April 29, 2026
ajiro khabar
Share

 

 

ବଢିବ ଗରମ। କାଲିର ତାପମାତ୍ରା ଜି ଉଦୟଗିରି ୬.୬ ଡିଗ୍ରି, ସେମିଳିଗୁଡ଼ା ୮.୭, ଫୁଲବାଣୀ ୯.୫, ଚିପିଲିମା ୧୦.୧ ଡିଗ୍ରି।

 

ରାଜ୍ୟରେ ନିବେଶ ହେବ ୫୨,୦୨୬ କୋଟି। ୨୨ ଏମ୍‌ଓୟୁ ସ୍ବାକ୍ଷରିତ, ୨୦ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ମାଝୀ।

 

ରାଜ୍ୟରେ ‘ଓଡିଶା ବନ୍ଦ’ ସମ୍ପୂର୍ଣ୍ଣ ବିଫଳ। ସାଧାରଣ ଥିଲା ଦୋକାନ ବଜାର ଓ ଗାଡି ଚଳାଚଳ।

 

ରାଜ୍ୟରେ କଣ୍ଟ୍ରାକ୍ଟର ଡାଟାବେସ୍ ମ୍ୟାନେଜମେଣ୍ଟ ସିଷ୍ଟମ୍ 3.0’ ଶୁଭାରମ୍ଭ କଲେ ସରକାର।

 

ଆସନ୍ତା ୩ ତାରିଖରେ ପୁରୀ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପିଣ୍ଡଦାନ ପରେ ମହାପ୍ରଭୁଙ୍କ ଦର୍ଶନ କରିବେ।

 

ରୋଗୀ କଲ୍ୟାଣ ସମିତି ବୈଠକରେ ନିଷ୍ପତ୍ତି। ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲର ଭିତ୍ତିଭୂମି ବଢିବ, ଆଇସିୟୁ ଶଯ୍ୟା ସଂଖ୍ୟା ୪୦କୁ ବଢିବ।

 

ଭୁବନେଶ୍ୱର ଖଣ୍ଡଗିରିରେ ଆଜିଠାରୁ ମଞ୍ଚସ୍ଥ କରିବେ ଶ୍ରୀମନ୍ଦିର ଓ ସ୍ବର୍ଣ୍ଣ ମହଲ। ଦର୍ଶକଙ୍କ ଭିଡ଼, ରାସ୍ତା ଜାମ।

 

ଭୁବନେଶ୍ଵରରେ ଗୁଟଖା ବିକିଲେ ବିଏମସି ଦ୍ୱାରା ଲାଇସେନ୍ସ ବାତିଲ କରାଯିବ ବୋଲି ନିଷ୍ପତ୍ତି। ସୂଚନା ଦେଲେ କର୍ପୋରେଟର ପ୍ରୀତିନନ୍ଦା।

 

କଟକରେ ଯୁବକଙ୍କୁ ମାରି ମହାନଦୀରେ ଫିଙ୍ଗି ଦେଲେ ଦୁର୍ବୃତ୍ତ।

 

ସୁନ୍ଦରଗଡ ବିଜୁ ଏକ୍ସପ୍ରେସ ୱେ ରସରାଜପୁରରେ ଟ୍ରାକ୍ଟରକୁ ପାଉଁଶ ବୋଝେଇ ଟ୍ରେଲର ଧକ୍କା ଦେଲା, ଟ୍ରାକ୍ଟର ଚାଳକଙ୍କ ମୃତ୍ଯୁ।

 

ତାଳଚେର ହାଣ୍ଡିଧୂଆରେ ୧୫ ଫୁଟ ଓସାରରେ ୧୦ ଫୁଟ ତଳକୁ ଦବିଲା ମାଟି। କୋଇଲା ଖୋଳାର ପରିଣତି।।

 

ରାଜଧାନୀ ସୁନ୍ଦରପଦାରେ ବୋମା ଫୁଟିବା ଘଟଣାକୁ ରାଜ୍ୟ ସଂସ୍ଥାକୁ ନଦେଇ ଜାତୀୟ ତଦନ୍ତ ସଂସ୍ଥାକୁ ଦିଆଯିବ।

 

ରାୟଗଡାରେ ୨୫ ତାରିଖରେ ହୋଇଥିବା ହତ୍ୟାକାଣ୍ଡ ଘଟଣାରେ ଅମ୍ବାଦଳାର ଜଣେ ଯୁବକକୁ ପୁଲିସ ଗିରଫ କରିଛି।

 

ଯାଜପୁର ଦଶରଥପୁରରେ ବିଷାକ୍ତ ପାଣି ଯୋଗୁଁ ସିଲ ହେଲା ୯୦ ନଳକୂପ।

 

କେନ୍ଦୁଝର ଘଷିପୁରାରେ କୋଟି କୋଟି ଟଙ୍କାର କୁମୁଣିଆ ରାସ୍ତା କାମରେ ଅନିୟମିତତା। ତଦନ୍ତ ପାଇଁ ପହଞ୍ଚିଲେ ଗ୍ରାମ୍ୟ ଉନ୍ନୟନ ଯନ୍ତ୍ରୀ।

