ବୁଦ୍ଧଖୋଲ ମହୋତ୍ସବର ଦ୍ଵିତୀୟ ଦିବସ, ଅସୀମାଙ୍କ ସଙ୍ଗୀତରେ ଝୁମିଲେ , ବ୍ରଜ-ବିଭୁ-ରବିନ୍ଦ୍ରଙ୍କ ବ୍ଯଙ୍ଗରେ ମଜ୍ଜିଲେ ଦର୍ଶକ
ବୁଗୁଡ଼ା : ତା ୨୮/୦୧/୨୩ : ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତଥା ଐତିହାସିକ ଶୈବପୀଠ ବୁଦ୍ଧଖୋଲର ପାଦଦେଶରେ ଆୟୋଜିତ ତ୍ରିଦିବସୀୟ ବୁଦ୍ଧଖୋଲ ମହୋତ୍ସବର ଦ୍ଵିତୀୟ ଦିବସ କାର୍ଯ୍ୟକ୍ରମ ବର୍ଣ୍ଣାଢ୍ୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି । ବୁଦ୍ଧଖୋଲ ଉନ୍ନୟନ ସମିତି ଉପସଭାପତି ଏ.ଚନ୍ଦନ ଚର୍ଚ୍ଚିତ ପାତ୍ରଙ୍କ ପୌରାହିତ୍ୟରେ ଅନୁଷ୍ଠିତ ଉକ୍ତ ଉତ୍ସବକୁ ଆସିକା ସାଂସଦ ପ୍ରମିଳା ବିଷୋୟୀ ଉଦଘାଟନ କରିଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭଞ୍ଜନଗର ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ଦିଲ୍ଲୀପ କୁମାର ରାଉତ , ସମ୍ମାନିତ ଅତିଥି ଭାବେ ଦକ୍ଷିଣ ଘୁମୁସର ବନଖଣ୍ଡ ସହକାରୀ ଅଧିକାରୀ ପ୍ରଭାକର ନାୟକ, ଓଡିଶା ମୋ ପରିବାରର ରାଜ୍ୟ ସମ୍ପାଦକ ନୀଳମଣି ପଟ୍ଟନାୟକ, ବିଡିଓ ବାସୁଦେବ ନାୟକ, ତହସିଲଦାର ସଂଗ୍ରାମ କେଶରୀ ଜେନା, ଆଇଆଇସି ଚିତ୍ତ ରଞ୍ଜନ ବେହେରା, ଅଗ୍ନିଶମ ଅଧିକାରୀ ସଞ୍ଜୟ ରାଉତ, ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ମିଶ୍ର , ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଓ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ଏନଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ ଓ ଉପାଧ୍ୟକ୍ଷା ଗିତାଞ୍ଜଳୀ ପାଢୀ ପ୍ରମୁଖ ଯୋଗ ଦେଇଥିଲେ । ଏ ଅବସରରେ ପ୍ରସନ୍ନ କୁମାର ଦାଶଙ୍କ ରଚିତ କବିତା ପୁସ୍ତକ “ଅଭିଳାଷ” ଉନ୍ମୋଚିତ ହୋଇଥିଲା ।
ସୁଖ୍ଯାତି ସମ୍ପନ୍ନା ଗାୟିକା ଅସୀମା ପଣ୍ଡାଙ୍କ ସଙ୍ଗୀତରେ ଦର୍ଶକ ଝୁମି ଉଠିଥିବା ବେଳେ ଓଡିଶା ପଲିଟିକାଲ୍ ସର୍କସର ବ୍ଯଙ୍ଗ ଅଭିନେତା ରବିନ୍ଦ୍ର ରାଉତ, ବିଭୂ ମିଶ୍ର ଓ ବୋଲଗଡ଼ ଏକ୍ସପ୍ରେସ ବ୍ରଜ ସୁବୁଦ୍ଧିଙ୍କ କୌତୁକିଆ କଥା ଲୋକଙ୍କୁ ହସିବାକୁ ବାଧ୍ୟ କରିଥିଲା । ଏଥି ସହ କରଚୁଲି କପିଳେଶ୍ଵର ନାଟ୍ଯ ସଂସଦର ଦାସକାଠିଆ , ଖୋଳଖାଳି ବ୍ରାହ୍ମଣୀ ଦେବୀ ନାଟ୍ଯ କଳା ପରିଷଦର ଭାରତୀଳା , ଗୋଲିଆର କୃଷ୍ଣଲୀଳା , କତକଲାର ନାମ ସଂକୀର୍ତ୍ତିନ, ଛତ୍ରପୁର ସାଈଶ୍ରୀ ନୃତ୍ୟ ଏକାଡେମୀର ସମ୍ବଲପୁରୀ ନୃତ୍ୟ , ମାଲକାନଗିରି କୋୟା ଡ୍ଯାନ୍ସ ଗ୍ରୁପର ତେମସା ନୃତ୍ୟ , କେନ୍ଦ୍ରାପଡା ଭକ୍ତି ଆଳାପର ଭଜନ ସାଙ୍ଗକୁ ପୁରୀର ଆଦିତ୍ୟ ଡ୍ଯାନ୍ସ ଗ୍ରୁପ୍, ବ୍ରହ୍ମପୁରର ରେଡ୍ ଷ୍ଟାର ଏକାଡେମୀ ଓ ଅଙ୍ଗହାର ଡ୍ଯାନ୍ସ ଗ୍ରୁପ୍, ବୁଗୁଡ଼ାର ରୟାଲ୍ ଡ୍ଯାନ୍ସ ଗ୍ରୁପ୍ – ପ୍ରଜ୍ଞା ନୃତ୍ଯାୟନ – ବିବିସି ଡ୍ଯାନ୍ସ ଗ୍ରୁପର ନୃତ୍ୟ ଏବଂ ତାଳସାକର ମହାମାୟୀ ହାଇସ୍କୁଲ, ଗୋଲିଆ ଆଦର୍ଶ ବିଦ୍ୟାଳୟ, ବାଲିପଦର ଅହଲ୍ୟାଦେବୀ ମହିଳା ମହାବିଦ୍ୟାଳୟ, ବୁଗୁଡ଼ା ଶୋଭନୀୟ ପବ୍ଲିକ୍ ସ୍କୁଲ ଆଦି ଶିକ୍ଷାନୁଷ୍ଠାନର ନୃତ୍ୟକୁ ଦର୍ଶକ ମନ ଭରି ଉପଭୋଗ କରିଥିଲେ । ଉକ୍ତ ଉତ୍ସବରେ ଉପସ୍ଥାପିକା ଭାବେ ଲୋରିଆ ଯୋଗ ଦେଇ ସାସ୍କୃତିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ବୁଦ୍ଧଖୋଲ ଉନ୍ନୟନ ସମିତିର ସାଧାରଣ ସମ୍ପାଦକ ସୁରେଶ ଚନ୍ଦ୍ର ଦାଶ ଅତିଥି ପରିଚୟ ଓ ଧନ୍ଯବାଦ ଅର୍ପଣ କରିଥିଲେ ।