May 10, 2026

ନବରଙ୍ଗପୁର ଜିଲ୍ଲା ଉମରକୋଟ ଅନ୍ତର୍ଗତ ବେହେରା ତାରିଣୀ ପୀଠରେ ବିଷୁବସଂକ୍ରାନ୍ତି ପାଳିତ……….

IMG-20250413-WA0068
Share

 

ନବରଙ୍ଗପୁର:-(ଏମ୍.ଦିନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ଉମରକୋଟ ଅନ୍ତର୍ଗତ ବେହେଡା ଠାରେ ମା’ଙ୍କ ଯାତ୍ରା ଗତ ବୁଧବାର ଠାରୁ ଆରମ୍ଭ ହୋଇ ୧୪-୦୪-୨୦୨୫ (ସୋମବାର )

ଦିନ ପର୍ଯ୍ୟନ୍ତ ମାଁ ଘଟଗାଁ ତାରିଣୀ ପୀଠ ଵିଧି ଅନୁଯାଇ ପାଳିତ ହେଲା। ଗତ ୦୯-୦୪-୨୫ରେ ଏକ ଶୋଭାଯାତ୍ରା ରେ ମାନସିକ ଧାରୀ ମାନେ ତେଲନଦୀ ରୁ ପାଣି ଧରି ମନ୍ଦିର ନିକଟରେ ଅର୍ପଣ କରିଥିଲେ। ସୂର୍ଯ୍ୟପୂଜା, ଘଟପୂଜା, ବନଦୁର୍ଗା, କାଳୀ ବେଶ, ଚଣ୍ଡୀବେଶ, ଅପରାଜିତା ବେଶ, ଗାୟତ୍ରୀ ବେଶ ଏହିପରି ମା ପ୍ରତେକ ଦିନ ନୁଆଁ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ, ଯାହାକୁ ଦେଖିବାକୁ ବହୁତ ଲୋକ ସମାଗମ ହୋଉଥିଲା। ପଣlସଂକ୍ରାନ୍ତି ଦିନ ସକାଳୁ ପଣା ଭୋଗ ଭକ୍ତ ପାଇଥିଲେ, ପରେ ଦିନ ୧୨ଘଣ୍ଟିକା ସମୟରେ କମିଟି ତରଫରୁ ଅର୍ଣ୍ଣ ଭୋଗର ଵେବସ୍ଥା ହୋଇଥିଲା। ଏଥିରେ ହଜାର ହଜାର ଭକ୍ତ ଆସି ମାଙ୍କ କୃପା ଲାଭ ଶହ କମିଟି ତରଫରୁ ବିଭିନ୍ନ ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରି ଏତେ ବଡ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ। ଦିନବେଳେ ବିଭିନ୍ନ ପ୍ରକାର ଭଳିକି ଭଳି ପସରା ସହ ସବୁ ଜିନିଷ କିଣାକିଣି କରିଥିଲେ। ରାତ୍ରରେ କମିଟି ତରଫରୁ ଦେଶିଆ ନାଟ ପରିବେଷଣ ହୋଇଛି।

ସନ୍ଧ୍ୟା ସମୟରେ ମାଙ୍କ ଆଳତି ରେ ସବୁ ଭକ୍ତମାନେ ଭାଗ ନେଇଥିଲେ, ପୂଜାରୀ ଶ୍ରୀ ସୁଦାମ ମିଶ୍ର ଆଳତିକୁ ମନ୍ଦିର ପରିକ୍ରମା ସମୟରେ ଭକ୍ତମାନେ ନିଜେ ଇଚ୍ଛାରେ ପରିକ୍ରମାରେ ସମ୍ପୂର୍ଣ ଭାବବିହଳ ଭକ୍ତି ଜାଗ୍ରତ ହୋଇଥିଲା। ଲୋକଙ୍କ କହିବା ଅନୁସାରେ ଦକ୍ଷିଣ ଓଡିଶାରେ ମା ତାରିଣୀ ଦେଖିଲେ ମା ଘଟଗାଁ ଭଳି ଅନୁଭୂତି ମିଳିଲା, କମିଟି ଓ ପ୍ରଶାସନ ପୁରାପୁରି ଭାବରେ ସହଯୋଗ କରି ବହୁତ ସୁନ୍ଦର ଦର୍ଶନ ଵେବସ୍ଥା ସହ ପ୍ରସାଦ ସେବନ ବି ଶୃଙ୍ଖଳା ଭାବରେ ହୋଇପାରିଛି।