ ପକାଇଥିଲେ। ତେବେ ଶିଶୁଟିର ଶରୀରରେ କିଛି ଆଘାତ ଲାଗିଥିବା ଏପର୍ଯ୍ୟନ୍ତ ଜଣାପଡିନାହିଁ। ଚିକିତ୍ସା ପରେ ସ୍ପଷ୍ଟ ହେବ।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