March 10, 2026

ଉମରକୋଟ ଅନ୍ତର୍ଗତ ସେମଳା ପଞ୍ଚାୟତ ବାକିଲି ଗୁଡାବେକରେ ଗାମୁଛା ବାନ୍ଧି ନାବାଳକ ଙ୍କ ଆତ୍ମହତ୍ୟା………..

hand
Share

 

 

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ବେକରେ ଗାମୁଛା ବାନ୍ଧି ଜଣେ ନାବାଳକ ଆତ୍ମହତ୍ୟା କରିଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅଧୀନରେ। ମୃତ ନାବାଳକ ଜଣକ ହେଲେ ଉମରକୋଟ ବ୍ଲକ ସେମଳା ପଞ୍ଚାୟତ ବାକିଲି ଗୁଡା ଗ୍ରାମର କପିଳାଶ ଭତରା (୧୬)। ଏନେଇ ପରିବାର ଲୋକଙ୍କ ପକ୍ଷରୁ ଉମରକୋଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ମିଳିଥିବା ସୂଚନା ଅନୁସାରେ କପିଳାଶ ଗତକାଲି ଅର୍ଥାତ ୨୭ ତାରିଖ ଦିନ ୧୨ ସମୟରେ ଘରୁ ବାହାରି କେଉଁଆଡେ ଚାଲି ଯାଇଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ କୈାଣସି ଖୋଜ ଖବର ପାଇ ନଥିଲେ। ଗତକାଲି ସଂଧ୍ୟା ୬ ଘଣ୍ଟା ସମୟରେ ପରିବାର ଲୋକେ ଜାଣିବାକୁ ପାଇଲେ ଯେ କପିଳାଶ ଗ୍ରାମର ଗୋଟିଏ ଆମ୍ବ ଗଛରେ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଛନ୍ତି। ଏନେଇ ପରିବାର ଲୋକଙ୍କ ପକ୍ଷରୁ ଆଜି ଉମରକୋଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ କୁ ଭିତ୍ତି କରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଛେଦ ପାଇଁ ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ।

ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ସୂଚନା ଥାଉକି କପିଳାଶ ଙ୍କ ମାନସିକ ଅବସ୍ଥା ଠିକ ନଥିଲା। ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛନ୍ତି। ତଦନ୍ତ ଭାର ଏସଆଇ ଅକ୍ଷୟ ମିଶ୍ର ସମ୍ଭାଳିଛନ୍ତି।