October 6, 2024

ରୋଟାରୀ କ୍ଲବ ପକ୍ଷରୁ ମାତୃ ଓ ଶିଶୁ ସ୍ବାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ 

Share

 

ଛତ୍ରପୁର -୨୯/୭/୨୪(ଅରୁଣ କୁମାର ପଣ୍ଡା )ଛତ୍ରପୁର ବ୍ଳକ ଅନ୍ତର୍ଗତ କଣମଣା ଗ୍ରାମ ପଞ୍ଚାୟତର ବାଟ ଛତ୍ରପୁର ସ୍ଥିତ ଅଙ୍ଗନବାଡି କେନ୍ଦ୍ର ଠାରେ ଶୁକ୍ରବାର ଅପରାହ୍ନରେ ଏକ ମାତୃ ଓ ଶିଶୁ ସ୍ବାସ୍ଥ୍ୟ ସଚେତନତା ଶିବିର ଆୟୋଜିତ ହୋଇ ଯାଇଛି। ଛତ୍ରପୁର ରୋଟାରୀ କ୍ଲବ ପକ୍ଷରୁ ଆୟୋଜିତ ଏହି ଶିବିରରେ ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ନିକୁଞ୍ଜ ବିହାରୀ ଦାଶ ମୂଖ୍ଯ ଅତିଥି ଭାବେ ଯୋଗଦେଇ ବର୍ଷା ଦିନରେ ଶିଶୁମାନଙ୍କ ଠାରେ ଦେଖା ଯାଉଥିବା ବିଭିନ୍ନ ସଂକ୍ରମଣ ଜନିତ ରୋଗ ସମ୍ପର୍କରେ ଆଲୋକପାତ କରିବା ସହ ଏସବୁ ଠାରୁ କିପରି ବର୍ତି ପାରିବା ସେ ସମ୍ପର୍କିତ ଉପଦେଶ ପ୍ରଦାନ କରିଥିଲେ। ଏହା ସହ ଶିଶୁମାନଙ୍କ ଜନ୍ମ ପୂର୍ବରୁ ଏବଂ ଜନ୍ମ ପରେ କିପରି ମା ଓ ଶିଶୁଙ୍କ ଯତ୍ନ ନିଆଯିବ ସେ ସମ୍ପର୍କରେ ସୂଚନା ଦେଇଥିଲେ। କ୍ଲବ ସଭାପତି ଡକ୍ଟର ବିମଳ ପ୍ରସାଦ ସାହୁଙ୍କ ସଭାପତିତ୍ବରେ ଆୟୋଜିତ ଉକ୍ତ ଶିବିରରେ ପଞ୍ଚାୟତର ବିଭିନ୍ନ ଗ୍ରାମାଞ୍ଚଳର ମହିଳାମାନେ ଯୋଗ ଦେଇଥିଲେ। ଅଙ୍ଗନବାଡ଼ି କର୍ମୀ କଳ୍ପନା ବେହେରା ଅତିଥିଙ୍କୁ ସ୍ବାଗତ କରିଥିବା ବେଳେ ପ୍ରତିମା ବେହେରା ଓ କୁମାରି ଦେବୀ ସହଯୋଗ କରିଥିଲେ। ମା ଦୁର୍ଗା ସ୍ବୟଂ ସହାୟକ ଗୋଷ୍ଠୀର ସଭାନେତ୍ରୀ ଜୋତ୍ସ୍ନାରାଣୀ ବେହେରା, ସମ୍ପାଦିକା ବିରଜା କୁମାରୀ ବେହେରାଙ୍କ ସମେତ ରୋଟାରୀ କ୍ଲବ ଛତ୍ରପୁରର ସମ୍ପାଦକ ଦ୍ବାରୀକା ପ୍ରସାଦ ପଟ୍ଟନାୟକ, ଏସ ରେଖା ମହାନ୍ତି, ପ୍ରଫୁଲ ପଟ୍ଟନାୟକ, ସ୍ବାଗତିକା ସାମନ୍ତ ରାୟ, ନୀରଦ ନାୟକ, ରମଣୀ ରଞ୍ଜନ ସାହୁ, ଇ ନାଗେଶ୍ଵର, ସୁଜିତ ପଟ୍ଟନାୟକ ଧିରେନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।*

You may have missed