March 11, 2026

ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ଗଜପତି ଶାଖା ପକ୍ଷରୁ ଜଳଛତ୍ର କାର୍ଯ୍ୟକ୍ରମ

IMG-20230429-WA0012
Share

 

 

ପାରଳାଖେମୁଣ୍ଡି:୨୯/୪(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ପୁରୁଣା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ନିକଟରେ ଭାରତ ସ୍କାଉଟସ୍ ଏବଂ ଗାଇଡ଼ସ୍ ଗଜପତି ଶାଖା ପକ୍ଷରୁ ଘୋଳ ଦହି ପାଣି, (ଚଲ୍ଲା) ଲୋକମାନଙ୍କୁ ବଣ୍ଟନ କରାଯାଇଛି। ଓଡ଼ିଶା ରାଜ୍ୟ ଭାରତ ସ୍କାଉଟସ୍ ଓ ଗାଇଡସ୍ ସଭାପତିଙ୍କ ନିର୍ଦ୍ଦେଶ କ୍ରମେ ଏହି କାର୍ଯ୍ୟକ୍ରମ ଜାରି ରହିଛି।

ଆଗାମୀ ଦିନରେ ମଧ୍ୟ ଏହି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇବା ପାଇଁ ଏହି ଜଳଛତ୍ର ଦହି ଚଲ୍ଲା ବଣ୍ଟନ କାର୍ଯ୍ୟକ୍ରମ ଜାରି ରହିବ ବୋଲି ଜଣା ପଡ଼ିଛି।।ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୋଷ କୁମାର ନାୟକ, ସୁରେନ୍ଦ୍ର ପାତ୍ର, ଭାରପ୍ରାପ୍ତ କ୍ରୀଡ଼ା ନିରୀକ୍ଷକ ସଞ୍ଜୟ ପାତ୍ର, ଲିଙ୍ଗରାଜ ସାହୁ ତାପସ୍ୱିନୀ ପଣ୍ଡା, ଦର୍ଶିତା ପଟ୍ଟନାୟକ କେ ସନ୍ତୋଷ ସୁଦୀପ୍ତ ବାରିକ ଓ ବିଭିନ୍ନ ସ୍କାଉଟ ମାଷ୍ଟର ଓ ଗାଇଡସ୍ କ୍ୟାପ୍ ଟେନ ମାନେ ସହଯୋଗ କରୁଛନ୍ତି