ଆଜିର ଖବର
*╭───────────────────╮*
*🌄ସକାଳର ଖବର, ୨୯-ମାର୍ଚ୍ଚ-୨୦୨୩, ବୁଧବାର*
*╰───────────────────╯*
•┈┈┈┈┈┈┈┈┈┈┈┈┈┈┈┈┈┈┈┈•
➡️୧-ଆଜି ଚୈତ୍ର ମାସ ଶୁକ୍ଳପକ୍ଷ ପୁନର୍ବସୁ ନକ୍ଷତ୍ରଯୁକ୍ତ ଅଷ୍ଟମୀ ତିଥିରେ ପ୍ରଭୁ ଲିଙ୍ଗରାଜଙ୍କର ହେବ ରୁକୁଣା ରଥଯାତ୍ରା ଉତ୍ସବ l
➡️୨-ପୁଣି ବଢ଼ିଲା ପାନ୍ ଓ ଆଧାର ଲିଙ୍କ ଅବଧି, ଏବେ ଏହି ଦୁଇ କାର୍ଡକୁ ଲିଙ୍କ କରିବାର ଶେଷ ତାରିଖ ଜୁନ ୩୦ ଯାଏଁ ହେଲା ବୃଦ୍ଧି l
➡️୩-ଏପ୍ରିଲ ୧ ତାରିଖରୁ ଜରୁରୀ ମେଡିସିନ ଗୁଡ଼ିକର ଦାମ ୧୨% ଯାଏ ବଢ଼ିବ।
➡️୪-ଖରାପ ମାନର ଔଷଧ ସହ ନକଲି ଔଷଧ ପ୍ରସ୍ତୁତ କରୁଥିବା ଅଭିଯୋଗରେ ୧୮ଟି ଔଷଧ କମ୍ପାନୀର ଲାଇସେନ୍ସ ବାତିଲ କଲେ କେନ୍ଦ୍ର ସରକାର ।
➡️୫-ଆଜି ଆସୁଛି ଆଉ ଏକ ପଶ୍ଚିମାଝଡ। ଏହା ଆସନ୍ତାକାଲି ଠାରୁ ୩୧ ତାରିଖରେ ପର୍ଯ୍ୟନ୍ତ ପ୍ରଭାବ ପକାଇବ। ଝଡ଼-ପବନ, ଭାରି ବର୍ଷା ହେବ। ବର୍ଷାର ପରିମାଣ ପ୍ରାୟ ୭ ରୁ ୧୧ ସେମି ରହିବ।
➡️୬-୫ଟି ସଚିବ ଭି.କେ ପାଣ୍ଡିଆନଙ୍କ ଦୁଇଦିନିଆ ମାଲକାନଗିରି ଜିଲ୍ଲା ଗସ୍ତ l ସ୍ବାଭିମାନ ଅଞ୍ଚଳ ଓ ସୀତାକୁଣ୍ଡ ବୁଲି ଦେଖିଲେ l
➡️୭-ଯୁକ୍ତ ଦୁଇ ପରୀକ୍ଷା ପରିଚାଳନାରେ ଖାମଖିଆଲ ମନୋଭାବ ଯୋଗୁଁ ୧୨ଜଣ ଛାତ୍ରୀଙ୍କ ସାହିତ୍ୟ ଖାତା ହେଲା ଗାୟବ l
➡️୮-ଦିଲ୍ଲୀରେ ନୂଆ ଆବାସିକ ବିଲ୍ଡିଂର ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ l ଏହି ଆବାସିକ ପରିସରର ବ୍ୟବହାର ପାର୍ଟୀର ପଦାଧିକାରୀମାନେ କରିବେ l
➡️୯-ଏପ୍ରିଲ୍ରୁ ୟୁପିଆଇ ମର୍ଚାଣ୍ଟ୍ କାରବାର ଉପରେ ଲାଗିବ ୧.୧% ଶୁଳ୍କ l
➡️୧୦-ଫିଲ୍ମ ‘ପଠାନ’ର ସଫଳତା ପରେ ୧୦କୋଟିର ରୋଲ୍ସ ରଏସ୍ କିଣିଲେ କିଙ୍ଗ ଖାନ୍ l
➡️୧୧-ଏଣିକି ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଇପିଏଫ୍ଓ ଦେବ ୮.୧୫% ସୁଧ, ସଦସ୍ୟଙ୍କ ପାଇଁ ଇ-ପାସ୍ବୁକ୍ ହେଲା ଆରମ୍ଭ l
➡️୧୨-ଓଡ଼ିଶାର ୨୯ଟି ସହର ସମେତ ଦେଶର ୫୦୦ ସହରରେ ଏୟାରଟେଲ୍ର ୫ଜି ସେବା ହେଲା ଆରମ୍ଭ l