 

ପାଞ୍ଚଦିନ ବ୍ୟାଙ୍କ ଧର୍ମଘଟ ଯୋଗୁଁ ଓଡ଼ିଶାରେ ୧୦ ହଜାର କୋଟିର କାରବାର ଠପ୍‌।

 

ସୁନା ଦାମ୍ ୧.୬୭ଲକ୍ଷ ହେଲା, ରୁପା ଦାମ ୪ ଲକ୍ଷ ହେଲା।

 

ଦିଲ୍ଲୀ ଗୁରୁଗ୍ରାମର ୮ ସ୍କୁଲକୁ ବୋମା ଧମକ ମିଳିଲା। ତଦନ୍ତ କରୁଛି ପୁଲିସ।

 

ବିମାନ ଦୁର୍ଘଟଣାରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଦେହାନ୍ତ। ରାଜନୈତିକ ହତ୍ୟା ବୋଲି ଚର୍ଚ୍ଚା।

 

ସଂଖ୍ୟାଲଘୁ ସୁବିଧା ପାଇବା ପାଇଁ ନିଟ୍ ପରୀକ୍ଷା ପୂର୍ବରୁ ହରିୟାଣାର ଏକ ପରିବାର ବୌଦ୍ଧଧର୍ମ ଗ୍ରହଣ କରିଥିବାରୁ ସୁପ୍ରିମ୍‌କୋର୍ଟ ପ୍ରଶ୍ନ ଉଠାଇଲେ।

 

ୟୁଜିସିର ନୂଆ ନିୟମକୁ ଚ୍ୟାଲେଞ୍ଜ କରୁଥିବା ଆବେଦନର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ରାଜି ହେଲେ।

 

ଜନଗଣନା ନେଇ ଭୁଲ ପ୍ରଚାରକୁ ଖଣ୍ଡନ କଲା ଗୃହ ମନ୍ତ୍ରଣାଳୟ, ଦ୍ୱିତୀୟ ପର୍ଯ୍ୟାୟରେ ହେବ ଜାତିଗତ ଜନଗଣନା।

 

ପ୍ରଥମ ଥର ପାଇଁ ରବିବାର ଦିନ ଆସିବ ସଂସଦ ବଜେଟ୍‌। ଆଜି ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ ଉପସ୍ଥାପିତ ହେବ।

 

ଟି୨୦ କ୍ରିକେଟରେ ଅଟକିଲା ଭାରତର ବିଜୟ ରଥ, ନ୍ୟୁଜିଲାଣ୍ଡ ଠାରୁ ପରାସ୍ତ ହେଲା।

 

ଆମେରିକାକୁ ଯୁଦ୍ଧ ପାଇଁ ଲଞ୍ଚପ୍ୟାଡ୍ ‌ହେବାକୁ ମନା କଲେ ସାଉଦି ଆରବ-ୟୁଏଇ।

 

ଗତବର୍ଷ ଏଇ ସମୟରେ

 

ପୁରୀ ଶ୍ରୀମନ୍ଦିର ଉପରେ ଅଧଘଣ୍ଟା ଉଡିଥିଲା ଡ୍ରୋନ୍।

 

ବଳରାମ ଯୋଜନାରେ ଭୂମିହୀନ ଚାଷୀଙ୍କୁ ୨ଲକ୍ଷ ଟଙ୍କା ଦେବେ ବୋଲି କହିଥିଲେ ସରକାର

 

ଆଜି ଖବରକାଗଜ ଦିବସ

 

ଆଜି ଜନ୍ମଦିନ: ରାଜ୍ୟବର୍ଦ୍ଧନ ସିଂ ରାଠୋର, ଗୌରୀ ଲଙ୍କେଶ, ଭିକେ ଶଶିକଳା

 

ଆଜି ତିରୋଧାନ: ମହାରାଣା ପ୍ରତାପ, ପିଲୁ ମୋଦୀ

 

ଇତିହାସରେ ଆଜି: (୧୫୨୮) ବାବର ଦ୍ୱାରା ଚନ୍ଦେରି ଦୁର୍ଗ ଦଖଲ/ (୧୭୮୦) କଲିକତାରୁ ପ୍ରଥମ ଖବରକାଗଜ ‘ବେଙ୍ଗଲ ଗେଜେଟ’ ପ୍ରକାଶନ ଆରମ୍ଭ/ (୧୯୫୩) ସଂଗୀତ ନାଟକ ଏକାଡେମୀ ସ୍ଥାପିତ/ (୧୯୭୯) ଦିଲ୍ଲୀରୁ ମାଡ୍ରାସ ଜୁମ୍ବୋ ଇଞ୍ଜିନ ଟ୍ରେନ, ତାମିଲନାଡୁ ଏକ୍ସପ୍ରେସ ଆରମ୍ଭ/ (୧୯୯୩) ବିନୋଦ କାମ୍ବଲି ଙ୍କ ଟେଷ୍ଟ କ୍ୟାରିଅର ଆରମ୍ଭ

====================

*ବନ୍ଦେ ଉତ୍କଳ ଜନନୀ*