October 7, 2024

ଉମରକୋଟ ରେ ମେଗା ବୃକ୍ଷରୋପ କାର୍ଯ୍ୟକ୍ରମ ଅନୁଷ୍ଠିତ………..

Share

 

ଉମରକୋଟ :- (ଏମ୍.ଦିନା°ଶୁ ଆଚାରୀ)ଉମରକୋଟ ବ୍ଲକ ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ବକୋଦା ବିଦ୍ୟାଳୟ ପରିସର ଓ ଗ୍ରାମ ଠାରେ ଏକ ମେଗା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ନରେଶ ଚନ୍ଦ୍ର ପଟ୍ଟନାୟକ ଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ସ୍କୁଲ ପରିଚାଳନା କମିଟି ସଭାପତି ଶ୍ରୀ ଘ।ସିଆ ପୂଜାରୀ, ପୂର୍ବତନ ସରପଂଚ ଶ୍ରୀ ଲକ୍ଷ୍ମଣ ଭତ୍ରା ଙ୍କ ସହ ଅନ୍ୟ ସଭ୍ୟ ଓ ସଭ୍ୟା ଉପସ୍ଥିତି ରେ ଉଭୟ ବିଦ୍ୟାଳୟ ପରିସର ଓ ଗ୍ରାମ ର ଖାଲି ପଡ଼ି ଥିବା ଅଞ୍ଚଳ ରେ ବୃ୍ଷ ରୋପଣ କାର୍ଯ୍ୟକ୍ରମ କରାଗଲା। ଏହି ସମୟରେ ବିଦ୍ୟାଳୟ ରେ ଛାତ୍ର ଓ ଛାତ୍ରୀ ମାନେ ଉପସ୍ଥିତି ରହିବା ସହ ଆଗାମୀ ଦିନ ରେ ସମ୍ପୂର୍ଣ୍ଣ ପଞ୍ଚାୟତ ରେ ବୃ୍ଷ ରୋପଣ କରାଯିବା ର ନିଷ୍ପତ୍ତି ଗ୍ରହଣ କରାଗଲା। ଚଳିତ ବର୍ଷ ର ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ଜଳ କଷ୍ଟ କୁ ଦୂର କରିବା ସହ ପରିବେଶ କୁ ବିଶୁଦ୍ଧ କରିବା ରଖିବା ପାଇଁ ବୃ୍ଷ ରୋପଣ ର ଆବଶ୍ୟକତା ସମ୍ପର୍କ ରେ ଅବଗତ କରାଇ ଥିଲେ ପ୍ରଧାନଶିକ୍ଷକ ଶ୍ରୀ ନରେଶ ଚନ୍ଦ୍ର ପଟ୍ଟନାୟକ। ଏହି ସମସ୍ତ କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ଶିକ୍ଷକ କୋଲିନ ଦାସ, ନରେନ୍ଦ୍ର କୁମାର ହରିଜନ, କରୁଣା କର ମାଝୀ, ଶଚିଦାନନ୍ଦ ମହାପାତ୍ର, ଶିବ ଶଙ୍କର ପତି , ସୁଧାଂଶୁ ଶେଖର ସାହୁ, ଦେବ କୁମାର ଦେ, ବିର୍ସିଂ ହରିଜନ, ନିଖିଳ ଚନ୍ଦ୍ର ବିଶ୍ୱାସ , ଉତ୍ତମ ଦାସ, ପ୍ରଦୀପ କୁମାର ରାଉତ, ନୀଳାମ୍ବର ଜାନୀ, ସାଗରିକା ବୈଦ୍ୟ ଓ ଅପର୍ଣ୍ଣା ଗୁରୁ ପ୍ରମୁଖ ସହଯୋଗ କରୁଥିଲେ ।