June 15, 2026

ଜିଲ୍ଲା ସ୍ତରୀୟ ବିଶ୍ଵ ଆଦିବାସୀ ଦିବସ ପାଳିନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ………….

Share

 

ଉମରକୋଟ :-(ଏମ.ଦିନା°ଶୁ ଆଚାରୀ)ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଉମରକୋଟ ଠାରେ ଆସନ୍ତା ଅଗଷ୍ଟ ୯ ତାରିଖ ଦିନ ଜିଲ୍ଲା ସ୍ତରୀୟ ବିଶ୍ଵ ଆଦିବାସି ଦିବସ ଉମରକୋଟ ଠାରେ ମହା ଆଡମ୍ବର ରେ ପାଳନ କରା ଯାଇ ପାରିବ ସେଥି ନେଇ ଏକ ପ୍ରସ୍ତୁତି ବୈଠକ ଉମରକୋଟ ବ୍ଲକ ଜନ ଜାତି ସୁରକ୍ଷା ମଞ୍ଚ ପକ୍ଷରୁ ଉମରକୋଟ ଠାରେ ଥିବା ଗଣ୍ଡ ସମାଜ ଭବନ ଠାରେ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକ ରେ ଉମରକୋଟ ଠାରେ ଜିଲା ସ୍ତରୀୟ ବିଶ୍ୱ ଆଦିବାସୀ ଦିବସ ମହା ସମାରୋହରେ ରେ ପାଳନ ହେବ ସେଥି ନେଇ ବିସ୍ତୃତ ଆଲଚୋନ। ହେଇ ଥିଲା। ବୈଠକ ରେ ଉମରକୋଟ ବ୍ଲକ ର ଜନଜାତି ସୁରକ୍ଷା ମଂଚ ର ସଭାପତି କ୍ଷୀରୋଦ କୁମାର ମାଝୀ ସଭାପତିତ୍ବ କରିଥିଲେ। ଆଜିର ଏହି ବୈଠକ ରେ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଓଡିଶା ଦକ୍ଷିଣ ଓଡିଶା ଆଦିବାସୀ ସଙ୍ଘ ସଭାପତି ଅର୍ଜୁନ ଭତ୍ର। , ସଭାପତି ଗୋପୀନାଥ ମାଝୀ, ସମ୍ପାଦକ ଲଚ ମନ ମାଝୀ, ସଂଯୋଜକ ରାଜମନ ଭତ୍ରା, ଦଶରଥ ଗଣ୍ଡ, ବୀରସିଂ ମାଝୀ, ଭତ୍ରା ସମାଜ ସଭାପତି ଡମ୍ବରୁଧର ପୂଜାରୀ, ଗଣ୍ଡ ସମାଜ ସଭାପତି ସନ୍ତୋଷ ମାଝୀ, ଯାନୀ ସମାଜ ସଭାପତି ମାନସିଂ ଯାନୀ, ରାଜ ଗଣ୍ଡ ସଭାପତି ଶଙ୍କର ରାଜ ଗଣ୍ଡ ଓ ବିଭିନ୍ନ ପଞ୍ଚାୟତ ର ସରପଞ୍ଚ, ସମିତି ସଭ୍ୟ, ଉପଦେଷ୍ଟା ପ୍ରତାପ ଚନ୍ଦ୍ର ନାୟକ, ଭୋଜ ନାଥ ଗଣ୍ଡ ପ୍ରମୁଖ ଉପସ୍ଥିତ ରହିଥିଲେ।

You may have missed