November 16, 2024

ବୁଦ୍ଧଖୋଲ ମହୋତ୍ସବ ଉଦଯାପିତ , ଜନସମୁଦ୍ର ପାଲଟିଲା ମହୋତ୍ସବ ପ୍ରାଙ୍ଗଣ , ଦର୍ଶକଙ୍କୁ ଝୁମାଇଲେ ସତ୍ଯଜିତ୍ ଓ ଅନ୍ତରା , ମନ ଜିଣିଲେ ଭଜନ ଗାୟକ ସୁଧାକର, ହସାଇଲେ ବ୍ଯଙ୍ଗକାର ରାଜୁ ଦାସ

Share

ବୁଗୁଡ଼ା : ତା ୨୯/୦୧/୨୩ : ପ୍ରସିଦ୍ଧ ଶୈବପୀଠ ତଥା ପର୍ଯ୍ୟଟନ ସ୍ଥଳୀ ବୁଦ୍ଧଖୋଲ ପାଦଦେଶସ୍ଥ ମହୋତ୍ସବ ପ୍ରାଙ୍ଗଣରେ ଆୟୋଜିତ ତ୍ରିଦିବସୀୟ “ବୁଦ୍ଧଖୋଲ ମହୋତ୍ସବ” ଉଦଯାପିତ ହୋଇଯାଇଛି । ବୁଦ୍ଧଖୋଲ ଉନ୍ନୟନ ସମିତିର କାର୍ଯ୍ୟକାରୀ ସଭାପତି ଧରଣୀ ଧର ପଣ୍ଡାଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ ମହୋତ୍ସବର ତୃତୀୟ ସଂଧ୍ୟା କାର୍ଯ୍ୟକ୍ରମକୁ ଗୋଲାପ ସାହୁ ଉଦଘାଟନ କରିଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନା ଏବଂ ସମ୍ମାନିତ ଅତିଥି ଭାବେ ଭଞ୍ଜନଗର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶୁଭ୍ରାଂଶୁ ଶେଖର ମିଶ୍ର,ଗୋଷ୍ଠୀ ଶିକ୍ଷାଧିକାରୀ କବିବର ପ୍ରଧାନ, ବୁଗୁଡ଼ା ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମି ରଞ୍ଜନ ଦାସ ପ୍ରମୁଖ ଯୋଗ ଦେଇ ଦର୍ଶକଙ୍କୁ ଉତ୍ସାହିତ କରିବା ସାଙ୍ଗକୁ ଅଞ୍ଚଳର ପ୍ରତିଭାଧାରୀ ବ୍ଯକ୍ତି ବିଶେଷଙ୍କ ସମେତ କୃତି ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଓଡିଶାର ପ୍ରଖ୍ୟାତ ଗାୟକ ସତ୍ଯଜିତ୍ ପ୍ରଧାନ ଓ ଗାୟିକା ଅନ୍ତରା ଚକ୍ରବର୍ତ୍ତୀଙ୍କ ସଙ୍ଗୀତ ଲୋକଙ୍କୁ ମତୁଆଲା କରିଥିବା ବେଳେ ସୁଧାକର ମିଶ୍ରଙ୍କ ଭଜନ ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲା । ଅନ୍ୟପକ୍ଷରେ ରାଜୁ ଦାସଙ୍କ ବ୍ଯଙ୍ଗ ଲୋକଙ୍କୁ ହସାଇ ହସାଇ ବେଦମ୍ କରିଥିଲା । ଏଥି ସହ ଛତ୍ରପୁର କଳା ବିକାଶ କେନ୍ଦ୍ରର ସମ୍ବଲପୁରୀ ଓ ସାଈଶ୍ରୀ ଏକାଡେମୀର ଓଡିଶୀ ଓଡିଶୀ ନୃତ୍ୟ , କାନନକୁଟୀର ମା କାଳୀ ଢୋଲ ଚାଙ୍ଗୁ ନୃତ୍ୟ , ଆଦିପୁର ମା ଠାକୁରାଣୀ ବାଘ ବୃଷଭ ନୃତ୍ୟ, ଗଜପତି ବନ୍ଦେ ମାତରଂ ଡ୍ଯାନ୍ସ ଓ ମ୍ୟୁଜିକ୍ ସ୍କୁଲର ନୃତ୍ୟ , ଭଞ୍ଜନଗର ପ୍ରଜ୍ଞା ସଙ୍ଗୀତ ଓ ନୃତ୍ଯାୟନ କେନ୍ଦ୍ରର ନୃତ୍ୟ , ପୁରୀ ଆଦିତ୍ୟ ଡ୍ଯାନ୍ସ ଗ୍ରୁପର ନୃତ୍ୟ, ବ୍ରହ୍ମପୁରର ସ୍କେଟିଙ୍ଗ୍ ଡ୍ଯାନ୍ସ ଗ୍ରୁପର ନୃତ୍ୟ ସାଙ୍ଗକୁ ବୁଗୁଡ଼ା ଓମ୍ ଡ୍ଯାନ୍ସ ଗ୍ରୁପ୍, ମହିଳା ମହାବିଦ୍ୟାଳୟ, ନିୟୁ ଏରା ପବ୍ଲିକ୍ ସ୍କୁଲ ଆଦିର ନୃତ୍ୟକୁ ଦର୍ଶକ ମନ ଭରି ଉପଭୋଗ କରିଥିଲେ । ଉକ୍ତ ଉତ୍ସବରେ ଉପସ୍ଥାପକ ଭ
ଭାବେ ସାର୍ଥକ ଯୋଗ ଦେଇ ସାଂସ୍କୃତିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ବୁଦ୍ଧଖୋଲ ଉନ୍ନୟନ ସମିତିର ସାଧାରଣ ସମ୍ପାଦକ ସୁରେଶ ଚନ୍ଦ୍ର ଦାସ ଅତିଥି ପରିଚୟ ସହ ଧନ୍ଯବାଦ ଅର୍ପଣ କରିଥିଲେ । ଉକ୍ତ ମହୋତ୍ସବ କାଳରେ ପୋଲିସ ପ୍ରଶାସନର ସକ୍ରିୟ ସହଯୋଗ ଦେଖିବାକୁ ମିଳିଥିଲା ।