May 30, 2025

ବଜ୍ରଘାତରୁ ରକ୍ଷା ପାଇବା ପାଇଁ ସଚେତନତା କାର୍ଯ୍ୟକ୍ରମ।  

Share

 

ରାଜସୁନାଖଳା,୨୯/୦୫(ଉପାନ୍ତ ଖବର):ଓଡିଶା ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବିଭାଗ ଓ ,ନୟାଗଡ଼ ଜିଲ୍ଲା ଶିକ୍ଷାଅଧି କାରୀ ଙ୍କ ନିର୍ଦେଶକ୍ରମେ ରଣପୁର ଶିକ୍ଷା ବ୍ଲକ ଅନ୍ତର୍ଗତ ରାଜସୁନାଖଳା ସରକାରୀ ଉଚ୍ଚ ବିଦ୍ୟାଳୟ ଆନୁକୂଲ୍ୟରେ ଏବଂ ପ୍ରଧାନ ଶିକ୍ଷକ ପ୍ରକାଶ କୁମାର ସାହୁଙ୍କ ଆବାହକତ୍ୱରେ ଗୁରୁବାରଦିନ ବଜ୍ରଘାତରୁ ରକ୍ଷା ପାଇବା ପାଇଁ ସଚେତନତା ନଗର ପରିକ୍ରମା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ! ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ସରପଞ୍ଚ ଚିତ୍ତରଞ୍ଜନ ପ୍ରଧାନ ଓ ସମିତିସଭ୍ୟ ତପନ କୁମାର ପ୍ରଧାନ ପ୍ରମୁଖ ଯୋଗଦେଇ ଶୁଭ ଉଦଘାଟନ କରିଥିଲେ। ଏହି ପ୍ରାକୃତିକ ବିପର୍ଯ୍ୟୟ ସଚେତନତା ରାଲି ରାଜସୁନାଖଳା ସରକାର ଉଚ୍ଚ ବିଦ୍ୟାଳୟରୁ ବାହାରି ବିଭିନ୍ନ ସାହି ସହିତ ବଜାର ପରିକ୍ରମା କରାଯାଇଥିଲା। ଏହି ବଜ୍ରାଘାତ ସଚେତନତା କାର୍ଯ୍ୟକ୍ରମରେ ବିଦ୍ୟାଳୟର ୬୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀମାନେ ବିଭିନ୍ନ ସାହି ସହିତ ବଜାର ପରିକ୍ରମା କରି ଜନସାଧାରଣମାନଙ୍କୁ କାଳ ବୈଶାଖୀ ସମୟରେ ଅଯଥା ବାହାରେ ବୁଲିବା, ବିଦ୍ୟୁତ ଉପକରଣ ଠାରୁ ଦୁରେଇ ରହିବା,ଖୋଲାପାଡିଆରେ ପିଲାମାନେ ନ ଖେଳିବା,ଘଡଘଡି ସମୟସରେ ଗୁଡ଼ି ଉଡାନ୍ତୁ ନାହିଁ , ମୋବାଇଲ ଫୋନ ବ୍ୟବହାର କରନ୍ତୁ ନାହିଁ, ଗୃହପାଳିତ ପଶୁମାନଙ୍କୁ ନିରାପଦ ସ୍ଥାନକୁ ନେଇଯିବା ଆଦି ବିଭିନ୍ନ ପ୍ରକାରର ସଚେତନତା କରାଇଥିଲେ। ପରେ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକ ପ୍ରକାଶ କୁମାର ସାହୁଙ୍କ ଅଧକ୍ଷତାରେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଧନ, ବହୁମୂଲ୍ୟ ଜୀବନ ସୁରକ୍ଷା ପାଇଁ ସଭା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷୟିତ୍ରୀ ମିନତୀ ସାହୁ, ନିରୁପମା ସାହୁ, ଗୀତାଞ୍ଜଳି ସେଠୀ, ଶ୍ୱେତଶିନୀ ଜେନା ଓ ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ପରିଡା, କାର୍ତ୍ତିକ ଚନ୍ଦ୍ର ବାରିକ ଏବଂ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରି ପରିଚାଳନା କରିଥିଲେ। ପରିଶେଷରେ ଶିକ୍ଷକ ରାକେଶ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

 

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।