April 24, 2026

ଦମୟନ୍ତୀ ସାଗର ଓ ଦେୱାନମୁଣ୍ଡା ମୋ ପୋଖରୀ ଯୋଜନା ରେ ସାମିଲ ଘୋଷଣା କଲେ ମୁଖ୍ୟ ମନ୍ତ୍ରୀ

ukhyiuyi
Share

 

କୋଟପାଡ଼ ସହର ଦମୟନ୍ତୀ ସାଗର ଓ ଦେୱାନମୁଣ୍ଡା ପୋଖରୀ କୁ ବରିଷ୍ଠ ନାଗରିକ ଏବଂ ମୋ ଦମୟନ୍ତୀ ସାଗର କମିଟି ପକ୍ଷରୁ ପୁନଃରୁଦ୍ଧାର କରିବା ପାଇଁ ବାରମ୍ବାର ଦାବୀ ହୋଇ ଆସୁଥିଲା. ବରିଷ୍ଠ ନାଗରିକ ମାନେ ସମାଜ ସେବୀ ଶ୍ରୀ ଗଣେଶ ଚନ୍ଦ୍ର ପଣ୍ଡା ଙ୍କ ନେତୃତ୍ୱ ରେ ସହର ରେ ସଚେତନ କରିଚାଲିଥିଲେ. ଦୀର୍ଘ ଦିନ ର ସଂଘର୍ଷ ପରେ ଆଜି ସଫଳ ହୋଇଥିବା ବୁଦ୍ଧି ଯିବି ମହଲ ରେ ପ୍ରକାଶ ପାଇଛି. ବିଭିନ୍ନ ଗଣ ମାଧ୍ୟମ ରେ ଏ ନେଇ ଖବର ପ୍ରକାଶ ପାଇବା ପରେ ନିର୍ବାଚନ କୁ ଆଖି ଆଗରେ ରଖି ସରକାର ଙ୍କ ଚେତା ପଶିଛି ପୁନଃରୁଦ୍ଧାର କରିବା ପାଇଁ ଵୋଲି ଜନ ସାଧାରଣ ରେ ଚର୍ଚ୍ଚା ଜୋର ଧରିବାରେ ଲାଗିଛି I ଆସନ୍ତା କାଲି ସୋମବାର 30ତାରିଖରେ ଦିନ 12.30ସମୟ ରେ ଭିଡିଓ କନଫେରନସ ମାଧ୍ୟମରେ ଶାସନ ସଚିବ.କାର୍ଯ୍ୟ ନିର୍ବାହୀ ଅଧିକାରୀ ଏବଂ ଜ଼ିଲ୍ଲା ପାଳ ଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରିହିଥିବା ଜଣା ଯାଇଛି. ଏହି ଅଅବସର ରେ ବରିଷ୍ଠ ନାଗରିକ ଶ୍ରୀ ଗୌରୀ ପ୍ରସାଦ ପଟ୍ଟନାୟକ. ବାଲକୃଷ୍ଣ ଖାଡେଙ୍ଗା. ଗୌର ରଥ. ମୁରଲୀ ପାତ୍ର. ରଙ୍ଗ ହୋତା. ଓକିଲ ସଂଘ ର ସଭାପତି ଶ୍ରୀ ମଣି ପ୍ରସାଦ ପଟନାୟିକ. ପୋୖରାଧ୍ୟକ ସଙ୍କର ରାଓ. ବାପୁନ ତ୍ରିପାଠୀ,ପୂର୍ବ ତନ ବ୍ଲକ ଅଧକ୍ଷା ଶ୍ରୀମତୀ ପର୍ବତୀ ନାଇକ. ବ୍ଲକ ମିଡ଼ିଆ ଏସ ଅ ସିଏ ସନ ସଭାପତି ଶ୍ରୀ ହରିଶ କୁମାର ପଟ୍ଟନାୟକ ମୋ ଦମୟନ୍ତୀ ସାଗର କମିଟି ର କର୍ମୀ କର୍ତ୍ତା ସଦସ୍ୟ ଙ୍କ ସମେତ ସହର ବାସୀ ମୁଖ୍ୟ ମନ୍ତ୍ରୀ ଶ୍ରୀ ନବୀନ ପଟନାୟକଙ୍କ ଉଚିତ ପଦକ୍ଷେପ କୁ କୃତଜ୍ଞତା ଜ୍ଞାପନ ଜଣାଇଛନ୍ତି I ଓଡିଶା ର ସମ୍ବଲପୁର,କୋରାପୁଟ, ଗଜପତି, ଗଞ୍ଜାମ,ବୌଦ୍ଧ,କଟକ,ଜଗତସିଂହପୁର, ଅନୁଗୁଳ,ବଲାଙ୍ଗୀର,ଖୋର୍ଦ୍ଧା,ଯାଜପୁର ଜ଼ିଲ୍ଲା ରେ ଥିବା ବଡ଼ ପୋଖରୀ ମହାବନ୍ଧ ଏବଂ ସାଗର ମୋ ପୋଖରୀ ଯୋଜନା ରେ ଅନ୍ତରଭୁକ୍ତ ହୋଇଥିବା ଜଣାଯାଇଛି. କୋରାପୁଟ ଜ଼ିଲ୍ଲା କୋଟପାଡ଼ ରୁ ହରିଶ ପଟନାୟିକ ଙ୍କ ରିପୋର୍ଟ ନି ଉ ସ ଉପାନ୍ତ ଓଡିଶା.