ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଓଡ଼ିଆ ବନ୍ଦ ଆଂଶିକ ସଫଳ ..

ରାଜ୍ୟ ରେ ନେତୃତ୍ୱ ସରକାର ଙ୍କ ଇସାରାରେ ଧାନ ମଣ୍ଡି ରେ କ୍ଯୁଟାଲ ପିଛା ୫ କିଲୋ କଟିନି ଛଟିନି | ଚାଷୀ ପଞ୍ଜିକରଣ ଟୋକନରେ ବ୍ୟାପକ ଅନିୟମିତତା | ଟାଟା କମ୍ପାନୀ ଦ୍ୱାରା ଅତିରିକ୍ତ ସୁରକ୍ଷା ବୀମା ଆଦାୟ | ଫ୍ରି ପେଡ ମିଟର ଲଗାଇ ବିଦ୍ୟୁତ ଗ୍ରାହକ ଙ୍କୁ ଶୋଷଣ | ପ୍ରଦୂଷଣ ନାମରେ ଜନସାଧାରଣ ଙ୍କ ଠାରୁ ମାତ୍ରାଧିକ ଟିକସ ଆଦାୟ ପ୍ରତିବାଦ ରେ ନବନିର୍ମାଣ କୃଷକ ସଂଗଠନ ଏବଂ କେତେକ ରାଜନୈତିକ ଦଳ ର ନୈତିକ ସମର୍ଥନ ରେ ଓଡ଼ିଆ ବନ୍ଦ ଆଂଶିକ ସଫଳ ହୋଇଛି | ଏହି ପରିପ୍ରେକ୍ଷୀରେ ରେ କୁଜଙ୍ଗ ବଜାର ନିକଟରେ ନବନିର୍ମାଣ କୃଷକ ସଂଗଠନର କୁଜଙ୍ଗ ବ୍ଲକ୍ ସଂଯୋଜନ ବିଭୂତି ଭୂଷଣ ଜେନା ଙ୍କ ନେତୃତ୍ୱ ରେ ଶତାଧିକ କର୍ମକର୍ତା ଓଡ଼ିଆ ବନ୍ଦ କୁ ସଫଳ କରିବା ନିମନ୍ତେ ରାସ୍ତା ପାର୍ଶ୍ଵରେ ବସି ଶାନ୍ତି ପୂର୍ଣ୍ଣ ଭାବେ ପ୍ରତିବାଦ କରିଥିଲେ | ଆଇନି ଶୃଙ୍ଖଳା କୁ ଦୃଷ୍ଟି ରେ ରଖିବା ପାଇଁ କୁଜଙ୍ଗ ଥାନା ପକ୍ଷରୁ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା |
(ପାରାଦୀପ ରୁ ଦେବାଶିଷ ପାଣି ଙ୍କ ରିପୋର୍ଟ ଉପାନ୍ତ ଖବର)
