April 29, 2026

ପ୍ରଭୁଙ୍କ ମତ୍ସ୍ୟ କଛପ ଅବତାର ଦର୍ଶନ ପାଇଁ ପାରଳାରେ ଗୁଣ୍ଡିଚା ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼  

IMG-20250629-WA0025
Share

 

 

ପାରଳାଖେମୁଣ୍ଡି:୨୯/୬(ଗରୁଡ ଧ୍ଵଜ ଚୌଧୁରୀ)ଦକ୍ଷିଣ ଓଡିଶାର ଶ୍ରୀକ୍ଷେତ୍ର ଭାବେ ପ୍ରସିଦ୍ଧି ଲାଭ କରିଥିବା ପାରଳାଖେମୁଣ୍ଡି ରଥଯାତ୍ରାରେ ମହାପ୍ରଭୁ ଆଜି ମତ୍ସ୍ୟ କଛପ ଅବତାରରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଦର୍ଶନ ପ୍ରଦାନ କରିଛନ୍ତି. ସୁସଜ୍ଜିତ ଭାବେ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ମତ୍ସ ଅବତାରରେ ଶ୍ରୀବଳଭଦ୍ରଙ୍କୁ କତ୍ସପ ଅବତାରରେ ସାଜସଜ୍ଜା କରାଯାଇ ପୂଜାପାଠ କରାଯିବା ପରେ ଭକ୍ତଙ୍କ ଦର୍ଶନ ବ୍ୟବସ୍ଥା କରାଯାଇଛି. ପ୍ରଭୁଙ୍କ ଆଜିର ଏହି ପ୍ରଥମ ଅବତାର ଦର୍ଶନ ପାଇଁ ସମଗ୍ର ଗଜପତି ଜିଲ୍ଲା ଓ ଦକ୍ଷିଣ ଓଡିଶାର ବିଭିନ୍ନ ଅଞ୍ଚଳରୁ ଏବଂ ପଡୋଶୀ ଆନ୍ଧ୍ର ପ୍ରଦେଶରୁ ବହୁ ସଂଖ୍ୟକ ଭକ୍ତ ଓ ଶ୍ରଦ୍ଧାଳୁ ଯୋଗ ଦେଇଛନ୍ତି. ଆଜିର ଏହି ଭକ୍ତଙ୍କ ପ୍ରବଳ ସାମଗମକୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ଦର୍ଶନ ପାଇଁ ଗଜପତି ପ୍ରଶାସନ ଓ ପୋଲିସ ପକ୍ଷରୁ ସମ୍ପୂର୍ଣ ସଜାଗ ରହିବା ସହ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି.