September 18, 2026
IMG-20240629-WA0011
Share

କାଶୀନଗର
ତା 29/6/24

କାଶୀନଗର ଥାନା ଅନ୍ତର୍ଗତ ଶିଆଳି ପଞ୍ଚାୟତ ଅଧୀନରେ ଥିବା କୋଲା ଗ୍ରାମରୁ କାଞ୍ଚନ ମିଶାଲ ଗୁଣୁପୁର ଯିବା ବେଳେ ହଠାତ ବିଞ୍ଜିରୀଗୁଡା ଠାରେ ବାଇକ ରୁ ଖସି ତଳେ ପଡି ଆହତ ହୋଇ ଯାଇଥିଲେ. ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗକୁ ଯୋଗାଯୋଗ କରି ସୂଚନା ଦେବାରୁ ଅଗ୍ନିଶମ ବିଭାଗୀୟ ଅଧିକାରୀ ଦଣ୍ଡ ବାବୁ ଓ ତାଙ୍କ ସହକର୍ମୀ ଘଟଣା ସ୍ଥଳରେ ପହଂଚି ଆହତ ମହିଳାଙ୍କୁ ଉଦ୍ଧାର କରି କାଶୀନଗର ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଚିକିତ୍ସା କରିଥିଲେ. ସ୍ଥାନୀୟ ଡକ୍ଟର ଅଧିକା ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠେଇ ଥିବା ସୂଚନା ମିଳିଛି.

ଗଜପତି ଜିଲ୍ଲା କାଶୀନଗରରୁ ଆନନ୍ଦ ପାତ୍ର ରିପୋର୍ଟ

You may have missed