ଋଷିକୁଲ୍ୟା ମୁହାଁଣ ସମୁଦ୍ର ବେଳାଭୂମିରେ ବିରଳ ପ୍ରଜାତିର ସାମୁଦ୍ରିକ କଇଁଚ ଗ୍ରୀନ ସି ଟଟଲ
————————————-
ଗଞ୍ଜାମ :ପ୍ରଦୀପ କୁମାର ପଣ୍ଡା
ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ମୁହାଁଣ ସମୁଦ୍ର ବେଳାଭୂମିରେ ବିରଳ ପ୍ରଜାତିର ସାମୁଦ୍ରିକ କଇଁଚ ଗ୍ରୀନ ସି ଟଟଲ(ସବୁଜ ସାମୁଦ୍ରିକ କଇଁଚ) ଦେଖିବାକୁ ମିଳିଛି l ଉକ୍ତ ବିଶାଳକାୟ କଇଁଚ ଟି ସୋମବାର ରାତ୍ର ଗୋଟାଏ ସମୟରେ ସମୁଦ୍ର ର ନୀଳ ଜଳରାଶି ମଧ୍ୟରୁ ଗଞ୍ଜାମ ବ୍ଲକ ର ପୋଡ଼ାମପେଟା ବେଳାଭୂମି କୁ ଉଠିଆସିଥିବା ବ୍ରହ୍ମପୁର ଡ଼ିଏଫଓ ସନି ଖୋଖର ସୂଚନା ଦେଇଛନ୍ତି l
ଏହି ବିରଳ ପ୍ରଜାତିର କଇଁଚଟି ପ୍ରାୟ ଦୁଇ ଘଣ୍ଟା ରୁ ଅଢେଇ ଘଣ୍ଟା ବେଳାଭୂମି ଉପରେ ପରିକ୍ରମା କରିଥିଲା ହେଲେ ଅଣ୍ଡାଦାନ କରିନଥିବା କହିଛି ବନବିଭାଗ l କଇଁଚଟିର ଲମ୍ବ 1.45 ମିଟର ହୋଇଥିବା ବେଳେ ଓସାର 88 ସେମି ରହିଥିଲା l ଓଜନ ପ୍ରାୟ
140 କିଲୋ ହେଵବୋଲି ଅନୁମାନ କରାଯାଇଛି l
ବଙ୍ଗୋପ ସାଗର ର 480 କିଲୋମିଟର ଓଡିଶା ଉପକୂଳ ରହିଛି l ଋଷିକୁଲ୍ୟା, ଦେବୀ ଓ ଗହୀର ମଥାର ମୁହାଁଣ ଅଞ୍ଚଳରେ ସାମୁଦ୍ରିକ କଇଁଚ ମାନେ ଦେଖିବାକୁ ମିଳିଥାନ୍ତି l ଲେଦେର ବେଗ ସର୍ବ ବୃହତ ସାମୁଦ୍ରିକ କଇଁଚ ହୋଇଥିବା ବେଳେ ଗଞ୍ଜାମ ର ଋଷିକୁଲ୍ୟା ମୁହାଁଣ ରେ ପ୍ରଥମଥର ପାଇଁ ଏହି ବିରଳ ଦ୍ୱିତୀୟ ସର୍ବ ବୃହତ ସାମୁଦ୍ରିକ କଇଁଚ ଦୃଶ୍ୟମାନ ହୋଇଛି l ଯାହାକୁନେଇ ବିଭିନ୍ନ ମହଲରେ ଖୁସିର ଲହରି ଖେଳି ଯାଇଛି l
ଏହି ପ୍ରଜାତିର କଇଁଚ ନିରାମିସାଷି ଆହାର କରୁଥିବା ଋଷିକୁଲ୍ୟା ସାମୁଦ୍ରିକ ସୁରକ୍ଷା କଇଁଚ ସମିତି ସମ୍ପାଦକ ରବିନ୍ଦ୍ର ନାଥ ସାହୁ ପ୍ରକାଶ କରିଛନ୍ତି l
ଏହି ବିରଳ ପ୍ରଜାତିର କଇଁଚ ମାନେ ବିଶେଷକରି ଲାକ୍ଷା ଦୀପ, ଗଲଫ ଅଫ ମାନାର ପୋଷ୍ଟ (ଗୁଜୁରାଟ )ର ସମୁଦ୍ର ଅଞ୍ଚଳରେ ଦେଖିବାକୁ ମିଳିଥାଏ l