November 22, 2024
Share

 

୧-ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ବିଲ୍ ଗେଟ୍ସଙ୍କୁ କିସ୍ ହ୍ୟୁମାନିଟାରିଆନ ସମ୍ମାନ, ପ୍ରଦାନ କଲେ କିଟ୍ ଓ କିସ୍ ପ୍ରତିଷ୍ଠାତା ଡ଼କ୍ଟର ଅଚ୍ୟୁତ ସାମନ୍ତ।

୨-ଜନ୍ମମାଟିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ; ମା’ କିଚକେଶ୍ବରୀଙ୍କୁ କଲେ ଦର୍ଶନ।

୩-ମାର୍ଚ୍ଚ ୬ରୁ ନବମ ବାର୍ଷିକ ପରୀକ୍ଷା, ବୋର୍ଡ ଦେବ ପ୍ରଶ୍ନ ପତ୍ର,ଛାପିବେ ସ୍କୁଲ କର୍ତ୍ତୃପକ୍ଷ।

୪-ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ୧୩୩ନୂତନ ପ୍ରାଣୀ ସେବା ଯାନ ଲୋକାର୍ପିତ, ପୀଡ଼ିତ ପ୍ରାଣୀଙ୍କ ନିକଟରେ ତୁରନ୍ତ ପହଞ୍ଚିବ ସେବା।

୫-ମିଶନ ଶକ୍ତି ବଜାରରୁ ମୁଗ ଡାଲି, କନ୍ଧମାଳ ହଳଦୀ ଓ ମୁଡକି କିଣିଲେ ବିଲ୍ ଗେଟ୍ସ।

୬-ବଦଳିଲେ ୩ ଜିଲ୍ଲାପାଳ, ମୟୁରଭଞ୍ଜର ଜିଲ୍ଲାପାଳ ଭାବେ ନିଯୁକ୍ତି ପାଇଲେ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ।

୭-ବସ୍ତି ବୁଲିଲେ ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ବିଲ୍ ଗେଟ୍ସ , ବୁଝିଲେ ବସ୍ତି ବାସିନ୍ଦାଙ୍କ ଜୀବନ ଶୈଳୀ।

୮-ବରପଦା ଇଂଞ୍ଜିନିୟରିଂ କଲେଜ ଜମି ଦୁର୍ନୀତି ମାମଲା: ବିଧାୟକ ପ୍ରଫୁଲ୍ଲଙ୍କୁ ଇଡି ଜେରା।

୯-ପିଏମ କିଷାନ ସମ୍ମାନ ନିଧିର ୧୬ ତମ କିସ୍ତି ପ୍ରଦାନ।

୧୦-ମାର୍ଚ୍ଚ ୧୧ରୁ ଏକକ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା, ଆୟୋଜନ କରିବ ଏନଟିଏ।

୧୧-ନୂଆ ପଡ଼ା,ଝାଙ୍କରଗୁଡା ଗାଁ: ବଜ୍ରକାପ୍ତା ଡିଲ୍ ବେଳେ ରେଡ୍,୬ ଜଣକୁ ଗିରଫ କଲା ବନ ବିଭାଗ।

୧୨-କଟକ ସହରରେ ମାତିଛନ୍ତି ଲୁଟେରା ଗ୍ୟାଙ୍ଗ୍, ରାତି ଅଧରେ ଘର ସାମ୍ନାରୁ ଲୁଟିନେଲେ ବାଇକ୍ ଓ ସ୍କୁଟି।

୧୩-ବାଲେଶ୍ୱର ଶଙ୍ଖାରିରେ ମନ୍ମଥ-ମନୋଜ ସ୍ମୃତି ପୀଠ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ, ନୀଳଗିରି ଜନଜାତି ପାଇଲେ ‘ଲାଭ’ ଯୋଜନାର ସୁଫଳ।

୧୪-୫ରେ ପ୍ରଧାନମନ୍ତ୍ରୀଙ୍କ ଚଣ୍ଡିଖୋଲ ଗସ୍ତ, ଚଣ୍ଡିଖୋଲ – ପାରାଦ୍ବୀପ ଜାତୀୟ ରାଜପଥର ୬ ଟିକିଆ କରିବା କାର୍ଯ୍ୟର ହେବ ଶିଳାନ୍ୟାସ।

୧୫-କ୍ୟାନ୍‌ସର ପାଇଁ No Tension; ଆସୁଛି ଟାବ୍‌ଲେଟ୍‌, ୧୦୦ ଟଙ୍କାରେ ହେବେ ସୁସ୍ଥ !

୧୬-ସମ୍ମାନଜନକ ‘ନାଇଟହୁଡ’ ଆୱାର୍ଡ ପାଇବାରେ ସୁନୀଲ ଭାରତୀ ମିତ୍ତଲ ହେଲେ ପ୍ରଥମ ଭାରତୀୟ,କିଙ୍ଗ ଚାର୍ଲସ ତୃତୀୟ କଲେ ସମ୍ମାନୀତ।

୧୭-ଦେଶର ନୂଆ ଲୋକପାଳ ଭାବେ ଦାୟିତ୍ୱ ନେଲେ ଏ.ଏମ୍‍ ଖାନୱିଲକର।

୧୮-ଝାଡଖଣ୍ଡ ଜାମତାରାରେ ବଡ ଧରଣର ଦୁର୍ଘଟଣା । ଟ୍ରେନ ମାଡିଯିବାରୁ ୧୨ ଜଣଙ୍କର ମୃତ୍ୟୁ।

୧୯-ଜମାତ-ଏ-ଇସଲାମି ଉପରେ ୫ ବର୍ଷ ପାଇଁ କଟକଣା ବୃଦ୍ଧି।

୨୦-ମୁସଲିମ୍ କନଫରେନ୍ସ ଜମ୍ମୁ-କଶ୍ମୀର ଓ ମୁସଲିମ୍ କନଫରେନ୍ସ ବେଆଇନ ଘୋଷିତ।

୨୧-୨୦୨୨ ଓ ୨୦୨୩ ବର୍ଷ ପାଇଁ ପୁରସ୍କାର ଘୋଷଣା କଲା କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ।