ସ୍ୱାସ୍ଥ ମନ୍ତ୍ରୀ ନବ ଦାସ ଆଖି ବୁଜିଲେ …
ଅସ୍ତରଙ୍ଗ,,,ଗୁରୁତର ଆହତ ହୋଇଥିବା ଓ ପରେ ସଙ୍କଟାପନ୍ନ ଅବସ୍ଥାରେ ଥିବା ସ୍ୱାସ୍ଥ ମନ୍ତ୍ରୀ ନବଦାସ ଙ୍କ ମୃତୁ ଘଟିଛି ।ଶ୍ରୀଯୁକ୍ତ ଦାସ ରବିବାର ଦିନ ବାର ଘଟିକା ସମୟରେ ବ୍ରଜରାଜନଗର ଠାରେ ଏକ କାର୍ଯ୍ୟକ୍ରମ ରେ ଯୋଗ ଦେବାକୁ ନିଜ ଗାଡିରୁ ଓଲାଉ ଥିବା ବେଳେ,ସେଠାକାର ଏକ ପୋଲିସ ଫାଣ୍ଡିର ଏ ଏସ ଆଇ ତଥା ସେଠାରେ ମୁତୟନ ଥିବା ସୁରକ୍ଷା କର୍ମୀ ତାଙ୍କ ନିଜ ରିଭଲ ବଲ ରୁ ଦୁଇ ରାଉଣ୍ଡ ଗୁଳି ଚଳାଇ ଥିଲେ । ଯାହା ଫଳରେ କି ଶ୍ରୀ ଦାସ, ଗୁରୁତର ହୋଇ ପଡ଼ିବାରୁ ଝାରସୁଗୁଡ଼ା ଓ ପରେ ଭୁବନେଶ୍ୱର କୁ ଏୟାର ଆମ୍ବୁଲାନ୍ସ ରେ ଆପଲ ହସ୍ପିଟାଲ ଅଣାଯାଇଥିଲା । ସେଠାରେ ଚିକିତ୍ସିତ ହେଉ ଥିବା ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ,ସମେତ ବହୁ ଉଚ୍ଚ ପଦସ୍ତ୍ ଅଧିକାରୀ ତାଙ୍କ ନିକଟରେ ପହଂଚି ଚିକିତ୍ସା ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ । ତାଙ୍କ ଚିକିତ୍ସା ପାଇଁ, ଆପୋଲ,କଟକ, ଏ ଏମ ଏସ,ରାଜଧାନୀ ହସ୍ପିଟାଲ ର ପ୍ରମୁଖ ଡକ୍ଟର ମାନେ ତାଙ୍କ ଚିକିତ୍ସାରେ ନିୟୋଜିତ ଥିଲେ । ହେଲେ, ଗୁଳିମାଡ ହୋଇ ଥିବା ଛାତିରେ ଅସ୍ତ୍ରୋପ ଚାର ଉଦ୍ୟମ ଚାଲିଥିଲା । ଶେଷରେ ସବୁ ଉଦ୍ୟମ ବିଫଳ ହୋଇଥିଲା