April 28, 2026

ଅସାଧୁ ମିଲ ମାଲିକ ଓ ଟ୍ରାନ୍ସପୋର୍ଟ ଏଜେଣ୍ଟଙ୍କ ସଲା ସୁତୁରା ପଡିଏସ୍ ଚାଉଳ ଚୋରାଚାଲାଣ ଅଭିଯୋଗ ପଞ୍ଚାୟତ ପାଇଁ ଉଦ୍ଦିଷ୍ଟ ଚାଉଳ ଚୋରାଚାଲାଣ ପାଇଁ ମସୁଧା……….

gop
Share

 

ନବରଙ୍ଗପୁର:ପିଡିଏସ୍ ଚାଉଳ ପରିବହନରେ ଅନିୟମିତତା ଓ ଦୁର୍ନୀତି ପରିଲକ୍ଷିତ ହୋଇଛି । କିଛି ଅସାଧୁ ମିଲ୍ ମାଲିକ ଓ ଟ୍ରାନ୍ସପୋର୍ଟ ଏଜେଣ୍ଟଙ୍କ ସଲା ସୁତୁରାରେ ପିଡିଏସ୍ ଚାଉଳ
ଚୋରା ଚାଲାଣ ଅଭିଯୋଗ ହୋଇଥିବା ବେଳେ ତଦନ୍ତର ଗତି କୁଆଡେ ବୋଲି ପ୍ରଶ୍ନ ଉଠୁଛି। ଦୁର୍ନୀତିଖୋର ଟ୍ରାନ୍ସପୋର୍ଟ ଏଜେଣ୍ଟ ଓ ଅସାଧୁ ମିଲ୍ ମାଲିକଙ୍କ ମିଳିତ ଉଦ୍ୟମରେ ବିଭିନ୍ନ ପଞ୍ଚାୟତ ପାଇଁ ଉଦ୍ଦିଷ୍ଟ ଚାଉଳ ଚୋରା ଚାଲଣା ପାଇଁ ମସୁଧା ହେଉଥିଲା ବେଳେ ଚାଉଳ ନପାଇ ହନ୍ତ ସନ୍ତ ହେଉଛନ୍ତି ବିପିଏଲ୍ ହିତାଧିକାରୀ। ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପରିବାରକୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରତି ମାସରେ ଯୋଗାଇ ଦିଆଯାଉଥିବା ଚାଉଳ ଠିକ୍ ରୂପେ ପ୍ରଦାନ ନକରି ମନମାନି କରୁଛନ୍ତି ଟ୍ରାନ୍ସପୋର୍ଟ ଏଜେଣ୍ଟ । ଚାଉଳ ପରିବହନ ଦାୟିତ୍ଵରେ ଥିବା ଟ୍ରାନ୍ସପୋର୍ଟ ଏଜେଣ୍ଟ ଓ ଗାଡି ମାଲିକ ଚାଉଳ ଗୋଦାମର ପ୍ରତି ମାସରେ ଯୋଗାଇ ଦିଆଯାଉଥିବା ଚାଉଳକୁ ଏହି ଏଜେଣ୍ଟ ମାନେ ବିଭିନ୍ନ ମାଧ୍ଯମରେ ହଡ଼ପ କରୁଥିବା ବେଳେ ଚାଉଳ ନପାଇ ନା ନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗରିବ ହିତାଧିକାରୀ। ସୂଚନା ଅନୁଯାୟୀ ଜଣାଯାଇଛି ଯେ ନବରଙ୍ଗପୁର ଜିଲ୍ଲା ଉମରକୋଟ ପି ଇ ଜି ଗୋଦାମରୁ ଗତ ୧୫/୦୨। ୨୦୨୪ ତାରିଖରେ ଉମରକୋଟ ବ୍ଳକର ବୁର୍ଜା ପଞ୍ଚାୟତ ନିମନ୍ତେ ଉଦ୍ଧିଷ୍ଟ ୪୦୦ ବସ୍ତା ଅର୍ଥାତ୍ ୧୯୯ କ୍ୟୁଣ୍ଟାଲ ୯୧ କେଜି ଚାଉଳ ଟ୍ରକ୍ ନଂ ଓଡ଼ି ୨୪ଟି ୭୧୦୧ ଯୋଗେ ପଠାଯାଇଥିଲା ଯାହା ସମ୍ପୃକ୍ତ ପଞ୍ଚାୟତ ଗୋଦାମରେ ଅନେଲୋଡ ହୋଇଥିଲା(ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)