October 6, 2024

ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ଗଉଡ ଗୋପାଳ ସମାଜର ରାଜ୍ୟ ମୁଖ୍ୟ ଯୁବ ସଂଗଠକ ଭାବେ ମନୋନୀତ ହେଇଛନ୍ତି………….

Share

ଉମରକୋଟ:୨୯/୭/୨୦୨୪(ଏମ.ଦିନା°ଶୁ ଆଚାରୀ) ଉତ୍କଳ ଗୋପାଳ ସମାଜ ତରଫରୁ ଗୋପାଳ ଜାତିର ଐତିହ୍ୟ, ପରମ୍ପରା, ସଂସ୍କୃତି ଓ ପବିତ୍ରତାକୁ ବଜାୟ ରଖିବା ପାଇଁ ଏବଂ ଗୋପାଳ ଜାତିର ଉନ୍ନତୀ ପାଇଁ ସଂକଳ୍ପବଦ୍ଧ ଉଦ୍ୟମ କରିବାକୁ ଆଗେଇ ଆସିଥିବା ରାୟଗଡା ଜିଲ୍ଲାର ଆଦର୍ଶ ଯୁବପିଢ଼ି ଶ୍ରୀମାନ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ଗଉଡ଼, ଗ୍ରାମ /ପୋଷ୍ଟ – କାଶୀପୁର, ବ୍ଲକ /ଥାନା – କାଶୀପୁର, ଜିଲ୍ଲା – ରାୟଗଡା l ରାଜ୍ୟ କାର୍ଯ୍ୟକାରିଣୀଙ୍କ ଅନୁମୋଦନ କ୍ରମେ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ଗଉଡ଼ ଭାଇଙ୍କୁ ରାଜ୍ୟ ମୁଖ୍ୟ ଯୁବ ସଂଗଠକ ପଦବୀରେ ସାଫଲ୍ୟ ମଣ୍ଡିତ କରାଗଲା l ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ଗଉଡ଼ ମହୋଦୟ ଗୋପାଳ ଭାଇ ଭାଉଣୀମାନଙ୍କର ସ୍ୱାସ୍ଥ୍ୟ, ଶିକ୍ଷା ଓ ଅର୍ଥନୈତିକ କ୍ଷେତ୍ରରେ ନିଶ୍ଚିତ ଭାବରେ ସୁଧାର ଆଣିବେ ବୋଲି ଦୃଢ଼ ବିଶ୍ୱାସ କରାଯାଉଛି l ଯୁବପିଢ଼ି ହିସାବରେ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ଭାଇ ଗୋପାଳ ଜାତିକୁ ସଂଗଠିତ କରିବା ସହିତ ନିସ୍ଵାର୍ଥପର ଭାବରେ ସଂକଳ୍ପବଦ୍ଧ ଉଦ୍ୟମ ଦ୍ୱାରା ଉତ୍କଳ ଗୋପାଳ ସମାଜକୁ ଆଗେଇ ନେଇ ପାରିବେ ବୋଲି ତାଙ୍କ ଉପରେ ଅଗାଧ ବିଶ୍ୱାଶ ରଖାଯାଉଛି l
ଓଡିଶା ପ୍ରଦେଶର ଗୋପାଳ ଭାଇ ଭଉଣୀମାନେ କୃଷ୍ଣଚନ୍ଦ୍ର ଭାଇଙ୍କୁ ପ୍ରତ୍ୟକ କ୍ଷେତ୍ରରେ ସହଯୋଗ ପ୍ରଦାନ କରନ୍ତୁ l ଆମ ଗୋପାଳ ଜାତିର ନିଶ୍ଚୟ ଉନ୍ନତି ହୋଇପାରିବ l ଆପଣମାନଙ୍କ ଦୁଃଖ ସୁଖରେ ସମବେଦନା ଜ୍ଞାପନ କରିବା ସହିତ ସାହାଯ୍ୟ ସହଯୋଗ ପ୍ରଦାନ ମଧ୍ୟ କରିବେ l ଗୋପାଳ ଏକତା ଆମର ମୂଳମନ୍ତ୍ର ଓ ଲକ୍ଷ୍ୟ ll ଗୋପାଳ ଏକତା ଜିନ୍ଦାବାଦ ll

🙏ଜୟ ଶ୍ରୀକୃଷ୍ଣ ଜୟ ଗୋପାଳ ଜୟ ଗୋମାତା 🙏