➡️୧୩-ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କ ପୁଣି ବଢିଲା ଅଡୁଆ l ଚାରା ଘୋଟାଲାର ୨ଟି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଲାଲୁଙ୍କୁ ସୁପ୍ରିମକୋର୍ଟ ନୋଟିସ ଜାରି କରି ଲାଲୁଙ୍କୁ ମାଗିଲେ ଜବାବ l
➡️୧୪-ବିଭିନ୍ନ ଆହାର କେନ୍ଦ୍ରରେ ଲୋକଙ୍କୁ ୫ଟଙ୍କିଆ ମିଲ୍ ଯୋଗାଣ ପାଇଁ ବର୍ଷକୁ ହାରାହାରି ଭାବେ ୪୫.୩୩ କୋଟି ଟଙ୍କା ଖର୍ଚ୍ଚ ହେଉଛି l ଏ ନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ ଦେଲେ ସୂଚନା ।
➡️୧୫-ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ଉନ୍ ୬୫୩ ଗୁଳି ଗାଏବ୍ ହେବା ଯୋଗୁଁ ଦୁଇ ଲକ୍ଷ ଜନସଂଖ୍ୟା ଥିବା ହେସନ୍ ସହରରେ ବୁଲେଟ୍ ନ ମିଳିବା ଯାଏଁ ଲଗାଇଲେ ଲକଡାଉନ l
➡️୧୬-କାନାଡାରେ ପୁଣି ଗାନ୍ଧୀ ପ୍ରତିମୂର୍ତ୍ତି ଭାଙ୍ଗିଲେ ଖଲିସ୍ତାନୀ ସମର୍ଥକ l ଗତ କିଛି ବର୍ଷ ହେବ ଖାଲିସ୍ତାନୀ ସମର୍ଥକଙ୍କ ଦ୍ୱାରା ଭାରତୀୟ ପ୍ରତିଷ୍ଠାନ ଏବଂ ମନ୍ଦିର ଉପରେ ଆକ୍ରମଣ ଘଟଣା ବଢିବାରେ ଲାଗିଛି ।
➡️୧୭-ମିଳିତ ଜାତିସଂଘର ସୁରକ୍ଷା ପରିଷଦରେ ରୁଷକୁ ଲାଗିଲା ବଡ ଝଟକା। ରୁଷର ପ୍ରସ୍ତାବକୁ ଖାରଜ କଲା UNSC l
➡️୧୮-ଭୁବନେଶ୍ୱର ରେ ଆୟୋଜିତ ହୋଇଥିବା ସର୍ବଭାରତୀୟ ଅନ୍ତବିଶ୍ବବିଦ୍ୟାଳୟ ସାଇକ୍ଲିଂରେ କିଟ୍ ଛାତ୍ରୀ ସ୍ବସ୍ତି ସିଂହଙ୍କୁ ମିଳିଲା ରୌପ୍ୟ ପଦକ l
➡️୧୯-ବିହାରର ଗୋପାଳଗଞ୍ଜଠାରେ ଶେଷ ହୋଇଥିବା ୪୪ତମ ଜାତୀୟ ଥ୍ରୋ ବଲ୍ ପ୍ରତିଯୋଗିତାରେ ଓଡ଼ିଶାର ପୁରୁଷ ଦଳକୁ ମିଳିଲା କାଂସ୍ୟ ପଦକ l
➡️୨୦-IPL 2023 : ମୁମ୍ବାଇ ଇଣ୍ଡିଆନ୍ସର ଗେମ୍ ପ୍ଲାନ୍, ବୁମ୍ରାହଙ୍କ ସ୍ଥାନରେ ଖେଳିବେ ଅର୍ଜୁନ ତେନ୍ଦୁଲକର l
*➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।*
*🔅ଆଜି ବସାନ୍ତିକ ମହାନବମୀ, ଅଶୋକାଷ୍ଟମୀ ll*
*🔅ଆଜି ପ୍ରଭୁ ଶ୍ରୀ ଲିଙ୍ଗରାଜଦେବଙ୍କ ରଥଯାତ୍ରା ll*
*ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll*
*ll ଶୁଭ ସକାଳ,ସୁପ୍ରଭାତ ll*