April 24, 2026

କାଶୀନଗର ଶ୍ରୀରାମ ଡିଗ୍ରୀ କଲେଜରେ ତିନିଦିନ ଧରି ଚାଲିଥିବା ଜିଲ୍ଲାସ୍ତରୀୟ ଯୁବ ନେତୃତ୍ବ ପ୍ରଶିକ୍ଷଣ ଶିବିର ଉଦଯାପିତ           

IMG-20251228-WA0042
Share

 

 

ପାରଳାଖେମୁଣ୍ଡି:୨୮/୧୨(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା କାଶୀନଗର ବ୍ଲକ ମହକୁମାରେ ଥିବା ଶ୍ରୀରାମ ଡିଗ୍ରୀ କଲେଜ ଠାରେ ଜାତୀୟ ସେବା ଯୋଜନା ଦ୍ଵାରା ଆୟୋଜିତ ଜିଲ୍ଲାସ୍ତରୀୟ ଯୁବ ନେତୃତ୍ବ ପ୍ରଶିକ୍ଷଣ ଶିଶିର ଆୟୋଜିତ ହୋଇଯାଇଛି. ଏହି ପ୍ରଶିକ୍ଷଣ ଶିବିର ତିନିଦିନ ଧରି ଚାଲିଥିଲା. ଆଜି ଶେଷ ଦିନ ବା ଉଜ୍ଜାପନୀ ଦିବସରେ ମୁଖ୍ୟଅତିଥି ଭାବେ ପାରଳା ବିଧାୟକ ରୁପେସ ପାଣିଗ୍ରାହୀ ଯୋଗ ଦେଇଥିଲେ, ସମ୍ମାନୀତ ଅତିଥି ଜିଲ୍ଲାପରିଷଦ ଅଧକ୍ଷ ଗବାର ତିରୁପତି ରାଓ, କାଶୀନଗର ବ୍ଲକ ଅଧ୍ୟକ୍ଷା ବାଲା ସାଇଆମ୍ମା, ସମାଜସେବୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, କଲେଜର ପ୍ରିନ୍ସପାଲ ଡ଼. ପ୍ରଶାନ୍ତ ବନପଲ୍ଲୀ ପ୍ରମୁଖ ଉପସ୍ଥିତ ଥିଲେ.ଏହି କାର୍ଯ୍ୟକ୍ରମକୁ ମଞ୍ଚ ପରିଚାଳନା କରିଥିଲେ ଅଧ୍ୟାପିକା ସର୍ମିତା ଭୁକ୍ତା, ବିଧାୟକ ତାଙ୍କ ଅଭିଭାଷଣରେ କହିଥିଲେଯେ, ଏହି ଡିଗ୍ରୀ କଲେଜର ଉନ୍ନତି ଓ ବିକାଶ ପାଇଁ ଯେଉଁ ସହାୟତା ରାଶି ଆବଶ୍ୟକତା ରହିଛି ସେ ସବୁ ପାଇଁ ବିଧାୟକ ପାଣ୍ଠିରୁ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି. ସେଇଭଳି ଜିଲ୍ଲା ପରିଷଦ ଅଧ୍ୟକ୍ଷ ମଧ୍ୟ ଏହି ଡିଗ୍ରୀ କଲେଜର ଉନ୍ନତି ପାଇଁ ନିଶ୍ଚିତ ସୋହଯୋଗ କରିବେ ବୋଲି ଜଣାଇଛନ୍ତି.

You may have missed