July 3, 2024

ପିପୁଲ୍ସ ହାଇସ୍କୁଲର ମେଟ୍ରିକ ଟପ୍ପର ପୁରସ୍କୃତ

Share


ବୁଗୁଡା : ତା ୨୯/୦୬/୨୪ : ସ୍ଥାନୀୟ ପିପୁଲ୍ସ ହାଇସ୍କୁଲର ୧୯୭୨ ମେଟ୍ରିକ ବ୍ଯାଚ୍ ପ୍ରାକ୍ତନ ଛାତ୍ର ସଂଘ ପକ୍ଷରୁ ସ୍କୁଲ ପରିସରରେ ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ପ୍ରାକ୍ତନ ଛାତ୍ର ସଂଘର ଗୌର ଚରଣ ପ୍ରଧାନ ଅଧ୍ଯକ୍ଷତା କରିଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ପିପୁଲ୍ସ ହାଇସ୍କୁଲ ପ୍ରଧାନ ଶିକ୍ଷକ କାଳି ଚରଣ ବେହେରା ଯୋଗଦାନ କରିଥିଲେ ଏବଂ ଶିକ୍ଷକ ପ୍ରଶାନ୍ତ କୁମାର ଗୌଡ , ଅଭାଭାବକ ସୁଶାନ୍ତ କୁମାର ଗୌଡ ଓ ଅଭିଭାବିକା ସୁଷମା ମହାନ୍ତି ପ୍ରମୁଖ ମଞ୍ଚାସୀନ ରହିଥିଲେ । ଏ ଅବସରରେ ମେଟ୍ରିକ ପରୀକ୍ଷାରେ ସ୍କୁଲ ଟପ୍ପର ହୋଇଥିବା ଛାତ୍ର ଓମ୍ ପ୍ରକାଶ ଗୌଡଙ୍କୁ ଅର୍ଥରାଶି ପ୍ରଦାନ ପୂର୍ବକ ପୁରସ୍କୃତ କରାଯାଇଥିଲା । ସେହିପରି ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଓଡିଆ ଭାଷା ବିଷୟରେ ସ୍କୁଲର ସର୍ବୋଚ୍ଚ ପ୍ରାପ୍ତାଙ୍କଧାରୀ ଛାତ୍ର ଭବାନୀ ଶଙ୍କର ମହାନ୍ତିଙ୍କୁ ମଧ୍ୟ ଅନରୂପ ଭାବେ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ଗୌରୀପତି ଦାଶ ବେଦପାଠ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପରିଶେଷରେ କୈଳାସ ଚନ୍ଦ୍ର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଟି.ସୁଦର୍ଶନ ପାତ୍ର ପରିଚାଳନା କରିଥିବା ବେଳେ ପିପୁଲ୍ସ ହାଇସ୍କୁଲର ଛାତ୍ର ଏବଂ ଶିକ୍ଷକ/ଶିକ୍ଷୟିତ୍ରୀମାନେ ଉପସ୍ଥିତ ରହିଥିଲେ ।